ୟୁକ୍ରେନ ଉପରେ ରୁଷ୍ ନିକ୍ଷେପ କଲା ଭୟଙ୍କର ICBM ମିସାଇଲ
ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି ରୁଷ୍ । ୟୁକ୍ରେନର ନିପ୍ରୋ ସହର ଉପରେ ରୁଷ୍ ନଭେମ୍ବର ୨୧ ସକାଳ ୫ଟାରୁ ୭ଟା ମଧ୍ୟରେ ICBM (ଇଣ୍ଟରକଣ୍ଟିନେଣ୍ଟ ବାଲିଷ୍ଟିକ୍ ମିସାଇଲ) ନିକ୍ଷେପ କରିଛି । ଏହି ଯୁଦ୍ଧରେ ପ୍ରଥମ ଥର ICBM ଦ୍ଵାରା ଆକ୍ରମଣ କରାଯାଇଛି । କୁହାଯାଉଛି, ଏଥିପାଇଁ ରୁଷ୍ RS-26 Rubezh କ୍ଷେପଣାସ୍ତ୍ର ବ୍ୟବହାର କରିଥାଇପାରେ, ଯାହାକୁ ଅସ୍ତ୍ରାଖାନ ଅଞ୍ଚଳରୁ ନିକ୍ଷେପ କରାଯାଇଛି । ୟୁକ୍ରେନର ବାୟୁସେନା ଏହି ଆକ୍ରମଣକୁ ନିଶ୍ଚିତ କରିଛି । […] The post ୟୁକ୍ରେନ ଉପରେ ରୁଷ୍ ନିକ୍ଷେପ କଲା ଭୟଙ୍କର ICBM ମିସାଇଲ appeared first on KNews Odisha.

ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି ରୁଷ୍ । ୟୁକ୍ରେନର ନିପ୍ରୋ ସହର ଉପରେ ରୁଷ୍ ନଭେମ୍ବର ୨୧ ସକାଳ ୫ଟାରୁ ୭ଟା ମଧ୍ୟରେ ICBM (ଇଣ୍ଟରକଣ୍ଟିନେଣ୍ଟ ବାଲିଷ୍ଟିକ୍ ମିସାଇଲ) ନିକ୍ଷେପ କରିଛି । ଏହି ଯୁଦ୍ଧରେ ପ୍ରଥମ ଥର ICBM ଦ୍ଵାରା ଆକ୍ରମଣ କରାଯାଇଛି । କୁହାଯାଉଛି, ଏଥିପାଇଁ ରୁଷ୍ RS-26 Rubezh କ୍ଷେପଣାସ୍ତ୍ର ବ୍ୟବହାର କରିଥାଇପାରେ, ଯାହାକୁ ଅସ୍ତ୍ରାଖାନ ଅଞ୍ଚଳରୁ ନିକ୍ଷେପ କରାଯାଇଛି ।
ୟୁକ୍ରେନର ବାୟୁସେନା ଏହି ଆକ୍ରମଣକୁ ନିଶ୍ଚିତ କରିଛି । ଏହି ମିସାଇଲ ବ୍ୟତୀତ କିଞ୍ଜଲ ହାଇପରସୋନିକ୍ ଏବଂ କେଏଚ୍-୧୦୧ କ୍ରୁଜ୍ ମିସାଇଲରୁ ମଧ୍ୟ ଜୋରଦାର ଆଟାକ୍ କରାଯାଇଛି । ବାୟୁସେନାର ସୂଚନା ମୁତାବକ, ଏହି ଆକ୍ରମଣ ଯୋଗୁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ବିଲ୍ଡିଂ ଏବଂ ସଂରଚନାଗୁଡ଼ିକ ନଷ୍ଟ ହୋଇଯାଇଛି । ଆକ୍ରମଣରେ ଅଣ ଆଣବିକ ଅସ୍ତ୍ର ବ୍ୟବହାର କରାଯାଇଛି ।
କ୍ରୁଜ୍ ମିସାଇଲ୍ ନିକ୍ଷେପ ପାଇଁ ରୁଷ୍ ନିଜର ଦୀର୍ଘ ଦୂରଗାମୀ ବୋମାବର୍ଷକ Tu-95MS ବ୍ୟବହାର କରିଛି । ଏହି ବୋମାବର୍ଷକ ଭୋଲଗୋଗ୍ରାଡ୍ ଅଞ୍ଚଳରୁ ଉଡ଼ିଥିଲା । ଯେତେବେଳେ କି, କିଞ୍ଜଲ ମିସାଇଲକୁ ତାମ୍ବୋଭ ଅଞ୍ଚଳରୁ ଉଡ଼ିଥିବା MiG-31K ଫାଇଟର ଜେଟରୁ ନିକ୍ଷେପ କରାଯାଇଥିଲା ।
ତେବେ ଏହାରି ମଧ୍ୟରେ ରୁଷ୍ ଦାବି କରିଛି ଯେ ଏହାର ଏୟାର ଡିଫେନ୍ସ ସିଷ୍ଟମ୍ ଦୁଇଟି ବ୍ରିଟିଶ ଷ୍ଟର୍ମ ଶାଡୋକୁ ଖସାଇ ଦେଇଛି । ୟୁକ୍ରେନ ଏହି ମିସାଇଲଗୁଡ଼ିକୁ ରୁଷ୍ ଆଡ଼କୁ ନିକ୍ଷେପ କରିଥିଲା । ପ୍ରଥମ ଥର ରୁଷ୍ ବିରୋଧରେ ୟୁକ୍ରେନ ଏହି ମିସାଇଲ ବ୍ୟବହାର କରିଛି ।
କହି ରଖୁଛୁ, ନଭେମ୍ବର ୨୦ରେ ୟୁକ୍ରେନର ଗୁଇନ୍ଦା ଦାବି କରିଥିଲା ଯେ ରୁଷୀୟ ସେନା ଏହାର ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ RS-26 ରୁବେଜକୁ ନିକ୍ଷେପ କରିବାକୁ ପ୍ରସ୍ତୁତ ହେଉଛି । କପୁସ୍ତିନ ୟାର ଏୟାର ବେସରୁ ଏହାକୁ ଲଞ୍ଚ କରାଯିବ । ଏହି ଅଞ୍ଚଳକୁ ଅସ୍ତ୍ରାଖାନ ମଧ୍ୟ କୁହନ୍ତି ।
ନିକଟରେ ପରମାଣୁ ଅସ୍ତ୍ର ବ୍ୟବହାର ସମ୍ବନ୍ଧିତ ଏକ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯଦି କେହି ଦେଶ କୌଣସି ପରମାଣୁ ଶକ୍ତିଶାଳୀ ଦେଶ ସହ ମିଶି ରୁଷ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରେ, ତେବେ ଏହାକୁ ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା ବୋଲି ଧରାଯିବ ବୋଲି ପୁଟିନ କହିଛନ୍ତି ।
The post ୟୁକ୍ରେନ ଉପରେ ରୁଷ୍ ନିକ୍ଷେପ କଲା ଭୟଙ୍କର ICBM ମିସାଇଲ appeared first on KNews Odisha.