କୁପୋଷଣ ଚିହ୍ନଟରେ ଏଆଇ ବ୍ୟବହାର: ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର,୯।୪(ରବିନାରାୟଣ ଜେନା):କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆଧାରିତ ଟେକ୍ନୋଲୋଜିକୁ ବ୍ୟବହାର କରି ଏବେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କ ଆନ୍ଥ୍ରୋପୋମେଟ୍ରି ତଥା ଓଜନ ଏବଂ ଉଚ୍ଚତା ମାପ କରାଯିବା ସହ କୁପୋଷଣକୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ଚିହ୍ନଟ କରାଯାଇପାରିବ। ଯଦ୍ଦ୍ବାରା ଶିଶୁଙ୍କ ଓଜନ ଏବଂ ଉଚ୍ଚତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବା ସହ ରାଜ୍ୟରୁ କୁପୋଷଣ ଦୂର ହୋଇପାରିବ। ଏହି ଅଭିନବ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ […] The post କୁପୋଷଣ ଚିହ୍ନଟରେ ଏଆଇ ବ୍ୟବହାର: ଓଡ଼ିଶା ଦେଶରେ ପ୍ରଥମ appeared first on Dharitri Odia News.

କୁପୋଷଣ ଚିହ୍ନଟରେ ଏଆଇ ବ୍ୟବହାର: ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର,୯।୪(ରବିନାରାୟଣ ଜେନା):କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆଧାରିତ ଟେକ୍ନୋଲୋଜିକୁ ବ୍ୟବହାର କରି ଏବେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କ ଆନ୍ଥ୍ରୋପୋମେଟ୍ରି ତଥା ଓଜନ ଏବଂ ଉଚ୍ଚତା ମାପ କରାଯିବା ସହ କୁପୋଷଣକୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ଚିହ୍ନଟ କରାଯାଇପାରିବ। ଯଦ୍ଦ୍ବାରା ଶିଶୁଙ୍କ ଓଜନ ଏବଂ ଉଚ୍ଚତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବା ସହ ରାଜ୍ୟରୁ କୁପୋଷଣ ଦୂର ହୋଇପାରିବ। ଏହି ଅଭିନବ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମା କହିଛନ୍ତି।
ସୋମବାର ଏକ ପାଞ୍ଚଦିନିଆ ତାଲିମ କର୍ମଶାଳାକୁ ଉଦ୍‌ଘାଟନ କରି ଶୁଭା କହିଥିଲେ, କର୍ମଶାଳାରେ କ୍ଷେତ୍ର ଅନୁସନ୍ଧାନକାରୀମାନେ ନିର୍ଦ୍ଧାରିତ ପ୍ରୋଟୋକଲ ବ୍ୟବହାର କରି ଶିଶୁମାନଙ୍କ ଓଜନ ଓ ଉଚ୍ଚତା ସୂଚକ ମାପ କରିବା ଉପରେ ବ୍ୟାପକ ତାଲିମ୍‌ ପାଇପାରିବେ। ଆଇସିଏମ୍‌ଆର୍‌, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନ୍ୟୁଟ୍ରିଶନ(ଏନ୍‌ଆଇଏନ୍‌), ଆର୍‌ଏମ୍‌ଆର୍‌ସି ଭୁବନେଶ୍ୱର ଏବଂ ୱାଧୱାନୀ ଏଆଇର ବିଶେଷଜ୍ଞ ପ୍ରଶିକ୍ଷକମାନେ ତାଲିମ ପ୍ରଦାନ କରିବେ। ତାଲିମ ପରେ କ୍ଷେତ୍ର ଅନୁସନ୍ଧାନକାରୀମାନେ ପାଇଲଟ୍‌ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ଏବଂ କାର୍ଯ୍ୟକାରିତା ପାଇଁ ବାଲେଶ୍ୱର, କଟକ, ଗଞ୍ଜାମ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାଗୁଡ଼ିକରେ ୩ରୁ ୪ ମାସ ଧରି ତଥ୍ୟ ସଂଗ୍ରହ ଓ ଆକଳନ କରିବେ। ଭୁବନେଶ୍ୱରର ଆଇସିଏମ୍‌ଆର ଅଡିଟୋରିୟମ ହଲ୍‌ରେ ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ, ୱାଧୱାନୀ ଏଆଇ, ଆର୍‌ଏମ୍‌ଆର୍‌ସି ଭୁବନେଶ୍ୱର ଓ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ମିଳିତ ସହଭାଗିତାରେ ଶିଶୁମାନଙ୍କ ଅଭିବୃଦ୍ଧି ନିରୀକ୍ଷଣ ନିମନ୍ତେ ଏଆଇ ଉପକରଣ ଶୀର୍ଷକ ପାଞ୍ଚ ଦିନିଆ ତାଲିମ ତଥା କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଆରଏମଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି, ଜାତୀୟ କାର୍ଯ୍ୟକ୍ରମର ମୁଖ୍ୟ ଡକ୍ଟର ସ୍ନେହା ନିକମ, ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ବୈଜ୍ଞାନିକ ଡକ୍ଟର ଶୁଭେନ୍ଦୁ କୁମାର ଆଚାର୍ଯ୍ୟ, ୱାଧୱାନୀ ଏଆଇର ମୁଖ୍ୟ ଡକ୍ଟର ମକରନ୍ଦ ତପସ୍ବୀ, ରାଜ୍ୟ ମହିଳା ଓ ଶିଶୁ ବିକାଶର ଅତିରିକ୍ତ ସଚିବ ଏନ୍‌. ସି. ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

The post କୁପୋଷଣ ଚିହ୍ନଟରେ ଏଆଇ ବ୍ୟବହାର: ଓଡ଼ିଶା ଦେଶରେ ପ୍ରଥମ appeared first on Dharitri Odia News.