ନବନିର୍ମିତ ପାର୍କ: ପୂର୍ବରୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଆଉ ଏବେ ବିଧାୟକ
ଦିଗପହଣ୍ଡି,୨୫।୪(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟ ଘୋଡାହାଡ ଡ୍ୟାମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉନ୍ନତିକରଣ ପ୍ରକଳ୍ପ ଓ ଜଳସମ୍ପଦ ବିଭାଗ ପକ୍ଷରୁ ନବନିର୍ମିତ ପାର୍କକୁ ଶୁକ୍ରବାର ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଉଦ୍ଘାଟନ କରିଛନ୍ତି। ଚିକିଟି ଜଳସମ୍ପଦ ବିଭାଜନ ଆନୁକୂଲ୍ୟରେ ୧ କୋଟି ୯୫ ଲକ୍ଷ ୫୫ ହଜାର ୫୧୦ ଟଙ୍କା ବ୍ୟୟ ରେ ଏହି ପାର୍କର ନିର୍ମାଣ କାର୍ଯ୍ୟ ୧୦ ଅପ୍ରେଲ ୨୦୨୩ ରେ ଆରମ୍ଭ ହୋଇ ୯ ମାର୍ଚ୍ଚ […] The post ନବନିର୍ମିତ ପାର୍କ: ପୂର୍ବରୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଆଉ ଏବେ ବିଧାୟକ appeared first on Dharitri Odia News.
ଦିଗପହଣ୍ଡି,୨୫।୪(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟ ଘୋଡାହାଡ ଡ୍ୟାମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉନ୍ନତିକରଣ ପ୍ରକଳ୍ପ ଓ ଜଳସମ୍ପଦ ବିଭାଗ ପକ୍ଷରୁ ନବନିର୍ମିତ ପାର୍କକୁ ଶୁକ୍ରବାର ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଉଦ୍ଘାଟନ କରିଛନ୍ତି। ଚିକିଟି ଜଳସମ୍ପଦ ବିଭାଜନ ଆନୁକୂଲ୍ୟରେ ୧ କୋଟି ୯୫ ଲକ୍ଷ ୫୫ ହଜାର ୫୧୦ ଟଙ୍କା ବ୍ୟୟ ରେ ଏହି ପାର୍କର ନିର୍ମାଣ କାର୍ଯ୍ୟ ୧୦ ଅପ୍ରେଲ ୨୦୨୩ ରେ ଆରମ୍ଭ ହୋଇ ୯ ମାର୍ଚ୍ଚ ୨୦୨୪ ରେ ଶେଷ ହୋଇଥିଲା। ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଗତ ମାର୍ଚ୍ଚ ୮ରେ ଆଭାସୀ ମାଧ୍ୟମରେ ଏହାର ଉଦ୍ଘାଟନ ହୋଇଥିଲେ ମଧ୍ୟ ଗତ ୧୭ ରେ ବିଧାୟକଙ୍କ ଦ୍ବାରା ପୁଣିଥରେ ଉଦ୍ଘାଟନ ହେବାକୁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଉଦ୍ଘାଟନ ପୂର୍ବରୁ କିଛି ଦୁର୍ବୃତ୍ତ ଉଦ୍ଘାଟନ ଫଳକକୁ ଭାଙ୍ଗି ଦିଆଯାଇଥିଲା। ଫଳରେ ବିଧାୟକ ଦ୍ୱାରା ଉଦ୍ଘାଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ଶୁକ୍ରବାର ମଧ୍ୟାହ୍ନରେ ଚିକିଟି ଜଳସମ୍ପଦ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁବ୍ରତ ପଟ୍ଟନାୟକ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ, ପୂର୍ବତନ ସରପଞ୍ଚ ତଥା ପୂର୍ବତନ ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ବିଦ୍ୟାଧର ମହାପାତ୍ର, ଗୋକର୍ଣ୍ଣପୁର ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା, ସାମାଜିକ କର୍ମୀ ଉମାକାନ୍ତ ସାହୁ , ଭାଜପା ଯୁବମୋର୍ଚ୍ଚା ଗଞ୍ଜାମ ଜିଲା ଉପସଭାପତି ବାପି ପ୍ରଧାନ, ସମିତି ସଭ୍ୟ ଶରତ ଶବର, ଘୋଡାହାଡ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ, ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ , ଇଂ. ଦେବରାଜ ଗୈାଡ , ଇଂ. କ୍ଷୀରୋଦ ବେହେରା , ବିଭାଗୀୟ କର୍ମଚାରୀ ପ୍ରଦୀପ ଚନ୍ଦ୍ର ମହାନ୍ତିଙ୍କ ସମେତ ଭାଜପାର ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
The post ନବନିର୍ମିତ ପାର୍କ: ପୂର୍ବରୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଆଉ ଏବେ ବିଧାୟକ appeared first on Dharitri Odia News.