ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଟଙ୍କା ମାଗୁଥିଲେ ଯୁବକ, ଉଠାଇନେଲା ପୋଲିସ
ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ): ମହିଳାଙ୍କର ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ କହି ଧମକ ଚମକ ଦେଇ ଟଙ୍କା ନେଇଥିବା ଅଭିଯୋଗରେ ବୁଧବାର ଗୋଳନ୍ଥରା ଥାନା ଅଞ୍ଚଳରୁ ଯୁବକକୁ ମୋଟାଙ୍ଗ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି l ଯୁବକ ଜଣକ ହେଲେ କନିସି ଗ୍ରାମ ବଡ଼ ସାହିର ବିକ୍ରମ ଦଳେଇ (୩୦)। ସୂଚନାନୁସାରେ, ଡେଙ୍କାନାଳ ଜିଲା ମୋଟାଙ୍ଗ ଅଞ୍ଚଳ ମେରାମଣ୍ଡଳି ଗ୍ରାମର ଜଣେ ମହିଳାଙ୍କ ସହିତ ଗୋଳନ୍ଥରା ଥାନା ଅଧିନସ୍ଥ କନିସି ଅଞ୍ଚଳ ବିକ୍ରମ ଦଳେଇ […] The post ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଟଙ୍କା ମାଗୁଥିଲେ ଯୁବକ, ଉଠାଇନେଲା ପୋଲିସ appeared first on Dharitri Odia News.
ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ): ମହିଳାଙ୍କର ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ କହି ଧମକ ଚମକ ଦେଇ ଟଙ୍କା ନେଇଥିବା ଅଭିଯୋଗରେ ବୁଧବାର ଗୋଳନ୍ଥରା ଥାନା ଅଞ୍ଚଳରୁ ଯୁବକକୁ ମୋଟାଙ୍ଗ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି l ଯୁବକ ଜଣକ ହେଲେ କନିସି ଗ୍ରାମ ବଡ଼ ସାହିର ବିକ୍ରମ ଦଳେଇ (୩୦)।
ସୂଚନାନୁସାରେ, ଡେଙ୍କାନାଳ ଜିଲା ମୋଟାଙ୍ଗ ଅଞ୍ଚଳ ମେରାମଣ୍ଡଳି ଗ୍ରାମର ଜଣେ ମହିଳାଙ୍କ ସହିତ ଗୋଳନ୍ଥରା ଥାନା ଅଧିନସ୍ଥ କନିସି ଅଞ୍ଚଳ ବିକ୍ରମ ଦଳେଇ ବର୍ଷେ ତଳେ ସୋସିଆଲ ମିଡିଆରେ ଦେଖା ସାକ୍ଷାତ ହୋଇଥିଲା। ପରେ ଉଭୟ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା l ଫୋନ୍ ଓ ଭିଡିଓ କଲିଂରେ ବିକ୍ରମ ଓ ମହିଳା କଥାବାର୍ତ୍ତା ହେଉଥିବା ସମୟରେ ମହିଳାଙ୍କର କିଛି ଅଶ୍ଳୀଳ ଫଟୋକୁ ସେଭ୍ କରିଥିଲେ। କୌଣସି କଥାକୁ ନେଇ କିଛିଦିନ ତଳେ ଉଭୟ ମଧ୍ୟରେ ମତାନ୍ତର ହୋଇଥିଲା। ପରେ ବିକ୍ରମ ମହିଳାଙ୍କ ଅଶ୍ଳୀଳ ଫଟୋକୁ ଭାଇରଲ କରି ଦେବି କହି ବ୍ଲାକ୍ମେଲିଂ କରି ଟଙ୍କା ମାଗିଥିଲେ। ମହିଳା ଜଣକ ପର୍ଯ୍ୟାୟ କ୍ରମେ ଗତ ଜୁନ୍ ଓ ଜୁଲାଇରେ ଫୋନ୍ ପେ’ ମାଧ୍ୟମରେ ୯ ହଜାର ୬ ଶହ ଟଙ୍କା ଦେଇଥିଲେ l କିଛି ଦିନ ବ୍ୟବଧାନ ପରେ ବିକ୍ରମ ଫୁଣି ଗତ ଫେବୃଆରୀ ମହିଳାଙ୍କୁ ଫଟୋ ଭାଇରାଲ କରିଦେବି କହି ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଜୀବନରେ ମାରି ଦେବି କହି ଧମକ ଚମକ ଦେଇଥିଲେ। ମହିଳା ଜଣକ ଟଙ୍କା ନ ଦେବା ଫଳରେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିଲେ। ଶେଷରେ ଫେବୃଆରୀ ୨୬ରେ ମୋଟାଙ୍ଗ ଥାନା ମହିଳା ଜଣକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନା କେସ୍ ନଂ ୮୩/୩୪ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋଟାଙ୍ଗ ପୋଲିସ ଏକ ଟିମ୍ ବୁଧବାର ଗୋଳନ୍ଥରା ପୋଲିସ ସାହାଯ୍ୟରେ କନିସିରୁ ବିକ୍ରମକୁ ଉଠାଇ ନେଇଥିବା ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ସନ୍ଧ୍ୟାରେ ମୋଟାଙ୍ଗ ପୋଲିସ ବିକ୍ରମକୁ ଧରି ଢେଙ୍କାନାଳ ଅଭିମୁଖେ ବାହାରିଥିଲେ। ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
The post ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଟଙ୍କା ମାଗୁଥିଲେ ଯୁବକ, ଉଠାଇନେଲା ପୋଲିସ appeared first on Dharitri Odia News.