ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନେଇ ଦୃଢ ନିନ୍ଦା କଲେ ଅରବିନ୍ଦ କେଜ୍ରିୱାଲ

ନନ୍ଦିଘୋଷ ବ୍ୟୁରୋ : ସମ୍ବିତପାତ୍ରଙ୍କ ବିବୃତ୍ତିକୁ ନେଇ ସାମ୍ନାକୁ ଆସିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପ୍ରତିକ୍ରିୟା । ସୋସିଆଲ ମେଡିଆ... The post ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନେଇ ଦୃଢ ନିନ୍ଦା କଲେ ଅରବିନ୍ଦ କେଜ୍ରିୱାଲ appeared first on .

ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନେଇ ଦୃଢ ନିନ୍ଦା କଲେ ଅରବିନ୍ଦ କେଜ୍ରିୱାଲ

ନନ୍ଦିଘୋଷ ବ୍ୟୁରୋ : ସମ୍ବିତପାତ୍ରଙ୍କ ବିବୃତ୍ତିକୁ ନେଇ ସାମ୍ନାକୁ ଆସିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପ୍ରତିକ୍ରିୟା । ସୋସିଆଲ ମେଡିଆ ଏକ୍ସରେ କେଜ୍ରିୱାଲ ଲେଖିଛନ୍ତି ବିଜେପି ନେତାଙ୍କର ଏହି ବିବୃତ୍ତିକୁ ମୁଁ ତିବ୍ର ନିନ୍ଦା କରୁଛି । ବିଜେପି ଲୋକ ନିୁଜକୁ ଭଗବାନଙ୍କ ଉପରେ ବୋଲି ଭାବିବା ଆରମ୍ଭ କଲେଣି । ଏହା ତାଙ୍କର ଅହଙ୍କାରର ପରିଚୟ । ମହାପ୍ରଭୁଙ୍କୁ ମୋଦିଙ୍କ ଭକ୍ତ କହିବା ଠାକୁରଙ୍କ ପ୍ରତି ଘୋର ଅପମାନ । ସୂଚନା ଅନୁସାରେ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଆଜି ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଏଭଳି ଅହଂକାରର କଥା କହିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ବଡ଼ଦାଣ୍ଡରେ ଛିଡ଼ା ହୋଇ ଗଣମାଧ୍ଯମକୁ ସମ୍ବିତ ଦେଇଥିବା ଏଭଳି ଅରୁଚିକର ପ୍ରତିକ୍ରିୟା ଆଜି ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ସାରା ରାଜ୍ଯରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏମତିରେ ଚଳିତ ନିର୍ବାଚନରେ ଲଢେଇ ପୂର୍ବରୁ ବିଜେପି ପ୍ରସଙ୍ଗହୀନ ହୋଇ ପଡିଛି। ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ଆରମ୍ଭ କରିଥିବା ବିଜେପି ନିଜ ଜାଲରେ ନିଜେ ଫସିବା ପରେ ଶେଷରେ ବାଧ୍ଯ ହୋଇ ଧର୍ମ ଓ ଠାକୁରଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛି।

କେତେବେଳେ କନ୍ଧମାଳ ଦଙ୍ଗା କଥା ତ କେତେବେଳେ ରାମ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁଣି କେତେବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ ତଥ୍ଯ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ୍ ରାଜନୀତି କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି। ଶାସକ ଦଳ ବିଜେଡିର ଲୋକପ୍ରିୟତାକୁ ଦେଖି ନିରାଶ ହୋଇ ପଡିଥିବା ବିଜେପି ଏବେ ଅନ୍ଯ ରାଜ୍ଯ ଭଳି ଶାନ୍ତିପ୍ରିୟ ଓଡ଼ିଶାର ଲୋକଙ୍କୁ ଧର୍ମର ଅଫିମ ଖୁଆଇ ଗୁମରାହ କରିବାକୁ ଅପଚେଷ୍ଟା କରୁଛି। ତେଣୁ ପ୍ରଚାର ସଭାରେ ରାଜ୍ଯ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ଯନ୍ତ ଧର୍ମ ଓ ଭଗବାନଙ୍କୁ ନେଇ ନାନା ମିଛ ଗପ ଶୁଣାଇ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଗତ ନିର୍ବାଚନରେ ଜଗନ୍ନାଥଙ୍କ ମୂର୍ତ୍ତିକୁ କାଖେଇ ମୁଣ୍ଡେଇ ନାଟକ କରିଥିଲେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଯାହାକୁ ନେଇ ସାରା ଓଡିଶାରେ ତମ୍ବିତୋଫାନ ହୋଇଥିଲା। ଏଥର ସୀମା ପାର୍ କରି ଯାଇଛନ୍ତି ସମ୍ବିତ।

 

The post ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନେଇ ଦୃଢ ନିନ୍ଦା କଲେ ଅରବିନ୍ଦ କେଜ୍ରିୱାଲ appeared first on .