ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର ସମୟରେ କୁଚିଣ୍ଡାର ବହମୁଖି ବିକାଶ ହୋଇଥିବା କହିଥିଲେ। ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରାର୍ଥୀ ରବିନାରାୟଣ ନାଏକ ରବିବାର ଏକ ଖବରଦାତା ସମ୍ମିଳନୀ କରି ଏହାର କାଉଣ୍ଟର ଆଟାକ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ୨୪ବର୍ଷର ଶାସନରେ ବିଜେଡି କୁଚିଣ୍ଡାର ବିକାଶରେ ବାଧକ ସାଜିଛି। ଶିକ୍ଷା, ସ୍ବାସ୍ଥ୍ୟ, […] The post ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ appeared first on Dharitri Odia News.

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର ସମୟରେ କୁଚିଣ୍ଡାର ବହମୁଖି ବିକାଶ ହୋଇଥିବା କହିଥିଲେ। ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରାର୍ଥୀ ରବିନାରାୟଣ ନାଏକ ରବିବାର ଏକ ଖବରଦାତା ସମ୍ମିଳନୀ କରି ଏହାର କାଉଣ୍ଟର ଆଟାକ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ୨୪ବର୍ଷର ଶାସନରେ ବିଜେଡି କୁଚିଣ୍ଡାର ବିକାଶରେ ବାଧକ ସାଜିଛି। ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ ସହ ମହିଳା ଓ ଆଦିବାସୀଙ୍କ ପାଇଁ ବିଜେଡି କଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ କାଳରେ ଭାଜପା ୨୨ଗୋଟି ଦାବି ରଖିଥିବାବେଳେ ଏହାର କାର୍ଯ୍ୟକାରିତାରେ ସରକାର ବିଫଳ ହୋଇଛନ୍ତି। ୨୦୧୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କୁଚିଣ୍ଡା ଗସ୍ତରେ ଆସି ଭେଡେନ ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦୀର୍ଘବର୍ଷ ପରେ ବି ଏହାର କାମ ଆରମ୍ଭ ନ ହେବା ଦୁର୍ଭାଗ୍ୟର ବିଷୟ। ମହିଳାଙ୍କ ବିକାଶ କଥା କହୁଥିବା ରାଜ୍ୟ ସରକାର କୁଚିଣ୍ଡାରେ ଏ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ କୌଣସି ବୈଷୟିକ ତାଲିମ କେନ୍ଦ୍ରଟିଏ ମଧ୍ୟ ଖୋଲି ନାହାନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁ ନ ଥିବା ବେଳେ ସଂଗଠନ ସମ୍ପାଦକ କୁଚିଣ୍ଡା ବିକାଶ କଥା କହିବା ହାସ୍ୟାସ୍ପଦ ଏବଂ ଏହା ଲୋକଙ୍କୁ ଭୁଆଁ ବୁଲାଇବା ଛଡା କିଛି ନୁହେଁ ବୋଲି ସେ କହିଛନ୍ତି। ଜାତୀୟ ରାଜପଥ ୫୫ ଉପରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ନାଏକ କହିଛନ୍ତି ଯେ,ଏଥିପାଇଁ ଜମି ଅଧିଗ୍ରହଣ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ରାଜ୍ୟ ସରକାର ଜାଣିଶୁଣି କେନ୍ଦ୍ର ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟ ରଖି ଜମି ଅଧିଗ୍ରହଣ ଉପରେ ପଦକ୍ଷେପ ନେଉ ନ ଥିବା ଓଲଟା ଅଭିଯୋଗ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଭାଜପା ଜିଲା ସାଧାରଣ ସମ୍ପାଦକ ଶୁଶିଳ କର ଓ ନଗର ସଭାପତି କାହ୍ନୁଚରଣ ନାୟକ ଉପସ୍ଥିତ ଥିଲେ।

The post ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ appeared first on Dharitri Odia News.