UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର
ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ । ଆଦିତ୍ୟ ଶ୍ରୀବାସ୍ତବ ଏଥର ଟପ୍ପର ହୋଇଛନ୍ତି। ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ପାଇଛନ୍ତି। ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମସ ପରୀକ୍ଷା ୨୦୨୩ ମେ ୨୮ ରେ ଅନୁଷ୍ଠିତ ହୋଇଥିଲା। ପ୍ରେଲିମସ ରାଉଣ୍ଡ କ୍ଲିୟର କରିଥିବା ପ୍ରାର୍ଥୀମାନେ ସେପ୍ଟେମ୍ବର ୧୫, ୧୬, […] The post UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର appeared first on Dharitri Odia News.
ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ । ଆଦିତ୍ୟ ଶ୍ରୀବାସ୍ତବ ଏଥର ଟପ୍ପର ହୋଇଛନ୍ତି। ଅନିମେଶ ପ୍ରଧାନ ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ ଡୋନୁରୁ ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ପାଇଛନ୍ତି।
ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମସ ପରୀକ୍ଷା ୨୦୨୩ ମେ ୨୮ ରେ ଅନୁଷ୍ଠିତ ହୋଇଥିଲା। ପ୍ରେଲିମସ ରାଉଣ୍ଡ କ୍ଲିୟର କରିଥିବା ପ୍ରାର୍ଥୀମାନେ ସେପ୍ଟେମ୍ବର ୧୫, ୧୬, ୧୭, ୨୩, ଏବଂ ୨୪, ୨୦୨୩ ରେ ଦୁଇଟି ସିଫ୍ଟରେ ହେବାକୁ ଥିବା ମେନ୍ସ ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ।
CSE 2023 ର ସାକ୍ଷାତକାର କିମ୍ବା ବ୍ୟକ୍ତିତ୍ୱ ପରୀକ୍ଷା ଜାନୁୟାରୀ ୨ ରୁ ଏପ୍ରିଲ ୯ ମଧ୍ୟରେ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା।
ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ବିଭିନ୍ନ କେନ୍ଦ୍ର ସରକାରୀ ସେବା ତଥା ବିଭାଗରେ ମୋଟ ୧,୧୦୫ ଟି ପଦବୀ ପୂରଣ କରିବ, ଯେପରିକି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୋଲିସ ସେବା (ଆଇପିଏସ) ଏବଂ ଭାରତୀୟ ବୈଦେଶିକ ସେବା (ଆଇଏଫଏସ)।
The post UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର appeared first on Dharitri Odia News.