ଧବଳେଶ୍ବର ସରକାରୀ ଜମି ବିକ୍ରି ମାମଲା: ଆକ୍ସନରେ ଜିଲାପାଳ
କଟକ,୨୦।୧: କଟକ ଜିଲା ଧବଳେଶ୍ବର ସରକାରୀ ଜମି ବିକ୍ରି ମାମଲା ସାମ୍ନାକୁ ଆସିବା ପରେ ସୋମବାର କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରକାରୀ ଜିମିରେ ବେଆଇନ ଭାବେ ସେଠାରେ କିଛି ଘର କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଏପରିକି ସମସ୍ତ ବେଆଇନ ନିର୍ମାଣକୁ ଚିହ୍ନଟ କରାଯାଇଛି। ତହସିଲଦାରଙ୍କ ଜରିଆରେ ନୋଟିସ କରାଯିବ। ନୋଟିସ ପରେ ସେମାନଙ୍କ ଘର ଭଙ୍ଗାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ଏପରିକି ଟଙ୍କା ନେଇ ଜମି ବିକିଥିବା ଲୋକଙ୍କ […] The post ଧବଳେଶ୍ବର ସରକାରୀ ଜମି ବିକ୍ରି ମାମଲା: ଆକ୍ସନରେ ଜିଲାପାଳ appeared first on Dharitri Odia News.
କଟକ,୨୦।୧: କଟକ ଜିଲା ଧବଳେଶ୍ବର ସରକାରୀ ଜମି ବିକ୍ରି ମାମଲା ସାମ୍ନାକୁ ଆସିବା ପରେ ସୋମବାର କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରକାରୀ ଜିମିରେ ବେଆଇନ ଭାବେ ସେଠାରେ କିଛି ଘର କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି।
ଏପରିକି ସମସ୍ତ ବେଆଇନ ନିର୍ମାଣକୁ ଚିହ୍ନଟ କରାଯାଇଛି। ତହସିଲଦାରଙ୍କ ଜରିଆରେ ନୋଟିସ କରାଯିବ। ନୋଟିସ ପରେ ସେମାନଙ୍କ ଘର ଭଙ୍ଗାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ଏପରିକି ଟଙ୍କା ନେଇ ଜମି ବିକିଥିବା ଲୋକଙ୍କ ନାଁରେ ଥାନାରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି।
The post ଧବଳେଶ୍ବର ସରକାରୀ ଜମି ବିକ୍ରି ମାମଲା: ଆକ୍ସନରେ ଜିଲାପାଳ appeared first on Dharitri Odia News.