ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯।୩: ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୧୧୦ ଜଣ ଅଧ୍ୟକ୍ଷଙ୍କ ସମେତ ମୋଟ ୧୩୪୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ଆଦର୍ଶ ବିଦ୍ୟାଳୟଗୁଡିକରେ ୧୧୦ଟି ଅଧ୍ୟକ୍ଷ ପଦ ସହିତ ପିଜିଟି ପଦାର୍ଥ ବିଜ୍ଞାନ ପାଇଁ ୨୫ଟି ପଦ ରହିଥିବା ବେଳେ ପିଜିଟି ଗଣିତରେ ୩୫, ପିଜିଟି ରସାୟନ ବିଜ୍ଞାନରେ ୨୫, ପିଜିଟି ବାୟୋଲୋଜିରେ ୨୨, […] The post ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ appeared first on Dharitri Odia News.

ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯।୩: ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୧୧୦ ଜଣ ଅଧ୍ୟକ୍ଷଙ୍କ ସମେତ ମୋଟ ୧୩୪୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ଆଦର୍ଶ ବିଦ୍ୟାଳୟଗୁଡିକରେ ୧୧୦ଟି ଅଧ୍ୟକ୍ଷ ପଦ ସହିତ ପିଜିଟି ପଦାର୍ଥ ବିଜ୍ଞାନ ପାଇଁ ୨୫ଟି ପଦ ରହିଥିବା ବେଳେ ପିଜିଟି ଗଣିତରେ ୩୫, ପିଜିଟି ରସାୟନ ବିଜ୍ଞାନରେ ୨୫, ପିଜିଟି ବାୟୋଲୋଜିରେ ୨୨, ପିଜିଟି କମର୍ସରେ ୧୭, ପିଜିଟି କମ୍ପ୍ୟୁଟର ସାଇନ୍ସରେ ୧୫୬, ଟିଜିଟି ଇଂରାଜୀରେ ୨୫୫, ଟିଜିଟି ଗଣିତରେ ୧୬୯, ଟିଜିଟି ବିଜ୍ଞାନରେ ୯୨ ଓ ଟିଜିଟି ସୋସିଆଲ ଷ୍ଟଡିଜ୍‌ରେ ୧୦୪ ଟି ପଦ ପୂରଣ ହେବ। ସେହିପରି ୧୬୦ ଜଣ ଆର୍ଟ ଶିକ୍ଷକ, ୮୯ ଜଣ ପିଇଟି ଓ ୮୩ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।
ଏଥିପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ। ଏହା ୩୦ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଆଶାୟୀମାନେ https://www.oav.edu.in କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ ବିଷୟରେ ଜାଣିବା ପାଇଁ ଓ ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବ୍‌ସାଇଇଟ oav.edu.in କୁ ଯାଇ Announcements ସେକ୍ସନରେ ଦେଖନ୍ତୁ। ଉପରୋକ୍ତ ପଦବୀ ଗୁଡିକରେ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି।

 

The post ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ appeared first on Dharitri Odia News.