ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ତାର ସଂସ୍ପର୍ଶରେ ଆସି ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ପୁଅ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଆଡ଼ପଡ଼ା ଗ୍ରାମର କୋରା ବେହେରା (୬୫) ଓ ପୁଅ ଗୁରୁତର ତୋଫାନ (୪୨)। ଖବର ପାଇ ଆଡ଼ପଡ଼ା ଫାଣ୍ଡି ଅଧିକାରୀ ଅନନ୍ତ […] The post ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର appeared first on Dharitri Odia News.

ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ତାର ସଂସ୍ପର୍ଶରେ ଆସି ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ପୁଅ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଆଡ଼ପଡ଼ା ଗ୍ରାମର କୋରା ବେହେରା (୬୫) ଓ ପୁଅ ଗୁରୁତର ତୋଫାନ (୪୨)। ଖବର ପାଇ ଆଡ଼ପଡ଼ା ଫାଣ୍ଡି ଅଧିକାରୀ ଅନନ୍ତ ଶବର ଓ ଗ୍ରାମବାସୀ ଘଟଣାସ୍ଥଳରୁ ବାପା ଓ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କୋରାଙ୍କୁ ମୃତ ଘୋଷଣା କରିଥିଲେ। ତୋଫାନଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ପ୍ରକାଶ ଯେ, ସୋମବାର ସକାଳେ ଉଭୟ ବାପା ଓ ପୁଅ ଗ୍ରାମ ନିକଟରେ ନିଜ ପରିବା ଚାଷ ଜମିକୁ ଯାଇଥିଲେ। ଚାଷଜମିରେ କାମ ସାରି ଫେରୁଥିବା ବେଳେ ଜମି ଉପରି ଯାଇଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ଖସି ବାପା କୋରାଙ୍କ ଉପରେ ପଡ଼ିଥିଲା। ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ପୁଅ ତୋଫାନ ଗୁରୁତର ହୋଇଥିଲେ। ଆଖପାଖରେ କାମ କରୁଥିବା ଅନ୍ୟ ଚାଷୀମାନେ ଏହା ଜାଣି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିଥିଲେ।
ଏ ନେଇ ହିଞ୍ଜିଳି ପୋଲିସ ଥାନାରେ କେସ୍‌ ନଂ ୩୯୯/୨୪ ରେ ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

The post ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର appeared first on Dharitri Odia News.