‘ଶକ୍ତି’ଙ୍କ ପାଇଁ ଜୀବନ ଦେଇ ଦେବି, ଜୁନ୍ ୪ରେ ହୋଇଯିବ ମୁକାବିଲା; ପିଏମ୍ କହିଲେ ଚ୍ୟାଲେଞ୍ଜକୁ ସ୍ୱୀକାର କରୁଛି

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ତେଲଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଇଣ୍ଡି ମେଣ୍ଟକୁ ଶକ୍ତି ପ୍ରସଙ୍ଗରେ ଘେରିଛନ୍ତି । ଜଗତିୟାଲରେ ଆୟୋଜିତ ଏକ ଜନସଭାରେ ପିଏମ୍ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଶକ୍ତିଙ୍କୁ ଶେଷ କରିବା ପାଇଁ ଘୋଷଣା କରିଛି । ସେ କହିଛନ୍ତି ଯେ ଶକ୍ତିଙ୍କ ବିରୋଧରେ କହୁଥିବା ଲୋକଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରୁଛି । ମହାରାଷ୍ଟ୍ରରେ ରାଲି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ ଯେ ସେ ଶକ୍ତି ବିରୋଧରେ ଲଢେଇ କରୁଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଗତକାଲି ଇଣ୍ଡି ମେଣ୍ଟ ମୁମ୍ୱାଇରେ ଏକ ରାଲି ଆୟୋଜନ କରିଥିଲା । ସେମାନେ ଘୋଷଣା କରିଥିଲେ ଯେ ତାଙ୍କ ଲଢେଇ ଶକ୍ତିଙ୍କ ବିରୋଧରେ । ମୋ ପାଇଁ ପ୍ରତିଟି ଝିଅ, ମାଆ ଏବଂ ଭାଉଣୀ ଶକ୍ତିର ସ୍ୱରୂପ । ସେ କହିଛନ୍ତି, 'ଯେଉଁମାନେ ଶକ୍ତିଙ୍କ ବିରୋଧରେ ସ୍ୱର ଉଠାଉଛନ୍ତି, ମୁଁ ସେମାନଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରୁଛି । ମୁଁ ଶକ୍ତିଙ୍କ ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଅଛି ।'ପଢନ୍ତୁ: ‘ଶକ୍ତି’ ମନ୍ତବ୍ୟକୁ ନେଇ ବିବାଦ:ରାହୁଲ କହିଲେ- ମୋଦୀ ଜୀ ସବୁବେଳେ ମୋ କଥାକୁ ଓଲଟପାଲଟ କରି ଭୁଲ୍ ଭାବରେ ଲୋକଙ୍କୁ କୁହନ୍ତିସେ କହିଛନ୍ତି, 'ଗତକାଲି ମୁମ୍ୱାଇରେ ଇଣ୍ଡି ଆଲାଏନ୍ସର ରାଲି ଥିଲା । ନିର୍ବାଚନ ଘୋଷଣା ହେବା ପରେ ଇଣ୍ଡି ଆଲାଏନ୍ସର ପ୍ରଥମ ଏବଂ ସେମାନଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଲି ଥିଲା । ଏହି ରାଲିରେ ସେମାନେ ନି

‘ଶକ୍ତି’ଙ୍କ ପାଇଁ ଜୀବନ ଦେଇ ଦେବି, ଜୁନ୍ ୪ରେ ହୋଇଯିବ ମୁକାବିଲା; ପିଏମ୍ କହିଲେ ଚ୍ୟାଲେଞ୍ଜକୁ ସ୍ୱୀକାର କରୁଛି

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ତେଲଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଇଣ୍ଡି ମେଣ୍ଟକୁ ଶକ୍ତି ପ୍ରସଙ୍ଗରେ ଘେରିଛନ୍ତି । ଜଗତିୟାଲରେ ଆୟୋଜିତ ଏକ ଜନସଭାରେ ପିଏମ୍ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଶକ୍ତିଙ୍କୁ ଶେଷ କରିବା ପାଇଁ ଘୋଷଣା କରିଛି । ସେ କହିଛନ୍ତି ଯେ ଶକ୍ତିଙ୍କ ବିରୋଧରେ କହୁଥିବା ଲୋକଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରୁଛି । ମହାରାଷ୍ଟ୍ରରେ ରାଲି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ ଯେ ସେ ଶକ୍ତି ବିରୋଧରେ ଲଢେଇ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଗତକାଲି ଇଣ୍ଡି ମେଣ୍ଟ ମୁମ୍ୱାଇରେ ଏକ ରାଲି ଆୟୋଜନ କରିଥିଲା । ସେମାନେ ଘୋଷଣା କରିଥିଲେ ଯେ ତାଙ୍କ ଲଢେଇ ଶକ୍ତିଙ୍କ ବିରୋଧରେ । ମୋ ପାଇଁ ପ୍ରତିଟି ଝିଅ, ମାଆ ଏବଂ ଭାଉଣୀ ଶକ୍ତିର ସ୍ୱରୂପ । ସେ କହିଛନ୍ତି, 'ଯେଉଁମାନେ ଶକ୍ତିଙ୍କ ବିରୋଧରେ ସ୍ୱର ଉଠାଉଛନ୍ତି, ମୁଁ ସେମାନଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରୁଛି । ମୁଁ ଶକ୍ତିଙ୍କ ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଅଛି ।'

ପଢନ୍ତୁ: ‘ଶକ୍ତି’ ମନ୍ତବ୍ୟକୁ ନେଇ ବିବାଦ:ରାହୁଲ କହିଲେ- ମୋଦୀ ଜୀ ସବୁବେଳେ ମୋ କଥାକୁ ଓଲଟପାଲଟ କରି ଭୁଲ୍ ଭାବରେ ଲୋକଙ୍କୁ କୁହନ୍ତି

ସେ କହିଛନ୍ତି, 'ଗତକାଲି ମୁମ୍ୱାଇରେ ଇଣ୍ଡି ଆଲାଏନ୍ସର ରାଲି ଥିଲା । ନିର୍ବାଚନ ଘୋଷଣା ହେବା ପରେ ଇଣ୍ଡି ଆଲାଏନ୍ସର ପ୍ରଥମ ଏବଂ ସେମାନଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଲି ଥିଲା । ଏହି ରାଲିରେ ସେମାନେ ନିଜ ଘୋଷଣା ପତ୍ର ଜାରି କରିଛନ୍ତି ଏବଂ ସେମାନଙ୍କ ଇସ୍ତହାରରେ ଘୋଷଣା କରାଯାଇଛି ଯେ ମୋର (ଇଣ୍ଡି ଆଲାଏନ୍ସ)ର ଲଢାଇ ଶକ୍ତି ବିରୋଧରେ ଅଟେ ।' ପିଏମ୍ ମୋଦୀ କହିଛନ୍ତି, 'ମୋ ପାଇଁ ସବୁ ମାଆମାନେ ଶକ୍ତିର ସ୍ୱରୂପ, ସବୁ ଝିଅ ଶକ୍ତିର ରୁପ । ମୁଁ ଏମାନଙ୍କ ଶକ୍ତି ରୂପେ ପୂଜା କରୁଛି ଏବଂ ମୁଁ ଏହି ଶକ୍ତି ସ୍ୱରୂପା ମାଆ-ଭଉଣୀ ରକ୍ଷା ପାଇଁ ନିଜ ଜୀବନର ବାଜି ଲଗାଇ ଦେବି ।' 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଚନ୍ଦ୍ରଯାନ ଯେଉଁଠି ଲ୍ୟାଣ୍ଡ କଲା, ସେହି ସ୍ଥାନର ନାଁ ଆମେ ଶିବ ଶକ୍ତି ରଖିଲୁ । ସେ କହିଛନ୍ତି ଗୋଟିଏ ପଟେ ଶକ୍ତିର ବିନାଶ କଥା କୁହାଯାଉଛି, ଅନ୍ୟପଟେ ଶକ୍ତିର ପୂଜା କରୁଥିବା ଲୋକ । ମୁକାବିଲା ଜୁନ ୪ରେ ହୋଇଯିବ ଯେ କିଏ ଶକ୍ତିର ବିନାଶ କରିପାରିବ ଏବଂ କିଏ ଶକ୍ତିଙ୍କ ଆଶୀର୍ବାଦ ପାଇ ପାରିବ ।

ମୁମ୍ୱାଇର ଶିବାଜୀ ପାର୍କରେ ରାଲି ସମୟରେ ରାହୁଲ କହିଥିଲେ, 'ହିନ୍ଦୁ ଧର୍ମରେ ଶକ୍ତିର ଶବ୍ଦ ଅଛି । ଆମେ ଏକ ଶକ୍ତି ବିରୋଧରେ ଲଢେଇ କରୁଛୁ । ପ୍ରଶ୍ନ ଏହା ଯେ ସେ ଶକ୍ତି କଣ । ରାଜାର ଆତ୍ମ ଇଭିଏମରେ ଅଛି । ଠିକ୍ ଅଛି । ରାଜାର ଆତ୍ମା ଇଭିଏମରେ ଅଛି ଏବଂ ଦେଶର ସବୁ ସଂସ୍ଥାରେ ଅଛି । ଇଡିରେ ଅଛି, ସିବିଆଇରେ ଅଛି, ଆୟକର ବିଭାଗରେ ଅଛି ।'