ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ ଘଟଣା: ଜେଲ୍ ଗଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ହାଇସ୍କୁଲରେ ଜଣେ ୭ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ଘଟଣାରେ ଫେରାର ଥିବା ଏସ. ବିମଳ ଦୋରାଙ୍କୁ ବୁଧବାର ତଦନ୍ତକାରୀ ଅଧିକାରୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରି ଥାନା ମାମଲା ନଂ.୫୨/୨୫ ଅନୁଯାୟୀ ବ୍ରହ୍ମପୁରସ୍ଥିତ ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର […] The post ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ ଘଟଣା: ଜେଲ୍ ଗଲେ ଫେରାର ଅଭିଯୁକ୍ତ appeared first on Dharitri Odia News.
ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ହାଇସ୍କୁଲରେ ଜଣେ ୭ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ଘଟଣାରେ ଫେରାର ଥିବା ଏସ. ବିମଳ ଦୋରାଙ୍କୁ ବୁଧବାର ତଦନ୍ତକାରୀ ଅଧିକାରୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରି ଥାନା ମାମଲା ନଂ.୫୨/୨୫ ଅନୁଯାୟୀ ବ୍ରହ୍ମପୁରସ୍ଥିତ ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ଜାନୁଆରୀ ୨୭ରେ ସ୍କୁଲରେ ମଧ୍ୟାହ୍ନ ବିରତି ବେଳେ ଛାତ୍ରୀ ଜଣକ ପରିସ୍ରା ପାଇଁ ପରିସ୍ରାଗାରକୁ ଯାଇଥିବା ବେଳେ ଅଭିଯୁକ୍ତ ଏସ. ବିମଳ ଦୋରା, ପଦ୍ମନ ନାଇକ, ଏଚ. ଶିବ ରେଡ୍ଡୀ ଏବଂ ଜି.ଜଗନ୍ନାଥ ଏକ ଛୁରି ଦେଖାଇ ଛାତ୍ରୀଙ୍କୁ ଅପହୃତ କରି ଏକ ନିରୋଳା ସ୍ଥାନକୁ ନେଇ ତାଙ୍କୁ ଉଲଗ୍ନ କରିଥିଲେ। ପରେ ୨ ଜଣ ଛାତ୍ରୀଙ୍କ ହାତ ଦୁଇଟିକୁ ଧରିବା ସହ ଅନ୍ୟ ୨ ଜଣ ତାଙ୍କ ଫଟୋ ଭିଡିଓ ଉତ୍ତୋଳନ କରିଥିଲେ। ଘଟଣା କାହାରିକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇ ଛାଡି ଦେଇଥିଲେ। ପରେ ସେମାନେ ତାଙ୍କୁ ବ୍ଲାକ ମେଲିଂ କରିଥିଲେ। ଛାତ୍ରୀ ଜଣକ ଅଭିଯୁକ୍ତମାନଙ୍କ କଥାରେ ସହମତି ପ୍ରକାଶ ନ କରିବାରୁ ଅଭିଯୁକ୍ତମାନେ ଫୋନରେ ଉଠାଇଥିବା ଭିଡିଓ ଏବଂ ଫଟୋକୁ ଭାଇରାଲ କରିଦେଇଥିଲେ। ଛାତ୍ରୀଙ୍କ ବାପା ଘଟଣା ଜାଣିବା ପରେ ଫେବୃଆରୀ ୩ରେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଆଇଆଇସି ଏତଲାକୁ ଭିତ୍ତିକରି ଅଭିଯୁକ୍ତମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବା ସହ ନିଜେ ଘଟଣାର ତଦନ୍ତ କରିବା ସହ ବ୍ୟବହୃତ ଫୋନ ଜବତ କରି ଅଭିଯୁକ୍ତ ପଦ୍ମନ ନାଇକ ଏବଂ ଜି.ଜଗନ୍ନାଥ ଦୋରାଙ୍କୁ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ବିମଳ ଗିରଫ ଭୟରେ ଫେରାର ଥିଲେ। ଅନ୍ୟତମ ଅଭିଯୁକ୍ତ ଶିବ ଗାଁରୁ ଫେରାର ଥିବା ଜଣାପଡିଛି।
The post ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ ଘଟଣା: ଜେଲ୍ ଗଲେ ଫେରାର ଅଭିଯୁକ୍ତ appeared first on Dharitri Odia News.