ପୋଖରୀରେ ବୁଡ଼ିଯାଇ ନାବାଳକଙ୍କ ମୃତ୍ୟୁ
କଟକ : ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ ହୋଇଯାଇଛି। ଏହିଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ ସହରର ଗଦାସାହି ନିକଟସ୍ଥ ଭାଗିରଥି ସାଗରରେ। ସୂଚନା ଅନୁସାରେ,ରାବିବାର ଦିନ ସକାଳେ ଯୁବକ ଜଣଙ୍କ ସାଙ୍ଗମାନଙ୍କ ସହିତ ଗାଧେଇବା ପାଇଁ ଏହି ପୋଖରୀକୁ ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହିତ ପହଁରିବା ବେଳେ ପୋଖରୀ ମଝିରେ ବୁଡି ଯାଇଥିଲେ। ପୋଖରୀ ମଝିରେ ସେ ବୁଡ଼ି ଯାଉଥିବାବେଳେ ସାଙ୍ଗମାନେ ତାଙ୍କୁ ଉଦ୍ଧାର ପାଇଁ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ […]

କଟକ : ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ ହୋଇଯାଇଛି। ଏହିଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ ସହରର ଗଦାସାହି ନିକଟସ୍ଥ ଭାଗିରଥି ସାଗରରେ।
ସୂଚନା ଅନୁସାରେ,ରାବିବାର ଦିନ ସକାଳେ ଯୁବକ ଜଣଙ୍କ ସାଙ୍ଗମାନଙ୍କ ସହିତ ଗାଧେଇବା ପାଇଁ ଏହି ପୋଖରୀକୁ ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହିତ ପହଁରିବା ବେଳେ ପୋଖରୀ ମଝିରେ ବୁଡି ଯାଇଥିଲେ। ପୋଖରୀ ମଝିରେ ସେ ବୁଡ଼ି ଯାଉଥିବାବେଳେ ସାଙ୍ଗମାନେ ତାଙ୍କୁ ଉଦ୍ଧାର ପାଇଁ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ବିଫଳ ହୋଇଥିଲେ । ଏହାପରେ ସ୍ଥାନୀୟ ପୋଲସ ଛାତ୍ରଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ।