‘ବାଜ୍ବଲ୍’ଫେଲ୍, ହିଟ୍ ହେଲେ ଜୈସ୍ଓ୍ବାଲ୍, ୪ ବଲ୍ରେ ମାରିଲେ ୩ ଛକ୍କା
ନୂଆଦିଲ୍ଲୀ ୦୭।୦୩: ଧର୍ମଶାଳାରେ ଖେଳାଯାଉଛି ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । ଶେଷ ମ୍ୟାଚ୍ରେ କମାଲ୍ କଲେ ଜଶସ୍ବୀ ଜୈସ୍ଓ୍ବାଲ୍ । ପ୍ରଥମରୁ ହିଁ ଇଂଲଣ୍ଡ ଟିମ୍ ପାଇଁ ହୋଇଛନ୍ତି ଘାତକ । ୪ ବଲ୍ରେ ମାରିଛନ୍ତି ୩ ଛକ୍କା । {"id":918227,"width":841,"height":473,"sizeSlug":"full","linkDestination":"none"} ଶେଷ ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡର ଭଲ ଆରମ୍ଭ ହୋଇଥିଲା, କିନ୍ତୁ ଚାପରେ ପଡ଼ିବା ପରେ ଆଣ୍ଠେଇଥିଲା ଦଳ । ପ୍ରଥମ ଇନିଂସରେ ଇଂଲଣ୍ଡ ମାତ୍ର ୨୧୮ ରନ୍ କିରିଥିଲା । ଅନ୍ୟପକ୍ଷରେ ଯଶସ୍ୱୀ ଜୈଶ୍ବଓ୍ବାଲ୍ ଏବଂ ରୋହିତ ଶର୍ମା ଟିମ୍ ଇଣ୍ଡିଆ ପକ୍ଷରୁ ପଡିଆକୁ ଓହ୍ଲାଇଥିଲେ । କ୍ରିଜକୁ ଆସିବା ପରେ ଜୈସ୍ୱାଲ ଦେଖାଇଛନ୍ତି ଦମ୍ । ଯାହାକୁ ଦେଖିବା ପରେ ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ । {"id":918228,"sizeSlug":"full","linkDestination":"none"} ଓପନିଂ ବ୍ୟାଟ୍ସମ୍ୟାନ୍ ଜୈସ୍ୱାଲ ଓ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆରମ୍ଭରୁ ରନ୍ କରିବା କଷ୍ଠକର ଥିଲା । ଜୈସ୍ୱାଲ ୨୭ ବଲରେ ମାତ୍ର ୬ ରନ୍ କରିଥିଲେ । କିନ୍ତୁ ନବମ ଓଭରରେ ବୋଲିଂ ପାଇଁ ଆସିଥିଲେ ଶୋଏବ ବଶୀର । ତାଙ୍କର ପ୍ରଥମ ୨ଟି ବଲ୍ ଡଟ୍ ହୋଇଥିଲା । କିନ୍ତୁ ପରବର୍ତ୍ତୀ ୪ ବଲ୍ରେ ଜୈସ୍ୱାଲ ମାରିଥିଲ
ନୂଆଦିଲ୍ଲୀ ୦୭।୦୩: ଧର୍ମଶାଳାରେ ଖେଳାଯାଉଛି ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । ଶେଷ ମ୍ୟାଚ୍ରେ କମାଲ୍ କଲେ ଜଶସ୍ବୀ ଜୈସ୍ଓ୍ବାଲ୍ । ପ୍ରଥମରୁ ହିଁ ଇଂଲଣ୍ଡ ଟିମ୍ ପାଇଁ ହୋଇଛନ୍ତି ଘାତକ । ୪ ବଲ୍ରେ ମାରିଛନ୍ତି ୩ ଛକ୍କା ।

ଶେଷ ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡର ଭଲ ଆରମ୍ଭ ହୋଇଥିଲା, କିନ୍ତୁ ଚାପରେ ପଡ଼ିବା ପରେ ଆଣ୍ଠେଇଥିଲା ଦଳ । ପ୍ରଥମ ଇନିଂସରେ ଇଂଲଣ୍ଡ ମାତ୍ର ୨୧୮ ରନ୍ କିରିଥିଲା । ଅନ୍ୟପକ୍ଷରେ ଯଶସ୍ୱୀ ଜୈଶ୍ବଓ୍ବାଲ୍ ଏବଂ ରୋହିତ ଶର୍ମା ଟିମ୍ ଇଣ୍ଡିଆ ପକ୍ଷରୁ ପଡିଆକୁ ଓହ୍ଲାଇଥିଲେ । କ୍ରିଜକୁ ଆସିବା ପରେ ଜୈସ୍ୱାଲ ଦେଖାଇଛନ୍ତି ଦମ୍ । ଯାହାକୁ ଦେଖିବା ପରେ ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ ।
{"id":918228,"sizeSlug":"full","linkDestination":"none"}

ଓପନିଂ ବ୍ୟାଟ୍ସମ୍ୟାନ୍ ଜୈସ୍ୱାଲ ଓ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆରମ୍ଭରୁ ରନ୍ କରିବା କଷ୍ଠକର ଥିଲା । ଜୈସ୍ୱାଲ ୨୭ ବଲରେ ମାତ୍ର ୬ ରନ୍ କରିଥିଲେ । କିନ୍ତୁ ନବମ ଓଭରରେ ବୋଲିଂ ପାଇଁ ଆସିଥିଲେ ଶୋଏବ ବଶୀର । ତାଙ୍କର ପ୍ରଥମ ୨ଟି ବଲ୍ ଡଟ୍ ହୋଇଥିଲା । କିନ୍ତୁ ପରବର୍ତ୍ତୀ ୪ ବଲ୍ରେ ଜୈସ୍ୱାଲ ମାରିଥିଲେ ୩ ଛକ୍କା । ଆଉ ‘ବାଜ୍ବଲ୍’କୁ କରିଥିଲେ ଫେଲ୍ ।
{"id":918229,"width":839,"height":629,"sizeSlug":"full","linkDestination":"none"}

ବଶୀରଙ୍କ ୩ୟ ବଲ୍ରେ ଲଙ୍ଗ୍-ଅଫ୍ ଆଡକୁ ବଢି ଲଗାଇଥିଲେ ଛକ୍କା । ତେବେ ୪ର୍ଥ ବଲ୍ ଡଟ୍ ହୋଇଥିବା ବେଳେ ପଞ୍ଚମ ବଲରେ ପୁଣି ଲଗାଇଥିଲେ ଛକ୍କା । ସେହିପରି ଓଭରର ୩ୟ ଛକ୍କା ପୁରା କ୍ଲାସିକ୍ ଅନ୍ଦାଜ୍ରେ ସିଧା ବ୍ୟାଟ୍ରେ ଲଗାଇଥିଲେ ଦମଦାର୍ ଛକ୍କା ।
{"id":918230,"width":840,"height":473,"sizeSlug":"full","linkDestination":"none"}

ଜୈସ୍ୱାଲ ଏପର୍ଯ୍ୟନ୍ତ ଏହି ସିରିଜରେ ହାରାହାରି ୯୮ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ସେ ପୁରା ସିରିଜ୍ରେ ଗୋଟିଏ ଶତକ ଏବଂ ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି । ତାଙ୍କ ବ୍ୟାଟ୍ରୁ ଦ୍ବିଶତକ ସିରିଜ୍ର ଦ୍ୱିତୀୟ ମ୍ୟାଚରେ ଆସିଥିଲା । ଯେଉଁଠାରେ ସେ ଆକ୍ରମଣାତ୍ମକ ଭାବେ ୭ଟି ଛକା ମାରି ୨୦୯ ରନ୍ର ଚମତ୍କାର ଇନିଂସ ଖେଳିଥିଲେ । ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯେ ଜୈସ୍ୱାଲ ପୁରା ସିରିଜରେ ୨୬ଟି ଛକା ମାରିଛନ୍ତି।
You Can Read:
wp:embed {"url":"https://www.prameyanews7.com/kuldeep-yadav-50-wickets-milestone-in-test-india-vs-england/","type":"wp-embed","providerNameSlug":"prameya-news-7"}