ଧଉଳି ଯିବାକୁ ପର୍ଯ୍ୟଟକଙ୍କ ଭରସା ପ୍ରାଇଭେଟ୍‌‌ ଗାଡ଼ି, କେବେ ହେବ ‘ମୋ ବସ୍‌‌’ ସେବା ?

ଭୁବନେଶ୍ୱର : କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ ତଥା ଦୟାନଦୀ କୂଳରେ ବୌଦ୍ଧ ଧର୍ମର ଶାନ୍ତି ଓ ଅହିଂସାର ପ୍ରତୀକ ଭାବେ ଛିଡ଼ା ହୋଇଛି ‘ପିସ୍‌‌ ପଗୋଡ଼ା’ ବା ଧଉଳି ଶାନ୍ତସ୍ତୂପ। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ସ୍ୱର୍ଣ୍ଣିମ ଅର୍ଜନ କରିଥିବା ଏହି ପର୍ଯ୍ୟଟନସ୍ଥଳୀକୁ ନାହିଁ ‘ମୋ ବସ୍‌‌’ ସେବା। ରାଜଧାନୀ ଉପକଣ୍ଠରେ ରହିଥିବା ଏକାମ୍ର କ୍ଷେତ୍ରର ଐତିହାସିକ ପର୍ଯ୍ୟଟନ କ୍ଷେତ୍ରକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କ ପାଇଁ ସରକାରଙ୍କ ‘ମୋ ବସ୍‌‌’ ସେବା ନ ଥିବାରୁ ଓଲା, ଉବେର, ଅଟୋ […]

ଧଉଳି ଯିବାକୁ ପର୍ଯ୍ୟଟକଙ୍କ ଭରସା ପ୍ରାଇଭେଟ୍‌‌ ଗାଡ଼ି, କେବେ ହେବ ‘ମୋ ବସ୍‌‌’ ସେବା ?
When will be the 'Mo Bus' service available to Dhauli?

ଭୁବନେଶ୍ୱର : କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ ତଥା ଦୟାନଦୀ କୂଳରେ ବୌଦ୍ଧ ଧର୍ମର ଶାନ୍ତି ଓ ଅହିଂସାର ପ୍ରତୀକ ଭାବେ ଛିଡ଼ା ହୋଇଛି ‘ପିସ୍‌‌ ପଗୋଡ଼ା’ ବା ଧଉଳି ଶାନ୍ତସ୍ତୂପ। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ସ୍ୱର୍ଣ୍ଣିମ ଅର୍ଜନ କରିଥିବା ଏହି ପର୍ଯ୍ୟଟନସ୍ଥଳୀକୁ ନାହିଁ ‘ମୋ ବସ୍‌‌’ ସେବା। ରାଜଧାନୀ ଉପକଣ୍ଠରେ ରହିଥିବା ଏକାମ୍ର କ୍ଷେତ୍ରର ଐତିହାସିକ ପର୍ଯ୍ୟଟନ କ୍ଷେତ୍ରକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କ ପାଇଁ ସରକାରଙ୍କ ‘ମୋ ବସ୍‌‌’ ସେବା ନ ଥିବାରୁ ଓଲା, ଉବେର, ଅଟୋ ଭଳି ପ୍ରାଇଭେଟ୍‌‌ ଗାଡ଼ି ଭରସା ପାଲଟିଛି।

ରାଜ୍ୟରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥାନଗୁଡ଼ିକ ମଧ୍ୟରେ ଧଉଳି ଶାନ୍ତିସ୍ତୂପ ଅନ୍ୟତମ। କେବଳ ପର୍ଯ୍ୟଟନ ଋତୁ ନୁହେଁ ବରଂ ବର୍ଷତମାମ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାବେଳେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଯୁବଗର୍ବଙ୍କ ଏହା ଟୁରିଷ୍ଟ ଡେଷ୍ଟିନେସନ୍‌‌ ପାଲଟିଥାଏ। ଓଡ଼ିଶା ତଥା ଭୁବନେଶ୍ୱର କିମ୍ବା ପୁରୀ ବୁଲି ଆସୁଥିବା ପର୍ଯ୍ୟଟକ ଧଉଳି ପରିଦର୍ଶନ ନ କରି ଫେରନ୍ତିନି। କିନ୍ତୁ ବିଡ଼ମ୍ବନାର ବିଷୟ ଏ ପର୍ଯ୍ୟନ୍ତ ଏହି ସ୍ଥାନକୁ ସରକାରଙ୍କ ପକ୍ଷରୁ ଗମନାଗମନ ସୁବିଧା ହୋଇପାରି ନାହିଁ। ଯାହା ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷତା ସୃଷ୍ଟି କରିଛି।

ସୂଚନା ଅନୁସାରେ, ଜୟଦେବ ନିର୍ବାଚନମଣ୍ଡଳୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରବିନ୍ଦ ଢାଲି ଧଉଳିକୁ ବସ୍‌‌ ସେବା ଯୋଗାଇ ଦିଆଯିବାକୁ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ହୋଇ ନ ଥିଲା। ଏନେଇ ସାମାଜିକ କର୍ମୀ ସୁଶାନ୍ତ ସାହୁ ୨୦୧୭ରୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ, ମେୟର, ସ୍ମାର୍ଟ ସିଟି ଲିମିଟେଡ୍‌‌ ଅଧ୍ୟକ୍ଷ, ସ୍ମାର୍ଟ ସିଟି ପରିଚାଳନା ନିର୍ଦ୍ଦେଶକ, ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଏ ବାବଦରେ ପଦକ୍ଷେପ ଗ୍ରହଣ କରିବାକୁ ପତ୍ର ଲେଖିଥିଲେ ସୁଦ୍ଧା ଏହା ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ।

ଧଉଳି ଛକରୁ ୩ କିଲୋମିଟର ଜଙ୍ଗଲିଆ ବିପଦସଙ୍କୁଳ ରାସ୍ତାରେ ପାଦଚଲାରେ ଯିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ। କେବଳ ପର୍ଯ୍ୟଟକ ନୁହନ୍ତି, ଧଉଳି ପଞ୍ଚାୟତର ୧୨ଟି ଗାଁର ୫ ହଜାର ବାସିନ୍ଦା ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ପାଇଁ ଦୈନିକ ରାଜଧାନୀ ସହ ସମ୍ପର୍କ ରଖିଥାଆନ୍ତି। ବସ୍‌‌ ସେବା ନ ଥିବାରୁ ସେମାନଙ୍କର ଅର୍ଥନୀତି ପ୍ରଭାବିତ ହୁଏ, ଏତଦ୍‌‌ ସହ ଏଠାରେ ରହିଥିବା ଦୁଇଟି ଘରୋଇ କଲେଜର ଅଧ୍ୟୟନରତ ବିଦ୍ୟାର୍ଥୀମାନେ ପାଦଚଲା ରାସ୍ତାକୁ ଭରସା କରୁଥିବା ଅଞ୍ଚଳବାସୀ କହିଛନ୍ତି। ତେଣୁ ‘ମୋ ବସ୍‌‌’ ସେବା କାର୍ଯ୍ୟକାରୀ ହେଲେ ଦେଶ ବିଦେଶର ପର୍ଯ୍ୟଟକ ଉପକୃତ ହେବା ସହ ଐତିହ୍ୟ କ୍ଷେତ୍ରର ଗରିମା ମଧ୍ୟ ବୃଦ୍ଧି ପାଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଏନେଇ ସାମାଜିକ କର୍ମୀ ସୁଶାନ୍ତ ସାହୁ ଏ ସମ୍ପର୍କରେ କହିଛନ୍ତି ଯେ ପ୍ରତିବର୍ଷ ସେପ୍ଟେମ୍ବର ୨୭କୁ ବିଶ୍ୱ ପର୍ଯ୍ୟଟନ ଦିବସ ରୂପେ ପାଳନ କରାଯାଉଥିବାବେଳେ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ନାହିଁ ସରକାରଙ୍କ ପକ୍ଷରୁ କୌଣସି ଗମନାଗମନ ବ୍ୟବସ୍ଥା। ସ୍ମାର୍ଟ ସିଟିରୁ ସିଧାସଳଖ ସାଧାରଣ ପରିବହନ ବ୍ୟବସ୍ଥା ନ ଥିବାରୁ ଅଧିକ ଗବେଷକ ଓ ପର୍ଯ୍ୟଟକ ଏଠାରେ ପହଞ୍ଚିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜଣେ ପର୍ଯ୍ୟଟନ ଅଧିକାରୀ କହିଛନ୍ତି ଯେ ଧଉଳି ପାଇଁ ରହିଥିବା ମାଷ୍ଟରପ୍ଲାନ୍‌‌ରେ ଗମନାଗମନ ସୁବିଧା କରାଯିବାର ବ୍ୟବସ୍ଥା ହେବ। ବର୍ତ୍ତମାନ ମରମୁଣ୍ଡା ବସ୍‌‌ଷ୍ଟାଣ୍ଡ, ମାଷ୍ଟରକ୍ୟାଣ୍ଟିନ୍‌‌ ବସ୍‌‌ଷ୍ଟାଣ୍ଡରୁ ସିଧାସଳଖ ‘ମୋ ବସ୍‌‌’ ସେବା ଯୋଗାଇବା ପାଇଁ ବିଭାଗ ପ୍ରୟାସ କରିବ ବୋଲି ସେ କହିଛନ୍ତି।