ସମାଜ ରିଲିଫ କମିଟି ତରଫରୁ ଘାସି ଭବାନୀପୁର ଅଗ୍ନିକାଣ୍ଡ ବିପନ୍ନଙ୍କୁ ସହାୟତା ପ୍ରଦାନ

ସାକ୍ଷୀଗୋପାଳ: ସାମାଜ ରିଲିଫ କମିଟି ତରଫରୁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଘାସି ଭବାନୀପୁର ଅଗ୍ନିକାଣ୍ଡ ବିପନ୍ନମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଅଗ୍ନିକାଣ୍ଡ ବିପନ୍ନ ପରିବାର ସଦସ୍ୟମାନଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଅଗ୍ନିକାଣ୍ଡ ବିପନ୍ନ କୃଷ୍ଣଚନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସହଦେଵ ପ୍ରଧାନ, ଭଗବାନ ପ୍ରଧାନ, ଈଶ୍ୱର ଜେନା, କୁମାରୀ ଜେନା, ରବୀନ୍ଦ୍ର ଜେନା, ବିଶ୍ୱନାଥ ଜେନା, ଜମ୍ବେଶ୍ୱର ଜେନା ଓ ଓକିଲ ଜେନା […]

ସମାଜ ରିଲିଫ କମିଟି ତରଫରୁ ଘାସି ଭବାନୀପୁର ଅଗ୍ନିକାଣ୍ଡ ବିପନ୍ନଙ୍କୁ ସହାୟତା ପ୍ରଦାନ

ସାକ୍ଷୀଗୋପାଳ: ସାମାଜ ରିଲିଫ କମିଟି ତରଫରୁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଘାସି ଭବାନୀପୁର ଅଗ୍ନିକାଣ୍ଡ ବିପନ୍ନମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଅଗ୍ନିକାଣ୍ଡ ବିପନ୍ନ ପରିବାର ସଦସ୍ୟମାନଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଅଗ୍ନିକାଣ୍ଡ ବିପନ୍ନ କୃଷ୍ଣଚନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସହଦେଵ ପ୍ରଧାନ, ଭଗବାନ ପ୍ରଧାନ, ଈଶ୍ୱର ଜେନା, କୁମାରୀ ଜେନା, ରବୀନ୍ଦ୍ର ଜେନା, ବିଶ୍ୱନାଥ ଜେନା, ଜମ୍ବେଶ୍ୱର ଜେନା ଓ ଓକିଲ ଜେନା ପ୍ରମୁଖଙ୍କୁ ନଗଦ ୨,୦୦୦ଟଙ୍କା, କମ୍ବଳ ଓ ଶାଢ଼ୀ ପ୍ରଦାନ କରାଯାଇଛି।

ଏହି ଅବସରରେ ଗାଁ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତୁଳସୀ ରାମ ଜଗତ, ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ, ସରପଞ୍ଚ ଗୌରାଙ୍ଗ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାପାତ୍ର, ଦେବାଶିଷ ରାୟ, ପ୍ରଶାନ୍ତ କୁମାର ଶତପଥୀ, ମନୋଜ କୁମାର ସାହୁ, କୃଷ୍ଣଚନ୍ଦ୍ର ସ୍ୱାଇଁ, ହୃଷିକେଶ ଜେନା, କଂଗ୍ରେସ ଜେନା, ସୁଦର୍ଶନ ମହାପାତ୍ର ଓ ଚନ୍ଦ୍ରମଣି ଜେନାଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।