UP ମହାକୁମ୍ଭ ପାଇଁ ରେଳବାଇ ଚଳାଇବେ୧୩ ହଜାର ଟ୍ରେନ୍ : ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ ୮।୧୨: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାକୁମ୍ଭ ୨୦୨୫ ଲାଗି ରେଳବାଇ ପ୍ରସ୍ତୁତି ଅନୁଧ୍ୟାନ ନିମନ୍ତେ ରବିବାର ବାରଣାସୀରୁ ଟ୍ରେନରେ ପ୍ରୟାଗରାଜ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ରେଳବାଇ ୩ ହଜାର ସ୍ୱତନ୍ତ୍ର ଓ ୧୦ ହଜାର ନିୟମିତ ଟ୍ରେନ ସହିତ ପାଖାପାଖି ୧୩ ହଜାର ଟ୍ରେନ ଚଳାଇବେ। ଏଥିରେ ଦେଢରୁ ୨ କୋଟି ଯାତ୍ରୀଙ୍କୁ ଟ୍ରେନ ଯାତ୍ରା ସୁବିଧା ପ୍ରଦାନ କରାଯିବ। ପୂର୍ବୋତ୍ତର ରେଳ, ଉତ୍ତର ରେଳ ଓ ଉତ୍ତର-ମଧ୍ୟ ରେଳ ଅନ୍ତର୍ଗତ ପ୍ରୟାଗରାଜସ୍ଥିତ ବିଭିନ୍ନ ଷ୍ଟେସନ ନିରୀକ୍ଷଣ କରିବା ପରେ ରେଳମନ୍ତ୍ରୀ ସାମ୍ବାଦିକଙ୍କୁ କହିଛନ୍ତି ଯେ ମୁଁ ଗଙ୍ଗା ନଦୀ ଉପରେ ନିର୍ମିତ ପୋଲର ମଧ୍ୟ ନିରୀକ୍ଷଣ କରିଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ଉଦଘାଟନ କରିବେ। ଏଠାରେ ଗଙ୍ଗା ନଦୀ ଉପରେ ପାଖାପାଖି ୧୦୦ ବର୍ଷ ପରେ ପୋଲ ନିର୍ମିତ ହୋଇଛି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ ଭାବେ ଆଜି ୫ଟି ଷ୍ଟେସନ ନିରୀକ୍ଷଣ କରିଛି। ଏହି ସବୁ ଷ୍ଟେସନର ହୋଲ୍ଡିଂ ଏରିଆ ବହୁତ ଭଲ। ଏଣୁ ଶ୍ରଦ୍ଧାଳୁ ଟ୍ରେନ ଆସିବା ପର୍ଯ୍ୟନ୍ତ ଭଲରେ ବସି ଅପେକ୍ଷା କରିପାରିବେ। ହୋଲ୍ଡିଂ ଏରିଆ ଓ ଟିକେଟରେ କଲର କୋଡିଂ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଶ୍ରଦ୍ଧାଳୁ ସହଜରେ ପ୍ଲାଟଫର୍ମକୁ ପହଞ୍ଚି ପାରିବେ ଓ ଉପଯୁକ୍ତ ଟ୍ରେନ ଧରିପାରିବେ। ସେ କହିଛନ୍ତି ଯେ ଏଠାରେ ପ୍ରଥମ ଥର ମୋବାଇ

UP ମହାକୁମ୍ଭ ପାଇଁ ରେଳବାଇ ଚଳାଇବେ୧୩ ହଜାର ଟ୍ରେନ୍ : ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ ୮।୧୨: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହାକୁମ୍ଭ ୨୦୨୫ ଲାଗି ରେଳବାଇ ପ୍ରସ୍ତୁତି ଅନୁଧ୍ୟାନ ନିମନ୍ତେ ରବିବାର ବାରଣାସୀରୁ ଟ୍ରେନରେ ପ୍ରୟାଗରାଜ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ରେଳବାଇ ୩ ହଜାର ସ୍ୱତନ୍ତ୍ର ଓ ୧୦ ହଜାର ନିୟମିତ ଟ୍ରେନ ସହିତ ପାଖାପାଖି ୧୩ ହଜାର ଟ୍ରେନ ଚଳାଇବେ। ଏଥିରେ ଦେଢରୁ ୨ କୋଟି ଯାତ୍ରୀଙ୍କୁ ଟ୍ରେନ ଯାତ୍ରା ସୁବିଧା ପ୍ରଦାନ କରାଯିବ। 

ପୂର୍ବୋତ୍ତର ରେଳ, ଉତ୍ତର ରେଳ ଓ ଉତ୍ତର-ମଧ୍ୟ ରେଳ ଅନ୍ତର୍ଗତ ପ୍ରୟାଗରାଜସ୍ଥିତ ବିଭିନ୍ନ ଷ୍ଟେସନ ନିରୀକ୍ଷଣ କରିବା ପରେ ରେଳମନ୍ତ୍ରୀ ସାମ୍ବାଦିକଙ୍କୁ କହିଛନ୍ତି ଯେ ମୁଁ ଗଙ୍ଗା ନଦୀ ଉପରେ ନିର୍ମିତ ପୋଲର ମଧ୍ୟ ନିରୀକ୍ଷଣ କରିଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ଉଦଘାଟନ କରିବେ। ଏଠାରେ ଗଙ୍ଗା ନଦୀ ଉପରେ ପାଖାପାଖି ୧୦୦ ବର୍ଷ ପରେ ପୋଲ ନିର୍ମିତ ହୋଇଛି। 

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ ଭାବେ ଆଜି ୫ଟି ଷ୍ଟେସନ ନିରୀକ୍ଷଣ କରିଛି। ଏହି ସବୁ ଷ୍ଟେସନର ହୋଲ୍ଡିଂ ଏରିଆ ବହୁତ ଭଲ। ଏଣୁ ଶ୍ରଦ୍ଧାଳୁ ଟ୍ରେନ ଆସିବା ପର୍ଯ୍ୟନ୍ତ ଭଲରେ ବସି ଅପେକ୍ଷା କରିପାରିବେ। ହୋଲ୍ଡିଂ ଏରିଆ ଓ ଟିକେଟରେ କଲର କୋଡିଂ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଶ୍ରଦ୍ଧାଳୁ ସହଜରେ ପ୍ଲାଟଫର୍ମକୁ ପହଞ୍ଚି ପାରିବେ ଓ ଉପଯୁକ୍ତ ଟ୍ରେନ ଧରିପାରିବେ। ସେ କହିଛନ୍ତି ଯେ ଏଠାରେ ପ୍ରଥମ ଥର ମୋବାଇଲ ୟୁଟିଏସ୍ ର ଉପଯୋଗ ହେଉଛି। 

ଏଥିରେ ମୋବାଇଲ ଉପକରଣ ରଖିଥିବା ବ୍ୟକ୍ତି ଯାତ୍ରୀଙ୍କୁ ଟିକେଟ୍ ଉପଲବ୍ଧ କରାଇ ପାରିବେ। ଏହା ପୂର୍ବରୁ ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା କାଳରେ ପ୍ରଥମ ଥର ମୋବାଇଲ ୟୁଟିଏସ୍ ବ୍ୟବହାର ହୋଇଥିଲା। ରେଳମନ୍ତ୍ରୀ କହିଛନ୍ତି ଯେ ମହାକୁମ୍ଭ ଲାଗି ପ୍ରୟାଗରାଜ-ବାରଣାସୀ ମାର୍ଗରେ ରେଳ ଦୋହରୀକରଣ କରାଯାଇଛି। ସେ କହିଛନ୍ତି ଯେ ସବୁ ଷ୍ଟେସନରେ ଗୋଟିଏ ଗୋଟିଏ କଣ୍ଟ୍ରୋଲ ରୁମ ରହିବ ଓ ସବୁ କଣ୍ଟ୍ରୋଲ ରୁମର ମାଷ୍ଟର କଣ୍ଟ୍ରୋଲ ରୁମ ପ୍ରୟାଗରାଜ ଷ୍ଟେସନରେ ରହିବ। ଏଠାରେ ସବୁ ଷ୍ଟେସନର ଲାଇଭ ଫିଡ ମିଳିବ। ଏହା ଛଡା ମହାକୁମ୍ଭ ନଗର ଓ ରାଜ୍ୟ ପୋଲିସ ସହ ମଧ୍ୟ ସିସିଟିଭି କ୍ୟାମେରାରେ ଫିଡ ଉପଲବ୍ଧ ହେବ।