ଗାଜା କବଜା ଲାଗି ଟ୍ରମ୍ପଙ୍କ ଯୋଜନା

ୱାସିଂଟନ୍‌: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ସମୟରେ ଡୋନାଲ୍ଡ ଟ୍ରମ୍ପ ଏକ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ଟ୍ରମ୍ପ ଗାଜାକୁ ନିଜ ନିୟନ୍ତ୍ରଣକୁ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ନେଇ କେବଳ ଆମେରିକାର ସହଯୋଗୀ ଦେଶ ନୁହେଁ, ପାଲେଷ୍ଟାଇନ୍ ସମର୍ଥକମାନେ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ଟ୍ରମ୍ପଙ୍କ ଉଦ୍ଦେଶ୍ୟ ଜାଣିବା ପରେ ପଡ଼ୋଶୀ ଦେଶ ପାଲେଷ୍ଟାଇନ ଇଜିପ୍ଟ ଗାଜା ଉପରେ ଏକ ଜରୁରୀକାଳୀନ ଆରବ ଶିଖର ସମ୍ମିଳନୀ ଡାକିବାକୁ ଆହ୍ୱାନ ଦେଇଛି। ଏଥିରେ […]

ଗାଜା କବଜା ଲାଗି ଟ୍ରମ୍ପଙ୍କ ଯୋଜନା

ୱାସିଂଟନ୍‌: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ସମୟରେ ଡୋନାଲ୍ଡ ଟ୍ରମ୍ପ ଏକ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ଟ୍ରମ୍ପ ଗାଜାକୁ ନିଜ ନିୟନ୍ତ୍ରଣକୁ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ନେଇ କେବଳ ଆମେରିକାର ସହଯୋଗୀ ଦେଶ ନୁହେଁ, ପାଲେଷ୍ଟାଇନ୍ ସମର୍ଥକମାନେ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ଟ୍ରମ୍ପଙ୍କ ଉଦ୍ଦେଶ୍ୟ ଜାଣିବା ପରେ ପଡ଼ୋଶୀ ଦେଶ ପାଲେଷ୍ଟାଇନ ଇଜିପ୍ଟ ଗାଜା ଉପରେ ଏକ ଜରୁରୀକାଳୀନ ଆରବ ଶିଖର ସମ୍ମିଳନୀ ଡାକିବାକୁ ଆହ୍ୱାନ ଦେଇଛି। ଏଥିରେ ସମସ୍ତ ଦେଶ ମିଳିତ ଭାବେ ଗାଜାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଟ୍ରମ୍ପଙ୍କ ଯୋଜନାକୁ ବିରୋଧ କରିପାରିବେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ହ୍ୱାଇଟ୍ ହାଉସରେ ଗତ ସପ୍ତାହରେ ଏକ ବୈଠକରେ ଟ୍ରମ୍ପ ଦେଇଥିବା ପରାମର୍ଶ ୱାଶିଂଟନର ପ୍ରମୁଖ ସହଯୋଗୀ ଇଜିପ୍ଟ, ଜୋର୍ଡାନ ଏବଂ ସାଉଦି ଆରବ ସମେତ ଆରବ ଜଗତକୁ କ୍ରୋଧିତ କରିଛି।