ଟ୍ରାଙ୍କୁଲାଇଜ ହେଲା ଜିନତ, ପଶ୍ଚିମବଙ୍ଗ ବାଙ୍କୁରାରେ କରାଗଲା ଟ୍ରାଙ୍କୁଲାଇଜ

ବାରିପଦା : ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ଜିନତକୁ ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ କରାଯାଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ପଶ୍ଚିମବଙ୍ଗକୁ ଯାଇଥିବା ୩ ବର୍ଷର ବାଘୁଣୀ ଜିନତଙ୍କୁ ବନ ବିଭାଗ ଟିମ ପଶ୍ଚିମବଙ୍ଗର ବାଙ୍କୁରା ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରିଛନ୍ତି।  ତାହାକୁ କାବୁ କରି ପିଞ୍ଜରା ରଖାଯାଇଥିବା ବେଳେ ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଅଣାଯିବ […]

ଟ୍ରାଙ୍କୁଲାଇଜ ହେଲା ଜିନତ, ପଶ୍ଚିମବଙ୍ଗ ବାଙ୍କୁରାରେ କରାଗଲା ଟ୍ରାଙ୍କୁଲାଇଜ
Efforts on to tranquilise Tigress Zeenat to bring it back to Similipal

ବାରିପଦା : ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ଜିନତକୁ ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ କରାଯାଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ପଶ୍ଚିମବଙ୍ଗକୁ ଯାଇଥିବା ୩ ବର୍ଷର ବାଘୁଣୀ ଜିନତଙ୍କୁ ବନ ବିଭାଗ ଟିମ ପଶ୍ଚିମବଙ୍ଗର ବାଙ୍କୁରା ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରିଛନ୍ତି।  ତାହାକୁ କାବୁ କରି ପିଞ୍ଜରା ରଖାଯାଇଥିବା ବେଳେ ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଅଣାଯିବ ବୋଲି ସୂଚନା ଦେଇଛନ୍ତି।

ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜିନ୍ନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ଗତ ଡିସେମ୍ବର ୮ ତାରିଖରେ ଶିମିଳିପାଳରୁ ଜିନତ ଝାଡ଼ଖଣ୍ଡ ଯାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶାନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ସେଠାରେ ବାଙ୍କୁରାର ରାଣୀବନ୍ଧ ଜଙ୍ଗଲରେ ଆଜି ତାକୁ ଟ୍ରାଙ୍କୁଲାଇଜ କରି କାବୁ କରାଯାଇଛି। ଜିନ୍ନତକୁ ଶିମିଳିପାଳ ଫେରାଇ ଆଣିବାକୁ ବନ ବିଭାଗର ୧୨୦ ଜଣ ଏକ ଟିମ୍ ଲାଗିଥିଲା।ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଦୁଇଟି ମଇଁଷିର ଲୋଭ ଦେଖାଇ ଥିଲା ବନ ବିଭାଗ। ମଇଁଷି ଶିକାର କରିବା ଲୋଭରେ ଘଞ୍ଚ ଜଙ୍ଗଲରୁ ପଦାକୁ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବନ କର୍ମଚାରୀ ମାନେ ତାକୁ ଟ୍ରାଙ୍କୁଲାଇଜ କରିବାକୁ ସକ୍ଷମ ହୋଇଛନ୍ତି। ଏବେ ତାକୁ ପୁଣି ଶିମିଳିପାଳ ଆଣିବାକୁ ବ୍ୟବସ୍ଥା କରାଯାଉଛି।