ପୁଣି ବାଘ ଆତଙ୍କ, ରାତି ଅଧିରେ ମଇଁଷି ଛୁଆକୁ ମାରି ଖାଇଲା
ଭଞ୍ଜନଗର: ମାତିଛି ବାଘ। କେତେବେଳେ ଛେଳିଙ୍କୁ ମାରି ଖାଉଛି ତ’ କେଉଁଠି ଗାଈଙ୍କୁ ମାରି ଖାଉଛି। ବାଘ ଆତଙ୍କରେ ଏବେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ଼ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମ। ଏହାରି ମଧ୍ୟରେ ରବିବାର ଗୌଡ଼ ବନ୍ଦର ଗ୍ରାମରେ ଆଉ ଏକ ମଇଁଷି ଛୁଆକୁ ମାରିଛି ବାଘ lସୂଚନା ଅନୁଯାୟୀ, ରବିବାର ଗୌଡ଼ ବନ୍ଦର ଗ୍ରାମରେ ମଧ୍ୟ ରାତିରେ ଏକ ମଇଁଷି ଛୁଆକୁ ଗୋଠରେ ପଶି ମାରିଛି ବାଘ। ଫଳରେ ଏଥିରେ ଗ୍ରାମବାସୀ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଛନ୍ତି।ଭୟଭୀତ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଡ଼ରୁଛନ୍ତି।ତେବେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର, ମଧ୍ୟ ବାଘଟି ଗ୍ରାମରୁ ଏକ ବଳଦକୁ ମାରି ନିକଟ ଜଙ୍ଗଲରେ ଖାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଗତ ୧୯ ତାରିଖ ଦିନ ବୁଦୁଲି ଠାରେ ସନ୍ତୋଷ ଗୌଡ଼ଙ୍କ ୩ଟି ଗାଈକୁ ବାଘ୍ ଖାଇବା ପରେ ପର୍ଯ୍ୟାୟ କ୍ରମେ କିଛି ଛେଳିଙ୍କୁ ମାରିଥିଲା। ତେବେ ଏହା କେଉଁ ପ୍ରଜାତିର ବାଘ ? ଜାଣିବା ପାଇଁ ବନବିଭାଗ ଟ୍ରାପ କ୍ୟାମେରା ଲଗାଉଥିବା ବେଳେ ବେଡିଗୋବ ଠାରେ ବାଘର ପଦଚିହ୍ନକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏହା ସହ ଗ୍ରାମବାସୀମାନେ ସୁରକ୍ଷା ପାଇଁ ଦାବି କରିଛନ୍ତି। ସେପଟେ ବନବିଭାଗ କୌଣସି ପଦାଧିକାରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ମନା କରୁଥିବା ବେଳେ ହାତୀ ଉପଦ୍ରବ ଓ ହାତୀ ମୃତ୍ୟୁ ପାଇଁ ବନବିଭାଗର କାର୍ଯ୍ୟ ଶୈଳୀ
ଭଞ୍ଜନଗର: ମାତିଛି ବାଘ। କେତେବେଳେ ଛେଳିଙ୍କୁ ମାରି ଖାଉଛି ତ’ କେଉଁଠି ଗାଈଙ୍କୁ ମାରି ଖାଉଛି। ବାଘ ଆତଙ୍କରେ ଏବେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ଼ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମ। ଏହାରି ମଧ୍ୟରେ ରବିବାର ଗୌଡ଼ ବନ୍ଦର ଗ୍ରାମରେ ଆଉ ଏକ ମଇଁଷି ଛୁଆକୁ ମାରିଛି ବାଘ l
ସୂଚନା ଅନୁଯାୟୀ, ରବିବାର ଗୌଡ଼ ବନ୍ଦର ଗ୍ରାମରେ ମଧ୍ୟ ରାତିରେ ଏକ ମଇଁଷି ଛୁଆକୁ ଗୋଠରେ ପଶି ମାରିଛି ବାଘ। ଫଳରେ ଏଥିରେ ଗ୍ରାମବାସୀ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଛନ୍ତି।ଭୟଭୀତ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଡ଼ରୁଛନ୍ତି।ତେବେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଶୁକ୍ରବାର, ମଧ୍ୟ ବାଘଟି ଗ୍ରାମରୁ ଏକ ବଳଦକୁ ମାରି ନିକଟ ଜଙ୍ଗଲରେ ଖାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଗତ ୧୯ ତାରିଖ ଦିନ ବୁଦୁଲି ଠାରେ ସନ୍ତୋଷ ଗୌଡ଼ଙ୍କ ୩ଟି ଗାଈକୁ ବାଘ୍ ଖାଇବା ପରେ ପର୍ଯ୍ୟାୟ କ୍ରମେ କିଛି ଛେଳିଙ୍କୁ ମାରିଥିଲା।
ତେବେ ଏହା କେଉଁ ପ୍ରଜାତିର ବାଘ ? ଜାଣିବା ପାଇଁ ବନବିଭାଗ ଟ୍ରାପ କ୍ୟାମେରା ଲଗାଉଥିବା ବେଳେ ବେଡିଗୋବ ଠାରେ ବାଘର ପଦଚିହ୍ନକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏହା ସହ ଗ୍ରାମବାସୀମାନେ ସୁରକ୍ଷା ପାଇଁ ଦାବି କରିଛନ୍ତି। ସେପଟେ ବନବିଭାଗ କୌଣସି ପଦାଧିକାରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ମନା କରୁଥିବା ବେଳେ ହାତୀ ଉପଦ୍ରବ ଓ ହାତୀ ମୃତ୍ୟୁ ପାଇଁ ବନବିଭାଗର କାର୍ଯ୍ୟ ଶୈଳୀ ଉପରେ ଲୋକ ପ୍ରଶ୍ନ ଉଠାଉଛନ୍ତି l