ପିଏମ ମୋଦିଙ୍କ ଓଡ଼ିଶା ଗସ୍ତ ପରେ ହୋଇପାରେ ସମ୍ପ୍ରସାରଣ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ପାଖରେ ୬ଟି ବିଭାଗ। ବର୍ଷେ ହେବ ଖାଲିପଡିଛି ୬ ମନ୍ତ୍ରୀ ପଦ। ଆସନ୍ତା ୨୦ରେ ଓଡ଼ିଶା... The post ପିଏମ ମୋଦିଙ୍କ ଓଡ଼ିଶା ଗସ୍ତ ପରେ ହୋଇପାରେ ସମ୍ପ୍ରସାରଣ appeared first on .

ପିଏମ ମୋଦିଙ୍କ ଓଡ଼ିଶା ଗସ୍ତ ପରେ ହୋଇପାରେ ସମ୍ପ୍ରସାରଣ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ପାଖରେ ୬ଟି ବିଭାଗ। ବର୍ଷେ ହେବ ଖାଲିପଡିଛି ୬ ମନ୍ତ୍ରୀ ପଦ। ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ପିଏମଙ୍କ ଗସ୍ତ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଏନେଇ ପାଓ୍ବାର କରିଡରରେ ଜୋରଦାର ଚର୍ଚ୍ଚା। ବର୍ଷେ ହେବ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ମନ୍ତ୍ରିମାନେ ଭାରାକାନ୍ତ ହୋଇଛନ୍ତି। ଅନେକ ବିଭାଗ ବଜେଟର ୬୦% ଖର୍ଚ୍ଚ କରିପାରିନଥିବାରୁ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବର୍ଷେ ହେବ ବହୁମନ୍ତ୍ରୀଙ୍କ ପ୍ରଦର୍ଶନ ସେତଟା ଆଖି ଦୃଶିଆ ହୋଇନାହିଁ। ସ୍ବାସ୍ଥ୍ୟ, ସଂସଦୀୟ ବ୍ଯାପାର, ଆଇନ ,ଯୋଗାଣ, ସମବାୟ ଠାରୁ ଆରମ୍ଭ କରି କ୍ରୀଡା, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ନାନା ବିବାଦରେ ଛନ୍ଦି ହୋଇଛନ୍ତି। ଯେଉଁଥି ପାଇଁ ସରକାରଙ୍କୁ ବିରୋଧୀ ଶାଣିତ ଆକ୍ରମଣ କରିଛନ୍ତି।ବର୍ଷପୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ଼ ମାଗି ସମୀକ୍ଷା କରୁଛନ୍ତି। ମନ୍ତ୍ରିମଣ୍ଡଳରେ କିଏ ରହିବ କିଏ ଯିବ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର। ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ଼ ଦେବା ସହ ଲୋକଙ୍କୁ ମଧ୍ୟ ରିପୋର୍ଟ ଦେବେ। ତେଣୁ କିଏ କେତେ ସଫଳ ତାହା ବିଚାର ଚାଲିଛି। ସେପଟେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ଼ ଓ ଖାଲିପଡିଥିବା ମନ୍ତ୍ରିପଦକୁ ନେଇ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ଶାସକ ଦଳକୁ ସମାଲୋଚନା କରିଛନ୍ତି।

ପାଓ୍ବାର କରିଡର ଚର୍ଚ୍ଚା ଅନୁସାରେ ପ୍ରଥମ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରିପାରିନ୍ତି। ସେହିପରି ସଂସଦୀୟ କ୍ଷେତ୍ରକୁ ବିଚାରକୁ ନେଇ କିଛି ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବେ। ଚର୍ଚ୍ଚା ଅନୁସାରେ ବିଜେପି ବିଧାୟକ  ଜୟ ନାରାୟଣ ମିଶ୍ର, ଇରାଶିଷ ଆଚାର୍ଯ୍ୟ, ଆଶ୍ରିତ ପଟ୍ଟନାୟକ, ରଘୁରାମ ମାଛ, ଅମର ନାୟକ, ମନୋରଂଜନ ଦ୍ୟାନସାମନ୍ତରାୟଙ୍କ ନାଁ ଚର୍ଚ୍ଚାରେ ରହିଛି। ସେପଟେ ରାଜନୈତିକ ସମୀକ୍ଷକ କହିଛନ୍ତି, ବିଜେପିକୁ ସରକାରକୁ ଆଣିବାରେ ଯେଉଁ ନେତାଙ୍କ ଭୂମିକା ଥିଲା ସେମାନଙ୍କୁ ଦଳ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଆବଶ୍ୟକ ରହିଛି । ବର୍ଷପୂର୍ତ୍ତି ଉତ୍ସବ ପରେ ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଭିତିରିଆ ଜୋରଦାର କସରତ ଆରମ୍ଭ ହୋଇଗଲାଣି।୬ଟି ମନ୍ତ୍ରୀପଦ ପାଇଁ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ଅଧିକ। କାହାକୁ ବାଛିବେ ଆଉ କାହାକୁ ଛାଡ଼ିବେ ଏହାକୁ ନେଇ ଲାଗି ରହିଛି ସସପେନ୍ସ।

The post ପିଏମ ମୋଦିଙ୍କ ଓଡ଼ିଶା ଗସ୍ତ ପରେ ହୋଇପାରେ ସମ୍ପ୍ରସାରଣ appeared first on .