ପୋଲ ଉପରେ ବସି ପୁଅକୁ ଖୋଜୁଛି ମା’, କିନ୍ତୁ ମିଳୁନି ପୁଅର ପତ୍ତା
ପାରାଦୀପ (କେନ୍ୟୁଜ) : ତ୍ରିଲୋଚନ ଲେଙ୍କା । ବୟସ ମାତ୍ର ୧୭ ବର୍ଷ । କିନ୍ତୁ ପୁଅ କାହିଁକି ଡେଇଁବ ନଦୀକୁ । ଏଇ କଥା ସମସ୍ତଙ୍କ ମୁହଁରେ । ପୁଅକୁ ତ ପହଁରା ଜଣାଅଛି । ତାହେଲେ ମୋ ପୁଅ ମିଳନି କାହିଁକି । ଏମିତି କହି କହି କାନ୍ଦୁଛନ୍ତି ପରିବାର ଲୋକେ । ମାଆ ରାସ୍ତାର ବାଡକୁ ଜାବୁଡି ଧରି ତଳକୁ ଅନାଇ ବସିଛି । କାଳେ ମୋ ପୁଅ ମୋ ଆଖିରେ ପଡିଯିବ […] The post ପୋଲ ଉପରେ ବସି ପୁଅକୁ ଖୋଜୁଛି ମା’, କିନ୍ତୁ ମିଳୁନି ପୁଅର ପତ୍ତା appeared first on KNews Odisha.

ପାରାଦୀପ (କେନ୍ୟୁଜ) : ତ୍ରିଲୋଚନ ଲେଙ୍କା । ବୟସ ମାତ୍ର ୧୭ ବର୍ଷ । କିନ୍ତୁ ପୁଅ କାହିଁକି ଡେଇଁବ ନଦୀକୁ । ଏଇ କଥା ସମସ୍ତଙ୍କ ମୁହଁରେ । ପୁଅକୁ ତ ପହଁରା ଜଣାଅଛି । ତାହେଲେ ମୋ ପୁଅ ମିଳନି କାହିଁକି । ଏମିତି କହି କହି କାନ୍ଦୁଛନ୍ତି ପରିବାର ଲୋକେ । ମାଆ ରାସ୍ତାର ବାଡକୁ ଜାବୁଡି ଧରି ତଳକୁ ଅନାଇ ବସିଛି । କାଳେ ମୋ ପୁଅ ମୋ ଆଖିରେ ପଡିଯିବ । କିନ୍ତୁ ପୁଅକୁ ଅନେକ ସମୟ ଧରି ଖୋଜୁଛନ୍ତି ହେଲେ ପାଉନାହାଁନ୍ତି ।
ଘର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା । ସମସ୍ତଙ୍କ ମନରେ ସେଇ ଆଶା ଆଉ ଆକାଂକ୍ଷା ତ୍ରିଲୋଚନ ମିଳିଯିବ । ମିଳିଯାନ୍ତି କି ତ୍ରିଲୋଚନ । କିନ୍ତୁ ପୋଲ ଉପରେ ମୋବାଇଲ ସାର୍ଟ ରଖି କାହିଁକି ଏମିତି ଡେଇଁ ପଡିଲେ ତ୍ରିଲୋଚନ । ତ୍ରିଲୋଚନ ରିଲ୍ କରନ୍ତି ଆଉ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ବି ରୁହନ୍ତି । ସମସ୍ତେ କୁଆଡେ କହୁଛନ୍ତି ଘଟଣା ପୂର୍ବରୁ ତ୍ରିଲୋଚନ ଭିଡିଓ କଲରେ କଥା ହେଉଥିଲା । ତେବେ ଏହା ତାରି ପ୍ରଭାବରେ ହୋଇଛି ନା ଅନ୍ୟ କେଉଁ କାରଣ ଅଛି ତାହା ଏପର୍ଯ୍ୟନ୍ତ ଜଣାପଡିନି ।
ପାରାଦୀପ ଅଠରବାଙ୍କି କାଉଡିଆ ନଦୀରେ ଘଟିଥିବା ଅଘଟଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।ଦୀର୍ଘ ସମୟ ଧରି ଭିଡିଓ କଲରେ କଥା ହେଉଥିବା ତ୍ରିଲୋଚନଙ୍କର ହଠାତ୍ କଣ ହେଲା । ପୋଲ ନିକଟରେ ଥିବା ମୋବାଇଲ ଓ ସାର୍ଟକୁ ଜବତ କରିଛି ପୋଲିସ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଁଚି ଖୋଜା ଖୋଜି ଜାରି ରଖିଛନ୍ତି । ତେବେ ନିଖୋଜ ଯୁବକର ଘର ସ୍ଥାନୀୟ ଅମ୍ୱିକା ସ୍କୁଲ ଗୋପିନାଥ କଲୋନୀର ଉଲ୍ଲାସ ଲେଙ୍କା ଙ୍କ ପୁଅ ତ୍ରିଲୋଚନ ଲେଙ୍କା ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ମୃତୟନ ରହିଥିବା ବେଳେ ପାଣିକୁ ଡେଇଁବାକୁ ନେଇ ପରିବାକୁ ଲୋକ ସନ୍ଦେହ ପ୍ରକାଶ କରିଛନ୍ତି । ପୋଲ ଉପରେ ସନ୍ଦେହ ଜନକ ଅବସ୍ଥାରେ ତ୍ରିଲୋଚନର ମୋବାଇଲ ଏବଂ ଡ୍ରେସ ରହିଥିବା ବେଳେ ତ୍ରିଲୋଚନ କୌଣସି ପରିସ୍ଥିତି ରେ ନଦୀକୁ ଡେଇଁନ ଥିବା ନେଇ ପରିବାର ଲୋକ କହିଥିବା ବେଳେ ଏହା ଏକ ସନ୍ଦେହ ଜନକ ଘଟଣା ବୋଲି ପରିବାର ଲୋକେ କହିଛନ୍ତି ।
The post ପୋଲ ଉପରେ ବସି ପୁଅକୁ ଖୋଜୁଛି ମା’, କିନ୍ତୁ ମିଳୁନି ପୁଅର ପତ୍ତା appeared first on KNews Odisha.