ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି, ଜଟଣୀରେ ଜମୁଛି ରଙ୍ଗ କିଣାବିକାର ଆସର

ଖୋର୍ଦ୍ଧା ୧୯।୩: ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି । ଚଳିତ ବର୍ଷ ହୋଲିକୁ ଧୁମ୍ ଧାମ୍‌ରେ ପାଳିବା ନେଇ ଲୋକେ ଏବଂ ଖୁଚୁରା ବ୍ୟବସାୟୀ ଏବେଠାରୁ ରଙ୍ଗ କିଣାବିକା ଆରମ୍ଭ କଲେଣି । ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ଜଟଣୀ ସହରର ବିଭିନ୍ନ ରଙ୍ଗ ଗୋଦାମରେ ରଙ୍ଗ କିଣାବିକାର ଆସର ବେଶ୍ ଜମିଛି । ସୁ-ଲଭ ଦରରେ ଫଗୁ , ରଙ୍ଗ ପିଚକାଳି ଆଦି ହୋଲି ଖେଳ ସାମଗ୍ରୀ ମିଳୁଥିବାରୁ ଖୁଚୁରା ବ୍ୟବସାୟୀ ଜଟଣୀର ବିଭିନ୍ନ ରଙ୍ଗ ଗୋଦାମରେ ରଙ୍ଗ କିଣିବାକୁ ଭିଡ ଲଗେଇଛନ୍ତି । ରଙ୍ଗ କିଣାବିକାର ଆସର ଜଟଣୀରେ ବେଶ ଜମିଛି ।ଚଳିତ ବର୍ଷ ହରବାଲ୍ ରଙ୍ଗର ଚାହିଦା ଥିବା ଜଣାପଡିଛି । ତେଣୁ ହରବାଲ୍ ରଙ୍ଗ, ଫଗୁ ଆଦି କିଣିବାକୁ ଲୋକେ ପସନ୍ଦ କରୁଛନ୍ତି । ଗୁଜୁରାଟ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଛତିଶଗଡ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ବିଭିନ୍ନ ରକମର ରଙ୍ଗ, ଫଗୁ ଏବଂ ହୋଲି ଖେଳ ସାମଗ୍ରୀ ଆଣି ଜଟଣୀର ରଙ୍ଗ ଗୋଦାମ ମାଲିକମାନେ ବିକ୍ରି କରିଥାନ୍ତି । ଚଳିତ ବର୍ଷ ପାଗ ଭଲ ରହିଛି, ପିଲାମାନଙ୍କ ପରୀକ୍ଷା ଶେଷ ହୋଇଛି ।ସେପଟେ ନିର୍ବାଚନ ବିଗୁଲ ବାଜିଛି । ତେଣୁ ସମସ୍ତେ ହୋଲି ଖେଳିବା ନେଇ ରଙ୍ଗ କିଣିବାକୁ ଆସୁଛନ୍ତି । ଚଳିତ ବର୍ଷ ରଙ୍ଗ କାରବାର ଭଲ ହୋଇଥିବା ଜଟଣୀର ରଙ୍ଗ ଗୋଦାମ ମାଲିକମାନେ କହିଛନ୍ତି ।You Can Read :ଯାତ୍ରୀବାହୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଡ୍ରାଇଭରଙ୍କ ସହ ଦୁଇ ଗୁରୁତର 

ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି, ଜଟଣୀରେ ଜମୁଛି ରଙ୍ଗ କିଣାବିକାର ଆସର

ଖୋର୍ଦ୍ଧା ୩: ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି । ଚଳିତ ବର୍ଷ ହୋଲିକୁ ଧୁମ୍ ଧାମ୍‌ରେ ପାଳିବା ନେଇ ଲୋକେ ଏବଂ ଖୁଚୁରା ବ୍ୟବସାୟୀ ଏବେଠାରୁ ରଙ୍ଗ କିଣାବିକା ଆରମ୍ଭ କଲେଣି । ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ଜଟଣୀ ସହରର ବିଭିନ୍ନ ରଙ୍ଗ ଗୋଦାମରେ ରଙ୍ଗ କିଣାବିକାର ଆସର ବେଶ୍ ଜମିଛି । ସୁ-ଲଭ ଦରରେ ଫଗୁ , ରଙ୍ଗ ପିଚକାଳି ଆଦି ହୋଲି ଖେଳ ସାମଗ୍ରୀ ମିଳୁଥିବାରୁ ଖୁଚୁରା ବ୍ୟବସାୟୀ ଜଟଣୀର ବିଭିନ୍ନ ରଙ୍ଗ ଗୋଦାମରେ ରଙ୍ଗ କିଣିବାକୁ ଭିଡ ଲଗେଇଛନ୍ତି । ରଙ୍ଗ କିଣାବିକାର ଆସର ଜଟଣୀରେ ବେଶ ଜମିଛି ।
ଚଳିତ ବର୍ଷ ହରବାଲ୍ ରଙ୍ଗର ଚାହିଦା ଥିବା ଜଣାପଡିଛି । ତେଣୁ ହରବାଲ୍ ରଙ୍ଗ, ଫଗୁ ଆଦି କିଣିବାକୁ ଲୋକେ ପସନ୍ଦ କରୁଛନ୍ତି । ଗୁଜୁରାଟ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଛତିଶଗଡ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ବିଭିନ୍ନ ରକମର ରଙ୍ଗ, ଫଗୁ ଏବଂ ହୋଲି ଖେଳ ସାମଗ୍ରୀ ଆଣି ଜଟଣୀର ରଙ୍ଗ ଗୋଦାମ ମାଲିକମାନେ ବିକ୍ରି କରିଥାନ୍ତି । ଚଳିତ ବର୍ଷ ପାଗ ଭଲ ରହିଛି, ପିଲାମାନଙ୍କ ପରୀକ୍ଷା ଶେଷ ହୋଇଛି ।

ସେପଟେ ନିର୍ବାଚନ ବିଗୁଲ ବାଜିଛି । ତେଣୁ ସମସ୍ତେ ହୋଲି ଖେଳିବା ନେଇ ରଙ୍ଗ କିଣିବାକୁ ଆସୁଛନ୍ତି । ଚଳିତ ବର୍ଷ ରଙ୍ଗ କାରବାର ଭଲ ହୋଇଥିବା ଜଟଣୀର ରଙ୍ଗ ଗୋଦାମ ମାଲିକମାନେ କହିଛନ୍ତି ।
You Can Read :

ଯାତ୍ରୀବାହୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଡ୍ରାଇଭରଙ୍କ ସହ ଦୁଇ ଗୁରୁତର