ପ୍ରବଳ ବର୍ଷାରେ ଉଛୁଳିଲା ନାଳ: ଜୀବନକୁ ବାଜି ଲଗାଇ ନାଳ ପାରିହେଉଛନ୍ତି ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୨୬ା୭(ଦୁର୍ଗା କୀର୍ତ୍ତି):ବର୍ଷାଦିନେ ପାଠ ପଢ଼ିବା ପାଇଁ ଜୀବନକୁ ବାଜି ଲଗାଇ ଛାତ୍ରୀଛାତ୍ରଙ୍କୁ ନାଳ ପାରିହେବାକୁ ପଡୁଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ। ବ୍ଲକ୍‌ର ବଡଛତ୍ରଙ୍ଗ ଓ ବିରିକୋଟ ପଞ୍ଚାୟତକୁ ସଂଯୋଗ କରୁଥିବା ବଡଛତ୍ରଙ୍ଗ-ବଲଙ୍ଗି ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି ଛଚାନଗାଡ଼ ନାଳ। ବର୍ଷାଦିନେ ଏହି ନାଳ ସ୍କୁଲ, କଲେଜ ଛାତ୍ରୀଛାତ୍ର ତଥା ଅଞ୍ଚଳବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଗତ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁ ଏହି […] The post ପ୍ରବଳ ବର୍ଷାରେ ଉଛୁଳିଲା ନାଳ: ଜୀବନକୁ ବାଜି ଲଗାଇ ନାଳ ପାରିହେଉଛନ୍ତି ଛାତ୍ରୀଛାତ୍ର appeared first on Dharitri Odia News.

ପ୍ରବଳ ବର୍ଷାରେ ଉଛୁଳିଲା ନାଳ: ଜୀବନକୁ ବାଜି ଲଗାଇ ନାଳ ପାରିହେଉଛନ୍ତି ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୨୬ା୭(ଦୁର୍ଗା କୀର୍ତ୍ତି):ବର୍ଷାଦିନେ ପାଠ ପଢ଼ିବା ପାଇଁ ଜୀବନକୁ ବାଜି ଲଗାଇ ଛାତ୍ରୀଛାତ୍ରଙ୍କୁ ନାଳ ପାରିହେବାକୁ ପଡୁଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ। ବ୍ଲକ୍‌ର ବଡଛତ୍ରଙ୍ଗ ଓ ବିରିକୋଟ ପଞ୍ଚାୟତକୁ ସଂଯୋଗ କରୁଥିବା ବଡଛତ୍ରଙ୍ଗ-ବଲଙ୍ଗି ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି ଛଚାନଗାଡ଼ ନାଳ। ବର୍ଷାଦିନେ ଏହି ନାଳ ସ୍କୁଲ, କଲେଜ ଛାତ୍ରୀଛାତ୍ର ତଥା ଅଞ୍ଚଳବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଗତ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁ ଏହି ନାଳ ଉପରେ ଥିବା ଛୋଟ ପୋଲଟି ବୁଡ଼ିଯାଇଥିଲା। ଫଳରେ ପିଲାମାନେ ଜୀବନକୁ ବାଜି ଲଗାଇ ଉଛୁଳା ପାଣି ଭିତରେ ପଶି ନାଳ ପାରିହୋଇଥିଲେ। ସୂଚନାଯୋଗ୍ୟ, ବଡଛତ୍ରଙ୍ଗ ଉଚ୍ଚ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ବଲଙ୍ଗି ସମେତ ବିରିକୋଟ, ସୁକସାନ ଗ୍ରାମର ଛାତ୍ରୀଛାତ୍ର ଯାଇଥାନ୍ତି। ହେଲେ ପ୍ରବଳ ବର୍ଷା ଫଳରେ ଏହି ନାଳରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ବଲଙ୍ଗିଠାରୁ ବଡଛତ୍ରଙ୍ଗ ସ୍କୁଲ ଯିବା ରାସ୍ତାରେ ଥିବା ଏହି ନାଳର ପୋଲ ଉପରେ ପାଣି ପ୍ରବାହିତ ହୋଇ ରାସ୍ତା ଅବରୋଧ କରିଥିଲା। ସ୍ଥାନୀୟ ସ୍କୁଲର ଜଣେ ଶିକ୍ଷକଙ୍କ ହାତ ଧରି ଛାତ୍ରୀଛାତ୍ର ନାଳ ପାରି ହୋଇ ବିଦ୍ୟାଳୟ ଯାଇଥିଲେ। ଏମିତି କି ଅଞ୍ଚଳବାସୀ ମଧ୍ୟ ଅନେକ ସମୟରେ ବାଇକ୍‌ କିମ୍ବା ସାଇକେଲକୁ କାନ୍ଧରେ ବୋହି କିମ୍ବା ଲୋକଙ୍କ ସହାୟତାରେ ନାଳ ପାରକରନ୍ତି। ଏହି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ବଲଙ୍ଗି, ବିରିକୋଟ, ସୁକ୍ସାନ, ବୋଢେଶ, ମୂତାଚୁଆଁ, ସେମେଲପଦର, ତୁମୁନିଖୋଲ, ଘୁମେର, କେନ୍ଦୁପଡ଼ା, ତେନ୍ତୁଳିପଡ଼ା, ଦାବରିଗୁଡ଼ା ଆଦି ଗ୍ରାମର ଲୋକଙ୍କ ପାଇଁ ବିଭିନ୍ନ ସମୟରେ ବିପଦ ସୃଷ୍ଟି କରିଥାଏ। ଛୋଟବଡ଼ ଦୁର୍ଘଟଣା ଘଟିଥିବା ମଧ୍ୟ ନଜିର ରହିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ରାସ୍ତାର ଉନ୍ନତୀକରଣ ସହ ନାଳ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସେ ସ୍ଥାନକୁ ଯାଇ ଯାଞ୍ଚ କରି ବିଭାଗୀୟ ଅଧିକାରୀଙ୍କ କଥା ହୋଇ କ’ଣ ହୋଇପାରିବ ସେ ନେଇ ବ୍ୟବସ୍ଥା କରିବୁ ବୋଲି କହିଥିଲେ।

The post ପ୍ରବଳ ବର୍ଷାରେ ଉଛୁଳିଲା ନାଳ: ଜୀବନକୁ ବାଜି ଲଗାଇ ନାଳ ପାରିହେଉଛନ୍ତି ଛାତ୍ରୀଛାତ୍ର appeared first on Dharitri Odia News.