ବଙ୍ଗାଲରେ TMC ନେତାଙ୍କୁ ଗୁଳି କରି ହତ୍ୟା, ISFକୁ ଦାୟୀ କଲେ ବିଧାୟକ
କୋଲକାତା: ପଶ୍ଚିମବଙ୍ଗରେ ଦଳୀୟ ନେତାଙ୍କ ଉପରେ ଆକ୍ରମଣ ଖବର ସାଧାରଣ ହୋଇଯାଇଛି। ପ୍ରତିଦିନ ଏପରି ମାମଲା ସାମ୍ନାକୁ ଆସୁଛି। ଗୁରୁବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ଭାଙ୍ଗର ଅଞ୍ଚଳରେ ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ରଜ୍ଜାକ ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର କହିବା ଅନୁଯାୟୀ, ଆକ୍ରମଣରେ ରଜ୍ଜାକ ଖାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, […]

କୋଲକାତା: ପଶ୍ଚିମବଙ୍ଗରେ ଦଳୀୟ ନେତାଙ୍କ ଉପରେ ଆକ୍ରମଣ ଖବର ସାଧାରଣ ହୋଇଯାଇଛି। ପ୍ରତିଦିନ ଏପରି ମାମଲା ସାମ୍ନାକୁ ଆସୁଛି। ଗୁରୁବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ଭାଙ୍ଗର ଅଞ୍ଚଳରେ ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ରଜ୍ଜାକ ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର କହିବା ଅନୁଯାୟୀ, ଆକ୍ରମଣରେ ରଜ୍ଜାକ ଖାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଏହି ଆକ୍ରମଣ ବ୍ୟକ୍ତିଗତ ଶତ୍ରୁତା କିମ୍ବା ରାଜନୈତିକ ହିଂସାର ପରିଣାମ ବୋଲି କୁହାଯାଉଛି। ତଥାପି, ଟିଏମସି ନେତାଙ୍କ ହତ୍ୟା ପରେ ଉତ୍ତେଜନା ଲାଗିରହିଛି ।
ସୂଚନାମୁତାବକ, ଗୁରୁବାର ସନ୍ଧ୍ୟାରେ ଭାଙ୍ଗରର ଚଲତ ବେରିଆରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ରାସ୍ତା ମଝିରେ ଗୁଳି ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ସେ ତୁରନ୍ତ ରାସ୍ତାରେ ପଡ଼ିଯାଇଥିଲେ।
ବିଧାୟକ ଶୌକତ ମୁଲ୍ଲା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଗୁଳି କରିବା ବ୍ୟତୀତ ତାଙ୍କୁ ନିର୍ମମ ଭାବରେ ମାଡ଼ ମଧ୍ୟ ଦିଆଯାଇଥିଲା। ଏନେଇ ସେ ଆଇଏସଏଫ ଉପରକୁ ଆଙ୍ଗୁଠି ଉଠାଇଛନ୍ତି। ତେବେ ଏହି ହତ୍ୟାକାଣ୍ଡରେ ଆଇଏସଏଫ ସମ୍ପୃକ୍ତ ବୋଲି ସେ ସିଧାସଳଖ କହିଛନ୍ତି ।