ତେଲଙ୍ଗାନାରେ ଚାଞ୍ଚଲ୍ୟ: ୩୫ ବର୍ଷର ପୁଅକୁ ମାରି ପାଞ୍ଚ ଖଣ୍ଡକଲା ମାଆ

ହାଇଦ୍ରାବାଦ: ପୁଅର ଆଚରଣରେ କ୍ଷୁବ୍ଧ ହୋଇ ଜଣେ ମାଆ ନିଜର ୩୫ ବର୍ଷର ପୁଅକୁ ହତ୍ୟା କରିବା ସହିତ ତାକୁ ପାଞ୍ଚ ଖଣ୍ଡ କରିବା ଘଟଣା ତେଲଙ୍ଗାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ପ୍ରକାଶମ ଜିଲ୍ଲାର କୁମବୁମ୍ ଗ୍ରାମରେ ଘଟିଛି। ପ୍ରକାଶମ ଏସପି ଏ ଆର ଦାମୋଦରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ୫୭ ବର୍ଷୀୟା କେ ଲକ୍ଷ୍ମୀଦ୍ବେୀ ନିଜ ପୁଅ ଶ୍ୟାମ ପ୍ରସାଦ(୩୫)ର ଆଚରଣ ଏବଂ କାର୍ଯ୍ୟକଳାପକୁ ନେଇ ଦୀର୍ଘ ଦିନ ଧରି ଅତିଷ୍ଠ […]

ତେଲଙ୍ଗାନାରେ ଚାଞ୍ଚଲ୍ୟ: ୩୫ ବର୍ଷର ପୁଅକୁ ମାରି ପାଞ୍ଚ ଖଣ୍ଡକଲା ମାଆ
Kaka died of nephews attack in sonepur

ହାଇଦ୍ରାବାଦ: ପୁଅର ଆଚରଣରେ କ୍ଷୁବ୍ଧ ହୋଇ ଜଣେ ମାଆ ନିଜର ୩୫ ବର୍ଷର ପୁଅକୁ ହତ୍ୟା କରିବା ସହିତ ତାକୁ ପାଞ୍ଚ ଖଣ୍ଡ କରିବା ଘଟଣା ତେଲଙ୍ଗାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ପ୍ରକାଶମ ଜିଲ୍ଲାର କୁମବୁମ୍ ଗ୍ରାମରେ ଘଟିଛି। ପ୍ରକାଶମ ଏସପି ଏ ଆର ଦାମୋଦରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ୫୭ ବର୍ଷୀୟା କେ ଲକ୍ଷ୍ମୀଦ୍ବେୀ ନିଜ ପୁଅ ଶ୍ୟାମ ପ୍ରସାଦ(୩୫)ର ଆଚରଣ ଏବଂ କାର୍ଯ୍ୟକଳାପକୁ ନେଇ ଦୀର୍ଘ ଦିନ ଧରି ଅତିଷ୍ଠ ହୋଇପଡ଼ିଥିଲେ। କିନ୍ତୁ ନିକଟରେ ଶ୍ୟାମ ପ୍ରସାଦ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ରହିଥିବା ନିଜର ସମ୍ପର୍କୀୟଙ୍କୁ ଖରାପ ବ୍ୟବହାର କରିବା ପରେ ଲକ୍ଷ୍ମୀ ଧୈର୍ଯ୍ୟହରାଇ ଥିଲେ। ତେବେ ହାଇଦ୍ରାବାଦରେ ଶ୍ୟାମ ପ୍ରସାଦ ନିଜର ମାଇଁଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିବା ପରେ ଲକ୍ଷ୍ମୀ ନିଜର କିଛି ସମ୍ପର୍କୀୟଙ୍କ ସହାୟତାରେ ଶ୍ୟାମପ୍ରସାଦକୁ ହତ୍ୟା କରିଥିଲେ। ଏକ ଟାଙ୍ଗିଆରେ ଲକ୍ଷ୍ମୀ ପୁଅକୁ ହତ୍ୟା କରିବା ପରେ ତାକୁ ୫ ଖଣ୍ଡ କରି ନିକଟସ୍ଥ ଏକ କେନାଲରେ ମରଶରୀରକୁ ଫିଙ୍ଗି ଦେଇଥିବା ଏସପି କହିଛନ୍ତି।