ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ ତଣ୍ଟି କାଟି ଜୀବନ ହାରିଲା ପ୍ରେମିକ l ଗୁରୁତର ଅବସ୍ଥାରେ ପ୍ରେମିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଦୀର୍ଘ ସମୟ ଧରି ହସ୍ପିଟାଲ ବାରଣ୍ଡାରେ ମୃତ ଦେହ ରହିବା ପରେ ଶବାଗାରରେ  ପ୍ରେମିକର ମୃତଦେହ ସଂରକ୍ଷିତ ରଖାଯାଇଛି  l ମୃତ ଯୁବକ ଗଞ୍ଜାମ ଭୂଷଣ୍ଡ ଅଞ୍ଚଳର  ବିଜୟ ସାସମଲଙ୍କ ପୁଅ ସିମାଞ୍ଚଳ ଶାସମଲ […] The post ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ appeared first on KNews Odisha.

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ
hospital

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ ତଣ୍ଟି କାଟି ଜୀବନ ହାରିଲା ପ୍ରେମିକ l ଗୁରୁତର ଅବସ୍ଥାରେ ପ୍ରେମିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଦୀର୍ଘ ସମୟ ଧରି ହସ୍ପିଟାଲ ବାରଣ୍ଡାରେ ମୃତ ଦେହ ରହିବା ପରେ ଶବାଗାରରେ  ପ୍ରେମିକର ମୃତଦେହ ସଂରକ୍ଷିତ ରଖାଯାଇଛି  l

ମୃତ ଯୁବକ ଗଞ୍ଜାମ ଭୂଷଣ୍ଡ ଅଞ୍ଚଳର  ବିଜୟ ସାସମଲଙ୍କ ପୁଅ ସିମାଞ୍ଚଳ ଶାସମଲ ବୋଲି ପୁଲିସ ପ୍ରାଥମିକ ତଦନ୍ତରେ ସୂଚନା ପାଇଛି l  ଗୁରୁତର  ଯୁବତୀ ଦେବଗଡ଼ ପୌରାଞ୍ଚଳ 4 ନମ୍ବର ୱାର୍ଡ ର ଜନ୍ହ କାରିଗର l ଖବର ଲେଖା ଯିବା ପର୍ଯ୍ୟନ୍ତ ଥାନାରେ କୌଣସି ପକ୍ଷରୁ ଅଭିଯୋଗ ଆସିନଥିଲେ ମଧ୍ୟ ଦେବଗଡ଼ ଥାନା ପୁଲିସ ଆଇଆଇସି ସରୋଜ ସେଠୀଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ  l

ଛୁରା ମାଡ଼ ସ୍ଥଳରେ ପୁଲିସ ପହଞ୍ଚି ଆଖ ପାଖ ସାହି ଲୋକଙ୍କ ଠାରୁ ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ ଆରମ୍ଭ କରିଛି l ସୁଦୂର ଗଞ୍ଜାମ ଭୂଷଣ୍ଡ ଅଞ୍ଚଳରୁ ମୃତ ଯୁବକ କେବେ ଠାରୁ ଆସିଥିଲା, କେଉଁଠାରେ ରହୁଥିଲା, ଫୋନ ବାର୍ତ୍ତାଳାପରେ ପ୍ରେମିକା ଡାକିଥିଲା ନା ସେ ନିଜେ ଆସିଥିଲା, କେତେ ଦିନ ଧରି ପ୍ରେମ ସମ୍ପର୍କ ଥିଲା, କଣ ପାଇଁ ରକ୍ତ ମୁଖା ହେଲା ପ୍ରେମିକ ଏ ସବୁ ଦିଗ ଉପରେ ପୁଲିସ ତଦନ୍ତ କରିବାକୁ ଥିବା ବେଳେ ଗୁରୁତର ପ୍ରେମିକା ସାମାନ୍ୟ ସୁସ୍ଥ ହେବାପରେ ପୁଲିସ ସବୁ ତଥ୍ୟ ହାସଲ କରିବ  l ସେହିପରି ମୃତ ଯୁବକ ସିମାଞ୍ଚଳଙ୍କ ପରିବାର ଲୋକ କେହି ଆସିବା ପରେ ଆସନ୍ତାକାଲି ମୃତଦେହ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି l

The post ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ appeared first on KNews Odisha.