କୋଲକାତା ଦୁଷ୍କର୍ମ ଘଟଣା: ହସ୍ପିଟାଲ୍ରେ ବନ୍ଦ ରହିବ ସ୍ଵାସ୍ଥ୍ୟ ସେବା, ୨୪ ଘଣ୍ଟିଆ ହଡ଼ତାଳରେ IMA ଡାକ୍ତର
ନୂଆଦିଲ୍ଲୀ: ଇଣ୍ଡିଆନ ମେଡିକାଲ୍ ଆସୋସିଏସନ(ଆଇଏମଏ) ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ହଡ଼ତାଳ କରିବାକୁ ଯାଉଛନ୍ତି । କୋଲକାତାର ଆରଜି କର ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହିତ ଗଣ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଏହି ହଡ଼ତାଳ କରିବେ ଡାକ୍ତର ସଂଘ। ସ୍ଵାସ୍ଥ୍ୟ ସେବା ଉପରେ ଏହାର ବଡ଼ ପ୍ରଭାବ ପଡିପାରେ।ଆଇଏମଏ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୋଡେର୍ଣ୍ଣ ମେଡିସିନର ଡାକ୍ତରମାନେ ଅଗଷ୍ଟ ୧୭ ତାରିଖ ସକାଳ ୬ଟାରୁ ଅଗଷ୍ଟ ୧୮ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଏହି ସମୟରେ ରୋଗୀଙ୍କୁ କେବଳ ଜରୁରୀ ସେବା ପ୍ରଦାନ କରାଯିବ। ଟ୍ରେନି ମହିଳା ଡାକ୍ତରଙ୍କ ସହ ହୋଇଥିବା ଏହି ଅମାନବୀୟ ବର୍ବରକାଣ୍ଡକୁ ନେଇ ଜନସାଧାରଣରେ ଆକ୍ରୋଶ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ରାଜଧାନୀ କୋଲାକାତାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ମହିଳା ରାଜରାସ୍ତାକୁ ଓହ୍ଲାଇ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି।Also read: ଅଗ୍ନି ମିସାଇଲର ଜନକ ଡିଆରଡିଓ ବୈଜ୍ଞାନିକ ରାମ ନାରାୟଣ ଅଗରୱାଲଙ୍କ ପରଲୋକଆଇଏମଏ ଏହା ମଧ୍ୟ ଜଣାଇଛି ଯେ, “ସମସ୍ତ ଜରୁରୀ ସ୍ଵାସ୍ଥ୍ୟ ସେବା ଜାରି ରହିବ। ଆହତ ଲୋକଙ୍କ ଚିକିତ୍ସା କରାଯିବ। କିନ୍ତୁ ନିୟମିତ ଓପିଡି ବନ୍ଦ ରହିବ ଓ ବିକଳ୍ପ ସର୍ଜରୀ ଚିକିତ୍ସା କରାଯିବ ନାହିଁ। ଏହି ହଡ଼ତାଳ ସେହି ସବୁ କ୍ଷେତ୍ରରେ ଲା
ନୂଆଦିଲ୍ଲୀ: ଇଣ୍ଡିଆନ ମେଡିକାଲ୍ ଆସୋସିଏସନ(ଆଇଏମଏ) ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ହଡ଼ତାଳ କରିବାକୁ ଯାଉଛନ୍ତି । କୋଲକାତାର ଆରଜି କର ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହିତ ଗଣ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଏହି ହଡ଼ତାଳ କରିବେ ଡାକ୍ତର ସଂଘ। ସ୍ଵାସ୍ଥ୍ୟ ସେବା ଉପରେ ଏହାର ବଡ଼ ପ୍ରଭାବ ପଡିପାରେ।
ଆଇଏମଏ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୋଡେର୍ଣ୍ଣ ମେଡିସିନର ଡାକ୍ତରମାନେ ଅଗଷ୍ଟ ୧୭ ତାରିଖ ସକାଳ ୬ଟାରୁ ଅଗଷ୍ଟ ୧୮ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଏହି ସମୟରେ ରୋଗୀଙ୍କୁ କେବଳ ଜରୁରୀ ସେବା ପ୍ରଦାନ କରାଯିବ। ଟ୍ରେନି ମହିଳା ଡାକ୍ତରଙ୍କ ସହ ହୋଇଥିବା ଏହି ଅମାନବୀୟ ବର୍ବରକାଣ୍ଡକୁ ନେଇ ଜନସାଧାରଣରେ ଆକ୍ରୋଶ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ରାଜଧାନୀ କୋଲାକାତାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ମହିଳା ରାଜରାସ୍ତାକୁ ଓହ୍ଲାଇ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି।
Also read: ଅଗ୍ନି ମିସାଇଲର ଜନକ ଡିଆରଡିଓ ବୈଜ୍ଞାନିକ ରାମ ନାରାୟଣ ଅଗରୱାଲଙ୍କ ପରଲୋକ
ଆଇଏମଏ ଏହା ମଧ୍ୟ ଜଣାଇଛି ଯେ, “ସମସ୍ତ ଜରୁରୀ ସ୍ଵାସ୍ଥ୍ୟ ସେବା ଜାରି ରହିବ। ଆହତ ଲୋକଙ୍କ ଚିକିତ୍ସା କରାଯିବ। କିନ୍ତୁ ନିୟମିତ ଓପିଡି ବନ୍ଦ ରହିବ ଓ ବିକଳ୍ପ ସର୍ଜରୀ ଚିକିତ୍ସା କରାଯିବ ନାହିଁ। ଏହି ହଡ଼ତାଳ ସେହି ସବୁ କ୍ଷେତ୍ରରେ ଲାଗୁ ହେବ, ଯେଉଁଠି ମୋଡେର୍ଣ୍ଣ ମେଡିସିନ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଆଇଏମକୁ ଡାକ୍ତର ପ୍ରସଙ୍ଗରେ ପୁରା ଦେଶର ସହାନୁଭୂତିର ଆବଶ୍ୟକତା ରହିଛି। “
ସୂଚନାଯୋଗ୍ୟ, ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ସମ୍ବେଦନଶୀଳ ମାମଲାରେ ଏ ପର୍ଯ୍ୟନ୍ତ ୧୨ ଜଣ ଗିରଫ ହୋଇଛନ୍ତି। ଘଟଣାକୁ ନେଇ ବ୍ୟାକଫୁଟରେ ମମତା ବାନାର୍ଜୀଙ୍କ ଟିଏମସି ସରକାର। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇକୁ ମାମଲା ହସ୍ତାନ୍ତର ହୋଇ ସାରିଛି।