ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ; ବାଂଲାଦେଶ ହିଂସାରେ ୬୦୦ ମୃତ, ୟୁଏନ ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ୍ ହସିନା ସରକାର ଗାଦିଚ୍ୟୁତ୍ ହେବା ପରେ ବି ହିଂସା ଥମିବାର ନାଁ ଧରୁନାହିଁ । ପଡୋଶୀ ଦେଶରେ ସଂଖ୍ୟା ଲଘୁ ସଂପ୍ରଦାୟ ଲୋକଙ୍କୁ ଉପରେ ଜୁଲୁମ୍ ହେଉଥିବା ଅଭିଯୋଗ ହୋଇଛି । ବାଂଲାଦେଶ ହିଂସାରେ ପ୍ରାୟ ୬୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଜାତିସଂଘର ସୁରକ୍ଷା ପରିଷଦରେ ଏହା ଦାବି ହୋଇଛି । ଜାତିସଂଘ ରିପୋର୍ଟରେ ହତ୍ୟା, ମନମାନି ଗରଫଦାରୀ ଏବଂ ଅତ୍ୟାଚାର ମାମଲାର ଯାଞ୍ଚ ପାଇଁ ପରାମର୍ଶ ଦେଇଛି । ୟୁଏନ ରିପୋର୍ଟ ମୁତାବକ, ବାଂଲାଦେଶ ହିଂସାରେ ଜୁଲାଇ ୧୬ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ୪୦୦ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଅଗଷ୍ଟ ୫ରୁ ୬ ତାରିଖ ମଧ୍ୟରେ ସର୍ବାଧିକ ଲୋକଙ୍କ ହତ୍ୟା ହୋଇଛି । ଦୁଇ ଦିନ ଭିତରେ   ପ୍ରାୟ ୨୫୦ ଲୋକଙ୍କ ପ୍ରାଣ ହରାଇଥିବା ରିପୋର୍ଟରେ ଦାବି ହୋଇଛି । ଯାହା ଫଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଇସ୍ତଫା ଦେବାକୁ ପଡ଼ିବା ସହିତ ଦେଶ ଛାଡ଼ିବାକୁ ପଡ଼ିଛି । ୟୁଏନ ରିପୋର୍ଟ ଅନୁଯାୟୀ, ଜୁଲାଇ ୧୬ ତାରିଖରୁ ଅଗଷ୍ଟ ୧୧ ତାରିଖ ମଧ୍ୟରେ ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶରେ ବିକ୍ଷୋଭ ପ୍ରଦଶନ ହୋଇଥିଲା । ପରେ ଏହା ହିଂସାର ରୂପ ଧାରଣ କରିଥିଲା । ଏହି ସମୟ ଭିତରେ ପ୍ରାୟ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ସାମିଲ୍ ରହିଛି, ଯେଉଁ ମାନେ ହିଂସାରେ ଆହତ ହୋଇ ପରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କେବଳ ସାଧାରଣ ଲୋକ ନ

ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ; ବାଂଲାଦେଶ ହିଂସାରେ ୬୦୦ ମୃତ, ୟୁଏନ ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ୍ ହସିନା ସରକାର ଗାଦିଚ୍ୟୁତ୍ ହେବା ପରେ ବି ହିଂସା ଥମିବାର ନାଁ ଧରୁନାହିଁ । ପଡୋଶୀ ଦେଶରେ ସଂଖ୍ୟା ଲଘୁ ସଂପ୍ରଦାୟ ଲୋକଙ୍କୁ ଉପରେ ଜୁଲୁମ୍ ହେଉଥିବା ଅଭିଯୋଗ ହୋଇଛି । ବାଂଲାଦେଶ ହିଂସାରେ ପ୍ରାୟ ୬୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଜାତିସଂଘର ସୁରକ୍ଷା ପରିଷଦରେ ଏହା ଦାବି ହୋଇଛି । ଜାତିସଂଘ ରିପୋର୍ଟରେ ହତ୍ୟା, ମନମାନି ଗରଫଦାରୀ ଏବଂ ଅତ୍ୟାଚାର ମାମଲାର ଯାଞ୍ଚ ପାଇଁ ପରାମର୍ଶ ଦେଇଛି । 

ୟୁଏନ ରିପୋର୍ଟ ମୁତାବକ, ବାଂଲାଦେଶ ହିଂସାରେ ଜୁଲାଇ ୧୬ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ୪୦୦ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଅଗଷ୍ଟ ୫ରୁ ୬ ତାରିଖ ମଧ୍ୟରେ ସର୍ବାଧିକ ଲୋକଙ୍କ ହତ୍ୟା ହୋଇଛି । ଦୁଇ ଦିନ ଭିତରେ   ପ୍ରାୟ ୨୫୦ ଲୋକଙ୍କ ପ୍ରାଣ ହରାଇଥିବା ରିପୋର୍ଟରେ ଦାବି ହୋଇଛି । ଯାହା ଫଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଇସ୍ତଫା ଦେବାକୁ ପଡ଼ିବା ସହିତ ଦେଶ ଛାଡ଼ିବାକୁ ପଡ଼ିଛି । 

ୟୁଏନ ରିପୋର୍ଟ ଅନୁଯାୟୀ, ଜୁଲାଇ ୧୬ ତାରିଖରୁ ଅଗଷ୍ଟ ୧୧ ତାରିଖ ମଧ୍ୟରେ ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶରେ ବିକ୍ଷୋଭ ପ୍ରଦଶନ ହୋଇଥିଲା । ପରେ ଏହା ହିଂସାର ରୂପ ଧାରଣ କରିଥିଲା । ଏହି ସମୟ ଭିତରେ ପ୍ରାୟ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ସାମିଲ୍ ରହିଛି, ଯେଉଁ ମାନେ ହିଂସାରେ ଆହତ ହୋଇ ପରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କେବଳ ସାଧାରଣ ଲୋକ ନାହାନ୍ତି , ବରଂ ଏଥିରେ ପୋଲିସ, ସାମ୍ବାଦିକ, ସେନା ଯବାନ ସାମିଲ୍ ରହିଛନ୍ତି । 

ରିପୋର୍ଟରେ କୁହାଯାଇଛି, ହଜାର ହଜାର ପ୍ରଦର୍ଶନକାରୀ ହିଂସାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ହସ୍ପିଟାଲ ଗୁଡ଼ିକ ରୋଗୀରେ ଭର୍ତ୍ତି ହୋଇଛି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଂକା କରାଯାଉଛି ।  ଜାତିସଂଘ ରିପୋର୍ଟ ଉଲ୍ଲେଖ ରହିଛି, ବାଂଲାଦେଶ ସେନା ଅଧିକରୁ ଅଧିକ ମାତ୍ରରେ କାର୍ଯ୍ୟାନୁଷ୍ଠାନ ନେଇଛି । ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହୋଇଥିବା ରିପୋର୍ଟରେ ଦାବି ହୋଇଛି ।