ମୃତ ଦିଲୀପଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ଗୋକୁଳାନନ୍ଦ

ଖଲ୍ଲିକୋଟ,୧୫।୬(ପ୍ରଶାନ୍ତ କୁମାର ମିଶ୍ର): ରାଜ୍ୟରେ ନୂଆ ସରକାରରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ବିଭାଗ ମିଳିଛି। ଏହି ପରିପ୍ରେକ୍ଷୀରେ ଖଲ୍ଲିକୋଟ ବସ୍‌ଷ୍ଟାଣ୍ଡଠାରେ ମନ୍ତ୍ରୀ ଗୋକୁଳାନନ୍ଦଙ୍କୁ ଖଲ୍ଲିକୋଟ ଭାଜପା ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ପରେ ମନ୍ତ୍ରୀ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ଦର୍ଶନ କରି ପୋଲସରା ଫେରିଥିଲେ । ଆଗମୀ ଦିନରେ ଗଞ୍ଜାମର ଆଇନ ଶୃଙ୍ଖଳା, […] The post ମୃତ ଦିଲୀପଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ଗୋକୁଳାନନ୍ଦ appeared first on Dharitri Odia News.

ମୃତ ଦିଲୀପଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ଗୋକୁଳାନନ୍ଦ

ଖଲ୍ଲିକୋଟ,୧୫।୬(ପ୍ରଶାନ୍ତ କୁମାର ମିଶ୍ର): ରାଜ୍ୟରେ ନୂଆ ସରକାରରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ବିଭାଗ ମିଳିଛି।

ଏହି ପରିପ୍ରେକ୍ଷୀରେ ଖଲ୍ଲିକୋଟ ବସ୍‌ଷ୍ଟାଣ୍ଡଠାରେ ମନ୍ତ୍ରୀ ଗୋକୁଳାନନ୍ଦଙ୍କୁ ଖଲ୍ଲିକୋଟ ଭାଜପା ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ପରେ ମନ୍ତ୍ରୀ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ଦର୍ଶନ କରି ପୋଲସରା ଫେରିଥିଲେ । ଆଗମୀ ଦିନରେ ଗଞ୍ଜାମର ଆଇନ ଶୃଙ୍ଖଳା, ଦାଦନ ସମାସ୍ୟା ଆଦି ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟପକ୍ଷେ ମନ୍ତ୍ରୀ ଗୋକୁଳାନନ୍ଦ ନିର୍ବାଚନୀ ହିଂସାରେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ମୃତ ଦିଲୀପ ପାହାନଙ୍କ ସ୍ତ୍ରୀ ଏବଂ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି।

The post ମୃତ ଦିଲୀପଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ଗୋକୁଳାନନ୍ଦ appeared first on Dharitri Odia News.