ପୁଣି ଟ୍ରେନିଂ ନେବେ IAS ପୂଜା, ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ

ପୁଣି ବଢିଲା ଆଇଏଏସ ପୂଜା ଖେଡକରଙ୍କ ଅଡୁଆ । ଆଇଏଏସ ଅଫିସର ପୂଜା ଖେଡକରଙ୍କ ବିରୋଧରେ ମହାରାଷ୍ଟ୍ର ସରକାର କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ଟ୍ରେନିଂ ରଦ୍ଦ କରି ପୂଜା ଖେଡକରଙ୍କୁ ପୁଣିଥରେ ଡକାଯାଇଛି । ବର୍ତ୍ତମାନ ପୂଜାଙ୍କୁ ମସୁରୀ ଟ୍ରେନିଂ ଏକାଡେମୀରେ ୨୩ ଜୁଲାଇ ପର୍ଯ୍ୟନ୍ତ ଜଏନ କରିବାକୁ କୁହାଯାଇଛି । ଏହା ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଲାଲ ବାହାଦୂର ଶାସ୍ତ୍ରୀୟ ପ୍ରଶାସନିକ ଏକାଡେମୀ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶଗୁଡିକ ଅନୁସାରେ […] The post ପୁଣି ଟ୍ରେନିଂ ନେବେ IAS ପୂଜା, ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ appeared first on KNews Odisha.

ପୁଣି ଟ୍ରେନିଂ ନେବେ IAS ପୂଜା, ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ
IASpuja

ପୁଣି ବଢିଲା ଆଇଏଏସ ପୂଜା ଖେଡକରଙ୍କ ଅଡୁଆ । ଆଇଏଏସ ଅଫିସର ପୂଜା ଖେଡକରଙ୍କ ବିରୋଧରେ ମହାରାଷ୍ଟ୍ର ସରକାର କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ଟ୍ରେନିଂ ରଦ୍ଦ କରି ପୂଜା ଖେଡକରଙ୍କୁ ପୁଣିଥରେ ଡକାଯାଇଛି । ବର୍ତ୍ତମାନ ପୂଜାଙ୍କୁ ମସୁରୀ ଟ୍ରେନିଂ ଏକାଡେମୀରେ ୨୩ ଜୁଲାଇ ପର୍ଯ୍ୟନ୍ତ ଜଏନ କରିବାକୁ କୁହାଯାଇଛି ।

ଏହା ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଲାଲ ବାହାଦୂର ଶାସ୍ତ୍ରୀୟ ପ୍ରଶାସନିକ ଏକାଡେମୀ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶଗୁଡିକ ଅନୁସାରେ କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ପୂଜାକୁ ଟ୍ରେନିଂକୁ ସ୍ଥଗିତ ରଖାଯାଇଥିଲା । ଜୁଲାଇ ୨୩ ସୁଦ୍ଧା ଟ୍ରେନିଂ ଏକାଡେମୀ ଆସିବାକୁ କୁହାଯାଇଥିଲା । ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶିକ୍ଷଣକୁ ସ୍ଥଗିତ କରି ଦିଆଯାଇଥିଲା । ପ୍ରୋବେସନାରୀ ଆଇଏଏସ ଅଧିକାରୀ ପୂଜା ଖେଡକର ନିଜ କାରରେ ରେଡ ଲାଇଟ ଲଗାଇବା ଏବଂ ଅଲଗା କ୍ୟାବିନରେ ଜିଦ୍ ଧରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଶାରୀରିକ ବିକଳାଙ୍ଗତା ଏବଂ ଓବିସି ପ୍ରମାଣ ପତ୍ରର ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ମସୁରୀରେ ଲାଲ ବାହାଦୂର ଶାସ୍ତ୍ରୀୟ ପ୍ରଶାସନିକ ଏକାଡେମୀ ପୂଜା ଖେଡକରଙ୍କ ଯାଞ୍ଚ ଆରମ୍ଭ କରିଥିଲେ । ପୂଜା ଖେଡକର ବ୍ୟବହାର କରୁଥିବା ଅଡ଼ି କାର୍ ବିରୁଦ୍ଧରେ ୨୧ଟି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରହିଛି । ପୂଜା କାର୍ଯ୍ୟରେ ଯୋଗଦାନ କରିବା ପୂର୍ବରୁ ନିଦ ପଦବୀର ଦୂରୁପୋଯୋଗ ଏବଂ ଟ୍ରେନି ଅବଧିରେ ଥିବାବେଳେ ଭିଆଇପି ଷ୍ଟାଟସ୍ ମାଗି ଚର୍ଚ୍ଚାରେ ଥିବା ପୂଜାଙ୍କୁ ୱାଶିମକୁ ବଦଳି କରାଯାଇଛି ।

ତାଙ୍କ ପରେ ତାଙ୍କ ବାପା ଓ ମାଆଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା । ପୂଜାଙ୍କ ମାଆ ମନୋରମା ଜଣେ ଚାଷୀଙ୍କୁ ପିସ୍ତଲ ଦେଖାଇ ଧମକଚମକ ଦେଉଥିଲେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ପୂଜାଙ୍କ ମା, ବାପା ଏବଂ ବର୍ଡିଗାର୍ଡଙ୍କ ନାମରେ ପୁନେର ପାଉଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ଏକାଧିକ ଦଫା ଲାଗିଛି । ପୋଲିସ ସେକ୍ସନ ୩୨୩, ୫୦୪, ୫୦୬, ୧୪୩, ୧୪୪, ୧୪୭, ୧୮, ୧୮୯ ଏବଂ ଆର୍ମସ ଆକ୍ଟରେ ଧାରା ୩(୨୫) ଅଧିନରେ ମାମଲା ରୁଜୁ ହୋଇଛି ।

The post ପୁଣି ଟ୍ରେନିଂ ନେବେ IAS ପୂଜା, ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ appeared first on KNews Odisha.