ଜଙ୍ଗଲରୁ ମିଳିଲା କଲରାପତରିଆ ବାଘର ମୃତଦେହ
ବରଗଡ଼ ୧୬।୧୦ : ବରଗଡ଼ ଜିଲ୍ଲା ଡୁଙ୍ଗୁରୀ ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି । ଏବେ ଯାଏଁ ବାଘ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଖବର ଅନୁଯାୟୀ, ଡ଼ୁଙ୍ଗୁରୀ ଜଙ୍ଗଲ ଅନ୍ତର୍ଗତ ଆମ୍ବାଭୋନା ବ୍ଲକ ମୁଣ୍ଡକଟି ରାସ୍ତାରେ ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ବେଳେ ଏକ ବାଘର ମୃତଦେହ ପଡ଼ିଥିବାର ଦେଖିଥିଲେ ଲୋକେ I ଏନେଇ ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ I କୌଣସି ଅଜଣା ଗାଡ଼ି ଧକ୍କାରେ ବାଘର ମୃତ୍ୟୁ ଘଟିଥିବା କିଛି ଲୋକ ସନ୍ଦେହ କରୁଥିବା ବେଳେ ଆଉ କିଛି ବ୍ୟକ୍ତି ବାଘଟିକୁ ଶିକାର କରାଯାଇଥିବା ଚର୍ଚ୍ଚା କରୁଛନ୍ତି I ସେପଟେ ଖବରପାଇ ବନବିଭାଗର ଏକ ଟିମ ଘଟଣାସ୍ଥଳରେ ପହଁଛି ମୃତ ବାଘକୁ ଜବତ କରି ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି । ଏବେ ଯାଏଁ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବାଘଟିର ଲମ୍ବ ୨ଫୁଟ ହୋଇଥିବା ବେଳେ ୬ ମାସର ଅନୁମାନ କରାଯାଉଛି।
ବରଗଡ଼ ୧୬।୧୦ : ବରଗଡ଼ ଜିଲ୍ଲା ଡୁଙ୍ଗୁରୀ ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି । ଏବେ ଯାଏଁ ବାଘ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଡ଼ୁଙ୍ଗୁରୀ ଜଙ୍ଗଲ ଅନ୍ତର୍ଗତ ଆମ୍ବାଭୋନା ବ୍ଲକ ମୁଣ୍ଡକଟି ରାସ୍ତାରେ ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ବେଳେ ଏକ ବାଘର ମୃତଦେହ ପଡ଼ିଥିବାର ଦେଖିଥିଲେ ଲୋକେ I ଏନେଇ ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ I କୌଣସି ଅଜଣା ଗାଡ଼ି ଧକ୍କାରେ ବାଘର ମୃତ୍ୟୁ ଘଟିଥିବା କିଛି ଲୋକ ସନ୍ଦେହ କରୁଥିବା ବେଳେ ଆଉ କିଛି ବ୍ୟକ୍ତି ବାଘଟିକୁ ଶିକାର କରାଯାଇଥିବା ଚର୍ଚ୍ଚା କରୁଛନ୍ତି I
ସେପଟେ ଖବରପାଇ ବନବିଭାଗର ଏକ ଟିମ ଘଟଣାସ୍ଥଳରେ ପହଁଛି ମୃତ ବାଘକୁ ଜବତ କରି ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି । ଏବେ ଯାଏଁ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବାଘଟିର ଲମ୍ବ ୨ଫୁଟ ହୋଇଥିବା ବେଳେ ୬ ମାସର ଅନୁମାନ କରାଯାଉଛି।