ଯୌତୁକ ଜନିତ ହତ୍ୟା ! ଥାନା ଦୁଆରେ ମୃତଦେହ ରଖି ନ୍ୟାୟ ଦାବି କଲେ ବାପଘର ଲୋକେ

ଆନନ୍ଦପୁର: ଡାକ୍ତରଖାନାରେ ୨ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚାଲିଗଲା ବିବାହିତା ମହିଳାଙ୍କ ଜୀବନ। ଯୌତୁକ ଜନିତ କାରଣରୁ  ଝିଅକୁ ବିଷଦେଇ ମାରିଦେଇଥିବା ଅଭିଯୋଗ କରି ଥାନା ଦୁଆରେ ମୃତଦେହ ରଖି ନ୍ୟାୟ ଦାବି କରିଛନ୍ତି ବାପଘର ଲୋକେ। ସେପଟେ ସ୍ବାମୀ କିମ୍ବା ଶାଶୁ ଘର ଲୋକେ ଏବେ ଧରାଛୁଆଁ ଦେଉ ନାହାନ୍ତି। ଏଭଳି ଏକ ଅଭାବନିୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଝାଡୁକୁଣ୍ଡି ଗାଁରେ। ଗତ ୨୦୨୦ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ମାଳତିରା   ଗାଁର ରବିନ୍ଦ୍ର ପଣ୍ଡା ଙ୍କ ଝିଅ ରଶ୍ମିତା ସହ ଝାଡୁକୁଣ୍ଡି ଗାଁର ମଙ୍ଗୁଳୀ ପଣ୍ଡାଙ୍କ ପୁଅ ଶିବାନନ୍ଦଙ୍କ ସହ ବିବାହ ହୋଇଥିଲା।ପ୍ରଥମେ ପ୍ରଥମେ ସବୁ ଠିକ୍ ଚାଲିଥିବାବେଳେ କିଛି ମାସହେବ ଅଧିକ ଯୌତୁକ ଦାବି କରିଥିଲେ ସ୍ବାମୀ ଓ ଶାଶୁଘର ଲୋକେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ମନମାଳିନ୍ୟ ରହିଥିଲା। ତେବେ ଗତ ୩ ତାରିଖରେ ରଶ୍ମିତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ଠାରେ ଭର୍ତ୍ତି କରାଯାଇଥଲା। ବାପ ଘରକୁ ଖବର ଦେବା ପରେ ବାପଘର ଲୋକେ ମେଡିକାଲ ରେ ପହଞ୍ଚିବା ପରେ ଶାଶୁ ସେଠାରୁ ଛୁ ମାରିଥିଲେ। ଦୁଇ ଦିନ ଚିକିତ୍ସାପରେ ରଶ୍ମିତାର ମୃତ୍ୟୁ ଘଟିଛି। ଯୌତୁକ ପାଇଁ ବିଷ ଦେଇ ଶାଶୁଘର ଲକେ ମାରିଦେଇଥିବା ଘଷିପୁରା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରିନା

ଯୌତୁକ ଜନିତ ହତ୍ୟା ! ଥାନା ଦୁଆରେ ମୃତଦେହ ରଖି ନ୍ୟାୟ ଦାବି କଲେ ବାପଘର ଲୋକେ

ଆନନ୍ଦପୁର: ଡାକ୍ତରଖାନାରେ ୨ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚାଲିଗଲା ବିବାହିତା ମହିଳାଙ୍କ ଜୀବନ। ଯୌତୁକ ଜନିତ କାରଣରୁ  ଝିଅକୁ ବିଷଦେଇ ମାରିଦେଇଥିବା ଅଭିଯୋଗ କରି ଥାନା ଦୁଆରେ ମୃତଦେହ ରଖି ନ୍ୟାୟ ଦାବି କରିଛନ୍ତି ବାପଘର ଲୋକେ। ସେପଟେ ସ୍ବାମୀ କିମ୍ବା ଶାଶୁ ଘର ଲୋକେ ଏବେ ଧରାଛୁଆଁ ଦେଉ ନାହାନ୍ତି। ଏଭଳି ଏକ ଅଭାବନିୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଝାଡୁକୁଣ୍ଡି ଗାଁରେ। 

ଗତ ୨୦୨୦ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ମାଳତିରା   ଗାଁର ରବିନ୍ଦ୍ର ପଣ୍ଡା ଙ୍କ ଝିଅ ରଶ୍ମିତା ସହ ଝାଡୁକୁଣ୍ଡି ଗାଁର ମଙ୍ଗୁଳୀ ପଣ୍ଡାଙ୍କ ପୁଅ ଶିବାନନ୍ଦଙ୍କ ସହ ବିବାହ ହୋଇଥିଲା।ପ୍ରଥମେ ପ୍ରଥମେ ସବୁ ଠିକ୍ ଚାଲିଥିବାବେଳେ କିଛି ମାସହେବ ଅଧିକ ଯୌତୁକ ଦାବି କରିଥିଲେ ସ୍ବାମୀ ଓ ଶାଶୁଘର ଲୋକେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ମନମାଳିନ୍ୟ ରହିଥିଲା। ତେବେ ଗତ ୩ ତାରିଖରେ ରଶ୍ମିତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ଠାରେ ଭର୍ତ୍ତି କରାଯାଇଥଲା। ବାପ ଘରକୁ ଖବର ଦେବା ପରେ ବାପଘର ଲୋକେ ମେଡିକାଲ ରେ ପହଞ୍ଚିବା ପରେ ଶାଶୁ ସେଠାରୁ ଛୁ ମାରିଥିଲେ। 

ଦୁଇ ଦିନ ଚିକିତ୍ସାପରେ ରଶ୍ମିତାର ମୃତ୍ୟୁ ଘଟିଛି। ଯୌତୁକ ପାଇଁ ବିଷ ଦେଇ ଶାଶୁଘର ଲକେ ମାରିଦେଇଥିବା ଘଷିପୁରା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ।