ତ୍ରିକୋଣୀୟ ପ୍ରେମରେ ବଳି ପଡ଼ିଲେ ନିରୀହ ଯୁବକ, ସାଙ୍ଗକୁ ବଞ୍ଚାଇବାକୁ ଯାଇ ଖଣ୍ଡା ଚୋଟରେ ଗଲା ଜୀବନ

ନୂଆଦିଲ୍ଲୀ,୧୬।୩: ବନ୍ଧୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଖଣ୍ଡା ଚୋଟରେ ଚାଲିଗଲା ନିରୀହ ଯୁବକଙ୍କ ଜୀବନ। ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିସ୍ୱର ଅଞ୍ଚଳରେ ଜଣେ ଯୁବକଙ୍କୁ ଧାରୁଆ ଖଣ୍ଡରେ ହାନି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅଞ୍ଜନ କୁମାର ବେହେରା ବୋଲି ଜଣାପଡିଛି। କାହ୍ନା ନାମକ ଅଭିଯୁକ୍ତି ଏହି ହତ୍ୟାକାଣ୍ଡ ଘଟାଇ ଫେରାର ଅଛି। ରିପୋର୍ଟ ଅନୁଯାୟୀ, ଏହି ହତ୍ୟାକାଣ୍ଡ ତ୍ରୀକୋଣୀୟ ପ୍ରେମ କାହାଣୀରୁ ହୋଇଥିବା ସନ୍ଦେହ କରାଯାଉଛି। ପୀଡିତ ଅଞ୍ଜନ ଗୌତମଙ୍କ […] The post ତ୍ରିକୋଣୀୟ ପ୍ରେମରେ ବଳି ପଡ଼ିଲେ ନିରୀହ ଯୁବକ, ସାଙ୍ଗକୁ ବଞ୍ଚାଇବାକୁ ଯାଇ ଖଣ୍ଡା ଚୋଟରେ ଗଲା ଜୀବନ appeared first on Dharitri Odia News.

ତ୍ରିକୋଣୀୟ ପ୍ରେମରେ ବଳି ପଡ଼ିଲେ ନିରୀହ ଯୁବକ, ସାଙ୍ଗକୁ ବଞ୍ଚାଇବାକୁ ଯାଇ ଖଣ୍ଡା ଚୋଟରେ ଗଲା ଜୀବନ

ନୂଆଦିଲ୍ଲୀ,୧୬।୩: ବନ୍ଧୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଖଣ୍ଡା ଚୋଟରେ ଚାଲିଗଲା ନିରୀହ ଯୁବକଙ୍କ ଜୀବନ। ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିସ୍ୱର ଅଞ୍ଚଳରେ ଜଣେ ଯୁବକଙ୍କୁ ଧାରୁଆ ଖଣ୍ଡରେ ହାନି ହତ୍ୟା କରାଯାଇଛି।

ମୃତକଙ୍କ ନାମ ଅଞ୍ଜନ କୁମାର ବେହେରା ବୋଲି ଜଣାପଡିଛି। କାହ୍ନା ନାମକ ଅଭିଯୁକ୍ତି ଏହି ହତ୍ୟାକାଣ୍ଡ ଘଟାଇ ଫେରାର ଅଛି। ରିପୋର୍ଟ ଅନୁଯାୟୀ, ଏହି ହତ୍ୟାକାଣ୍ଡ ତ୍ରୀକୋଣୀୟ ପ୍ରେମ କାହାଣୀରୁ ହୋଇଥିବା ସନ୍ଦେହ କରାଯାଉଛି।

ପୀଡିତ ଅଞ୍ଜନ ଗୌତମଙ୍କ ବନ୍ଧୁ ଥିଲେ ଯିଏ ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କରେ ଥିଲେ। ଏକ ପାର୍ଟୀରେ ଯୋଗଦେବା ପରେ ଗୌତମ ତାଙ୍କ ବନ୍ଧୁ ଅଞ୍ଜନଙ୍କ ସହ ଶୁକ୍ରବାର ରାତିରେ ପ୍ରେମ କରୁଥିବା ଯୁବତୀଙ୍କୁ ଭେଟିବାକୁ ଯାଇଥିଲେ। ଅନ୍ୟପଟେ ପିଙ୍କୁ ଯିଏକି ଯୁବତୀଙ୍କର ଅନ୍ୟଜଣେ ପ୍ରେମିକ ଗୌତମଙ୍କୁ ଖଣ୍ଡରେ ଆକ୍ରମଣ କରିଥିଲେ। ତେବେ ଗୌତମଙ୍କୁ ବଞ୍ଚାଇବାକୁ ଯାଇ ଅଞ୍ଜନଙ୍କ ହାତରେ ଏବଂ ଶରୀରର ଅନ୍ୟାନ୍ୟ ଅଂଶରେ ଗୁରୁତର ଆହତ ଲାଗିଥିଲା।

ଅଞ୍ଜନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ଏ ସମ୍ପର୍କରେ ଲକ୍ଷ୍ମୀସାଗର ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି। ପୋଲିସ ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ପାଇ ନାହିଁ।

ପୋଲିସ ସୂତ୍ର ଅନୁଯାୟୀ ପିଙ୍କୁର କିଛି ସହଯୋଗୀ ଏହି ହତ୍ୟା ମାମଲାରେ ଜଡିତ ଅଛନ୍ତି। ସେମାନେ ପୂର୍ବରୁ ଗୌତମଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର କରିଥିଲେ। ଏହି ଘଟଣାରେ ଅଧିକ ସୂଚନା ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ପ୍ରକାଶ କରାଯାଇପାରେ ବୋଲି ପୋଲିସ ସୂଚନା ଦେଇଛି।

The post ତ୍ରିକୋଣୀୟ ପ୍ରେମରେ ବଳି ପଡ଼ିଲେ ନିରୀହ ଯୁବକ, ସାଙ୍ଗକୁ ବଞ୍ଚାଇବାକୁ ଯାଇ ଖଣ୍ଡା ଚୋଟରେ ଗଲା ଜୀବନ appeared first on Dharitri Odia News.