ଦିନକୁ ମାତ୍ର ୨୦ ମିନିଟ୍ କରନ୍ତୁ ଡ୍ୟାନ୍ସ: ମିଳିବ ଜବରଦସ୍ତ ଫାଇଦା
ଆଜିକାଲି ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରେ ଶରୀରର ସଠିକ ଯତ୍ନ ନେବା କାଠିକର ପାଠ ହୋଇଯାଇଛି। ସାରା ଦିନ ବସି କାମ କରିବା ଯୋଗୁ ଅଧିକାଂଶ ଲୋକଙ୍କଠାରେ ବହୁତ କମ ବୟସରୁ ଅନେକ ରୋଗର ଲକ୍ଷଣ ଦେଖାଦେବା ଆରମ୍ଭ ହୁଏ। ଲୋକଙ୍କ ପାଖରେ ଜିମ ଯିବା କିମ୍ବା କୌଣସି ପ୍ରକାରର ବ୍ୟାୟାମ କରିବା ପାଇଁ ସମୟ ନାହିଁ। କିନ୍ତୁ ଯଦି କୁହାଯାଏ ଯେ ମାତ୍ର ୨୦ ମିନିଟ ନାଚିବା ଦ୍ୱାରା ଶରୀର ଫିଟ ହେବ ଏବଂ କ୍ୟାଲୋରୀ ମଧ୍ୟ […] The post ଦିନକୁ ମାତ୍ର ୨୦ ମିନିଟ୍ କରନ୍ତୁ ଡ୍ୟାନ୍ସ: ମିଳିବ ଜବରଦସ୍ତ ଫାଇଦା appeared first on Dharitri Odia News.
ଆଜିକାଲି ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଭିତରେ ଶରୀରର ସଠିକ ଯତ୍ନ ନେବା କାଠିକର ପାଠ ହୋଇଯାଇଛି। ସାରା ଦିନ ବସି କାମ କରିବା ଯୋଗୁ ଅଧିକାଂଶ ଲୋକଙ୍କଠାରେ ବହୁତ କମ ବୟସରୁ ଅନେକ ରୋଗର ଲକ୍ଷଣ ଦେଖାଦେବା ଆରମ୍ଭ ହୁଏ। ଲୋକଙ୍କ ପାଖରେ ଜିମ ଯିବା କିମ୍ବା କୌଣସି ପ୍ରକାରର ବ୍ୟାୟାମ କରିବା ପାଇଁ ସମୟ ନାହିଁ। କିନ୍ତୁ ଯଦି କୁହାଯାଏ ଯେ ମାତ୍ର ୨୦ ମିନିଟ ନାଚିବା ଦ୍ୱାରା ଶରୀର ଫିଟ ହେବ ଏବଂ କ୍ୟାଲୋରୀ ମଧ୍ୟ ହ୍ରାସ ପାଇବ। ତେବେ ଅଧିକାଂଶ ଲୋକ ଏହି ପ୍ରଶ୍ନର ଉତ୍ତର ନା ଦେବେ।
କିନ୍ତୁ ଏକ ଅଧ୍ୟୟନ ଅନୁଯାୟୀ, ଯଦି ଲୋକମାନେ ରୋଷେଇ ଘରେ କାମ କରିବା ସମୟରେ ମାତ୍ର ୨୦ ମିନିଟ ପାଇଁ ସେମାନଙ୍କର ପ୍ରିୟ ଗୀତରେ ନାଚିଥାନ୍ତି, ତେବେ ସେମାନଙ୍କ ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଦେଖାଯାଏ। ଇଂଲଣ୍ଡର ଜନ୍ୟାଶନାଲ ହେଲ୍ଥ ସର୍ଭିସ୍ର ବର୍ତ୍ତମାନର ନିର୍ଦ୍ଦେଶାବଳୀ ଅନୁଯାୟୀ, ସପ୍ତାହକୁ ୧୫୦ ମିନିଟ ମଧ୍ୟମରୁ ଉଚ୍ଚ-ବେଗରେ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଛି।
ମାସାଚୁସେଟ୍ସର ବୋଷ୍ଟନର ନର୍ଥଇଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଅଧ୍ୟୟନକୁ କରିବା ପାଇଁ ୧୮ ରୁ ୮୩ ବର୍ଷ ବୟସର ୪୮ ଜଣଙ୍କୁ ସାମିଲ କରିଥିଲେ। ବୈଜ୍ଞାନିକମାନେ ଏହି ଲୋକମାନଙ୍କୁ ପ୍ରତିଦିନ ୫ ମିନିଟ ନାଚିବାକୁ କହିଥିଲେ। ଏହି ସମୟ ମଧ୍ୟରେ, ବ୍ୟାୟାମର ତୀବ୍ରତା ମାପିବା ପାଇଁ ଅମ୍ଳଜାନ ଗ୍ରହଣ ଏବଂ ହୃଦସ୍ପନ୍ଦନ ମାପ କରାଯାଇଥିଲା। ଏହି ଅଧ୍ୟୟନର ନେତୃତ୍ୱ ଡକ୍ଟର ଆଷ୍ଟନ ମ୍ୟାକକୁଲୋ କରିଥିଲେ।
The post ଦିନକୁ ମାତ୍ର ୨୦ ମିନିଟ୍ କରନ୍ତୁ ଡ୍ୟାନ୍ସ: ମିଳିବ ଜବରଦସ୍ତ ଫାଇଦା appeared first on Dharitri Odia News.