ମଝି ରାସ୍ତାରେ ଯୁବକଙ୍କ ହରକତ୍‌ ଦେଖି ରାଗିକି ପାଚିଗଲା ହାତୀ, ତାପରେ କଣ କଲା ଦେଖନ୍ତୁ

ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଏକ ଛାତି ଥରା ଦୃଶ୍ୟ । ଯାହାକୁ ଯିଏ ଦେଖୁଛି ସେ ଡରିଯାଉଛି । ଆପଣ ତ ପ୍ରାୟ ସମୟରେ ଏମିତି ଛାତି ଥରା ଭିଡିଓ ଦେଖୁଥିବେ । ଆଉ ଏସବୁ ଭିତରୁ ଜଙ୍ଗଲୀ ଜୀବ ଜନ୍ତୁଙ୍କ ଭିଡିଓ ବି ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ଜଙ୍ଗଲୀ ପଶୁ ପକ୍ଷୀଙ୍କ ରୌଦ୍ର ରୂପ ଆପଣ ଦେଖିଥିବେ । ଯେ ଜଙ୍ଗଲୀ ଜୀବ ଜନ୍ତୁ ଯଦି ରାଗିଯାନ୍ତି ତାହେଲେ ପରିସ୍ଥିତି […] The post ମଝି ରାସ୍ତାରେ ଯୁବକଙ୍କ ହରକତ୍‌ ଦେଖି ରାଗିକି ପାଚିଗଲା ହାତୀ, ତାପରେ କଣ କଲା ଦେଖନ୍ତୁ appeared first on KNews Odisha.

ମଝି ରାସ୍ତାରେ ଯୁବକଙ୍କ ହରକତ୍‌ ଦେଖି ରାଗିକି ପାଚିଗଲା ହାତୀ, ତାପରେ କଣ କଲା ଦେଖନ୍ତୁ
elephant

ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଏକ ଛାତି ଥରା ଦୃଶ୍ୟ । ଯାହାକୁ ଯିଏ ଦେଖୁଛି ସେ ଡରିଯାଉଛି । ଆପଣ ତ ପ୍ରାୟ ସମୟରେ ଏମିତି ଛାତି ଥରା ଭିଡିଓ ଦେଖୁଥିବେ । ଆଉ ଏସବୁ ଭିତରୁ ଜଙ୍ଗଲୀ ଜୀବ ଜନ୍ତୁଙ୍କ ଭିଡିଓ ବି ଖୁବ୍‌ ଭାଇରାଲ ହେଉଛି । ଯେଉଁଥିରେ ଜଙ୍ଗଲୀ ପଶୁ ପକ୍ଷୀଙ୍କ ରୌଦ୍ର ରୂପ ଆପଣ ଦେଖିଥିବେ । ଯେ ଜଙ୍ଗଲୀ ଜୀବ ଜନ୍ତୁ ଯଦି ରାଗିଯାନ୍ତି ତାହେଲେ ପରିସ୍ଥିତି କେତେ ଭୟଙ୍କର ହୁଏ ।

ଏମିତି ହିଁ କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ପୂରା ଘଞ୍ଚ ଜଙ୍ଗଲ ରାସ୍ତା ପଡିଛି । ଆଉ ସେହି ବାଟ ଦେଇ ଲୋକମାନେ ବି ଯାଉଛନ୍ତି ଆଉ ଜଙ୍ଗଲୀ ଜୀବ ଜନ୍ତୁ ବି ଯାଉଛନ୍ତି । କିନ୍ତୁ ଥରେ ଭାବନ୍ତୁ ଯଦି ଆପଣ କୁଆଡେ ଜଙ୍ଗଲୀ ରାସ୍ତା ଦେଇ ଯାଉଥିବେ ଆଉ ଆପଣଙ୍କ ସାମ୍ନାରେ ଏକ ବିଶାଳକାୟ ହାତୀ ଛିଡା ହୋଇଯିବ । ତାହେଲେ ସେତେବେଳେ ଆପଣ କଣ କରିବେ । ନିଶ୍ଚିତ ଭାବେ ଡରିଯିବେ । ଏଠି ବି ଠିକ୍‌ ସମାନ ସ୍ଥିତି ଦେଖିବାକୁ ମିଳୁଛି । ଦୁଇ ଚାରିଟି କାର ରହିଛି, ଆଉ ତାଙ୍କ କାର ସାମ୍ନାରେ ବିରାଟକାୟ ହାତୀ ଛିଡା ହୋଇଛି । ଯାତ୍ରୀମାନେ କାରରୁ ବାହାରକୁ ବାହାରି ଆସିଛନ୍ତି ହେଲେ ହାତୀକୁ ଯେତେ ହର୍ଣ୍ଣ ବଜାଇଲେ ବି ସେ ଆହୁରି ରାଗି ଯାଉଛି । ଏବଂ ମାରିବାକୁ ଆଗକୁ ଆଗକୁ ଆସୁଛି । ଏହା ଦେଖି ସେଠାରେ ଥିବା ଲୋକେ ବି ଜୋର ଜୋରରେ ଦୌଡି ପଳାଇ ଆସୁଛନ୍ତି । ଆଉ କିଛି ଆଗକୁ ଯାଇ ଦେଖୁଛନ୍ତି ତ ହାତୀଟି ଆଗକୁ ଆଗକୁ ମାଡି ଆସୁଥିବାବେଳେ ହଠାତ୍‌ ଜଙ୍ଗଲ ଆଡକୁ ମୁହଁ ବୁଲାଇ ଚାଲିଗଲା । ତାପରେ କିଛି ସମୟ ପରେ ଯାତ୍ରୀମାନେ ବି ଧୀରେ ଧୀରେ ଆଗକୁ ଆସି କାର ପାଖରେ ପହଁଚିଲେ ।

ସତରେ ଜଙ୍ଗଲ ଭିତରେ ଏମିତି ଜଙ୍ଗଲ ପ୍ରାଣୀଙ୍କୁ ମଣିଷ ସହ ସାମ୍ନାସାମ୍ନି ଦେଖିଲା ବେଳକୁ ଭୟ ଲାଗୁଛି । ନିଶ୍ଚିତ ଭାବେ ଏହା ଭୟଙ୍କର ଦୃଶ୍ୟ । ସୋସିଆଲ ମିଡିଆରେ ତ ଏ ଭୟଙ୍କର ଚିତ୍ରକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ଆଉ କହୁଛନ୍ତି ଭଗବାନଙ୍କ କୃପାରୁ ଯାହା ଜୀବନ ବଞ୍ଚିଗଲା । ସେହିପରି ଆଉ କିଛି ଜଣ ଲୋକ କହୁଛନ୍ତି ଜଙ୍ଗଲୀ ପ୍ରାଣୀଙ୍କୁ ତାଙ୍କ ବାଟରେ ଯିବାକୁ ଦିଅ, ତାଙ୍କୁ ଏମିତି ହଇରାଣ କରନ୍ତୁନାହିଁ । କାହିଁକିନା ଏ ପିଲାମାନେ ହାତୀ ଘଉଡେଇଲେ ଶାନ୍ତ ହେବା ପରିବର୍ତ୍ତେ ଆହୁରି ଜୋର ଜୋର ଚିଲାଉଥିଲେ । ଯାହାପରେ ହାତୀଟି ବି ରାଗି ଯାଉଥିଲା ଆଉ ମାରିବାକୁ ଦଉଡିଥିଲା । ତେବେ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଓ୍ଵାଇଲଡଟ୍ରେଲସ ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଯାହା ଏବେ ଖୁବ୍‌ ଭାଇରାଲ ହେଉଛି ।

 

The post ମଝି ରାସ୍ତାରେ ଯୁବକଙ୍କ ହରକତ୍‌ ଦେଖି ରାଗିକି ପାଚିଗଲା ହାତୀ, ତାପରେ କଣ କଲା ଦେଖନ୍ତୁ appeared first on KNews Odisha.