ତେଲ୍ ଅଭିଭ୍ ପାଇଁ ସମସ୍ତ ଉଡାଣକୁ ତତ୍କାଳ ବନ୍ଦ କଲା ଏୟାର ଇଣ୍ଡିଆ, ଯାତ୍ରୀଙ୍କୁ ମିଳିବ ରିଫଣ୍ଡ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ଆଶଂକାକୁ ଦେଖି ଏୟାର ଇଣ୍ଡିଆ ଇସ୍ରାଏଲୀ ସହର ତେଲ୍ ଅଭିଭ୍ ପାଇଁ ସମସ୍ତ ଉଡାଣକୁ ତତ୍କାଳ ପ୍ରଭାବରୁ ରଦ୍ଦ କରିଛି । ଏୟାରଲାଇନ୍ କହିଛି ଯେ ପରବର୍ତ୍ତୀ ନୋଟିସ୍ ପର୍ଯ୍ୟାୟରେ ବିମାନ ସେବା ସସପେଣ୍ଡ୍ ରହିବ । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ସଂସ୍ଥା ସେଠାକାର ସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି । ଏୟାରଲାଇନ୍ ତେଲ୍ ଅଭିଭ୍ ଯିବାକୁ ଥିବା ଏବଂ ସେଠାରୁ ଫେରିବାକୁ ଥିବା ଯାତ୍ରୀଙ୍କୁ ରିଫଣ୍ଡ୍ ଅଫର୍ ଦେଇଛି । ଏୟାରଲାଇନ କହିଛି ଯେ ଆମ ଯାତ୍ରୀ ଏବଂ କ୍ରିୟୁଙ୍କ ସୁରକ୍ଷା ଆମ ପାଇଁ ସବୁଠୁ ବଡ଼ ପ୍ରାଥମିକତା । ଟାଟା ଗ୍ରୁପ୍ ମାଲିକାନାରେ ଥିବା କମ୍ପାନି ଏହା ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀରୁ ତେଲ୍ ଅଭିଭ୍ ଯାଏ ନିଜ ସେବାକୁ ଅଗଷ୍ଟ ୮ ଯାଏ ସ୍ଥଗିତ କରିଥିଲା ।#ImportantAnnouncementIn view of the current situation in parts of the Middle East, scheduled operation of our flights to and from Tel Aviv are suspended with immediate effect until further notice. We are continuously monitoring the situation and are offering a full refund to…— Air India (@airindia) August 9, 2024ଇରାନରେ ହମାସ୍ ମୁଖ୍ୟ ଇସ୍ମାଇଲ୍ ହାନିୟେଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏହାରି ଭିତରେ ଆମ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ଆଶଂକାକୁ ଦେଖି ଏୟାର ଇଣ୍ଡିଆ ଇସ୍ରାଏଲୀ ସହର ତେଲ୍ ଅଭିଭ୍ ପାଇଁ ସମସ୍ତ ଉଡାଣକୁ ତତ୍କାଳ ପ୍ରଭାବରୁ ରଦ୍ଦ କରିଛି । ଏୟାରଲାଇନ୍ କହିଛି ଯେ ପରବର୍ତ୍ତୀ ନୋଟିସ୍ ପର୍ଯ୍ୟାୟରେ ବିମାନ ସେବା ସସପେଣ୍ଡ୍ ରହିବ । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ସଂସ୍ଥା ସେଠାକାର ସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି । ଏୟାରଲାଇନ୍ ତେଲ୍ ଅଭିଭ୍ ଯିବାକୁ ଥିବା ଏବଂ ସେଠାରୁ ଫେରିବାକୁ ଥିବା ଯାତ୍ରୀଙ୍କୁ ରିଫଣ୍ଡ୍ ଅଫର୍ ଦେଇଛି । ଏୟାରଲାଇନ କହିଛି ଯେ ଆମ ଯାତ୍ରୀ ଏବଂ କ୍ରିୟୁଙ୍କ ସୁରକ୍ଷା ଆମ ପାଇଁ ସବୁଠୁ ବଡ଼ ପ୍ରାଥମିକତା । ଟାଟା ଗ୍ରୁପ୍ ମାଲିକାନାରେ ଥିବା କମ୍ପାନି ଏହା ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀରୁ ତେଲ୍ ଅଭିଭ୍ ଯାଏ ନିଜ ସେବାକୁ ଅଗଷ୍ଟ ୮ ଯାଏ ସ୍ଥଗିତ କରିଥିଲା ।
#ImportantAnnouncement
In view of the current situation in parts of the Middle East, scheduled operation of our flights to and from Tel Aviv are suspended with immediate effect until further notice. We are continuously monitoring the situation and are offering a full refund to…— Air India (@airindia) August 9, 2024
ଇରାନରେ ହମାସ୍ ମୁଖ୍ୟ ଇସ୍ମାଇଲ୍ ହାନିୟେଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏହାରି ଭିତରେ ଆମେରିକୀୟ ମିଡିଆ ହାଉସ୍ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲ୍ ଅଧିକାରୀଙ୍କ ଦାବି ଅନୁସାରେ ଇରାନ ଖୁବଶୀଘ୍ର ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ । ଇରାନ ଆକ୍ରମଣର ସାମନା କରିବା ଏବଂ ଇସ୍ରାଏଲକୁ ସହଯୋଗ କରିବା ପାଇଁ ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡ ଫୋର୍ସ ଚିଫ୍ ଜେନେରାଲ ମାଇକେଲ୍ କୁରେଲା ତେଲ୍ ଅଭିଭ୍ ଗସ୍ତରେ ଅଛନ୍ତି । ଏହାସହ ବଢୁଥିବା ବିପଦକୁ ନଜରରେ ରଖି ଆମେରିକା ମଧ୍ୟପ୍ରାଚ୍ୟରେ ହତିଆର ମୁତୟନକୁ ବଢାଇ ଦେଇଛି ।