ତାମିଲନାଡ଼ୁ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୯ ମୃତ, ଅନେକ ଆହତ
ନୂଆଦିଲ୍ଲୀ : ତାମିଲନାଡ଼ୁର ବିରୁଧୁନଗର ଜିଲ୍ଲାରେ ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ବାଣ ଫ୍ୟାକ୍ଟ୍ରି ସହ ଅନ୍ୟ ୪ଟି କୋଠା ଧ୍ବଂସ ହୋଇଯାଇଛି। ବିଜୟ ନାମକ ଜଣେ ବ୍ୟକ୍ତି ଏହି ଫ୍ୟାକ୍ଟ୍ରିର ମାଲିକ ଏବଂ ବେମ୍ବକୋଟ୍ଟାଇ ଅଞ୍ଚଳରେ ଏହା ଅବସ୍ଥିତ। ଉକ୍ତ ଘଟଣା ପରେ ପୁଲିସ ଏବଂ ଅଗ୍ନି ବିଭାଗର ଏକ ଦଳ […]

ନୂଆଦିଲ୍ଲୀ : ତାମିଲନାଡ଼ୁର ବିରୁଧୁନଗର ଜିଲ୍ଲାରେ ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ବାଣ ଫ୍ୟାକ୍ଟ୍ରି ସହ ଅନ୍ୟ ୪ଟି କୋଠା ଧ୍ବଂସ ହୋଇଯାଇଛି। ବିଜୟ ନାମକ ଜଣେ ବ୍ୟକ୍ତି ଏହି ଫ୍ୟାକ୍ଟ୍ରିର ମାଲିକ ଏବଂ ବେମ୍ବକୋଟ୍ଟାଇ ଅଞ୍ଚଳରେ ଏହା ଅବସ୍ଥିତ। ଉକ୍ତ ଘଟଣା ପରେ ପୁଲିସ ଏବଂ ଅଗ୍ନି ବିଭାଗର ଏକ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ନିକଟସ୍ଥ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଲିସ ଅନୁଯାୟୀ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ପ୍ରାଥିମକ ତଦନ୍ତରୁ ଜଣାପଡ଼ିଛି ଯେ ଫ୍ୟାକ୍ଟ୍ରିର କେମିକାଲ ମିକ୍ସିଂ ରୁମରେ ଏହି ଦୁର୍ଘଟଣା ହୋଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।