ବଜରଙ୍ଗ ପୁନିଆଙ୍କୁ ନିଲମ୍ବନ କଲା ବିଶ୍ୱ ରେସ୍‌ଲିଂ ସଂଘ

ନୂଆଦିଲ୍ଲୀ: ଡୋପ୍‌ ଟେଷ୍ଟ ଦେବାକୁ ମନା କରିବାରୁ ଭାରତୀୟ ରେସଲର ତଥା ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ନିଲମ୍ବନ କରାଯାଇଛି। ବିଶ୍ୱ ସ୍ତରରେ କୁସ୍ତି ଖେଳ ପରିଚାଳନା କରୁଥିବା ବିଶ୍ୱ ରେସଲିଂ ଫେଡେରେସନ୍ (UWW) ତାଙ୍କୁ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରିଛି।ଏହାପୂର୍ବରୁ ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଏପ୍ରିଲ ୨୩ ତାରିଖରେ ବଜରଙ୍ଗଙ୍କୁ ସେ ରହୁଥିବା ସ୍ଥାନର ନିୟମ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରିଥିଲା। ନାଡାର ନିଲମ୍ବନ ସତ୍ତ୍ୱେ ବି ଭାରତୀୟ ଖେଳ ପ୍ରାଧିକରଣ(ସାଇ) ବଜରଙ୍ଗକୁ ଟ୍ରେନିଂ ଦେବାକୁ ବିଦେଶ ପଠାଇବା ପାଇଁ ୯ ଲକ୍ଷ ଟଙ୍କାର ସ୍ୱୀକୃତି ଦେଇଥିଲା। ନାଡା ନିଲମ୍ବିତ ନିର୍ଦ୍ଦେଶ ମିଳିବା ପରେ ପିଟିଆଇକୁ ପ୍ରତିକ୍ରିୟା ଦେଇ ଏହାକୁ ବିରୋଧ କରିଛନ୍ତି ବଜରଙ୍ଗ ପୁନିଆ। ସେ କହିଛନ୍ତି ଯେ ଡୋପ୍ ଟେଷ୍ଟ ପାଇଁ ମୁଁ ମନା କରି ନାହିଁ। ହେଲେ ସାମ୍ପଲ ଟେଷ୍ଟ ପାଇଁ ଅଣାଯାଇଥିବା କିଟ୍‌ର ଏକ୍ସପାୟର ଡେଟ୍ ଚାଲିଯାଇଥିବାରୁ ମୁଁ ଏଥିପାଇଁ ପ୍ରଶ୍ନ ଉଠାଇଥିଲି। କାହିଁକି କିଟ୍‌ଗୁଡ଼ିକର ଏକ୍ସପାୟାରି ଡେଟ୍ ଯାଇଛି ବୋଲି ପ୍ରଶ୍ନ କରିଥିଲି ବୋଲି ପୁନିଆ କହିଛନ୍ତି। ତେବେ ନାଡା ନିଲମ୍ବନକୁ ତାଙ୍କ ଓକିଲ ଜବାବ ଦେବେ ବୋଲି ବଜରଙ୍ଗ କହିଥିବା ବେଳେ UWW ନିଲମ୍ବିତ ସମ୍ପର୍କରେ ତାଙ୍କୁ ଜଣା ନାହିଁ ବୋଲି ସେ କହିଛନ୍ତି। ତେବେ ନାଡାର ନିଲମ୍ବନକୁ ସାଇ କିଭଳି ସ୍ୱୀକୃତି ଦେଲା ତାହା ଚିନ୍ତା ଜନକ ବୋଲ

ବଜରଙ୍ଗ ପୁନିଆଙ୍କୁ ନିଲମ୍ବନ କଲା ବିଶ୍ୱ ରେସ୍‌ଲିଂ ସଂଘ

ନୂଆଦିଲ୍ଲୀ: ଡୋପ୍‌ ଟେଷ୍ଟ ଦେବାକୁ ମନା କରିବାରୁ ଭାରତୀୟ ରେସଲର ତଥା ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ନିଲମ୍ବନ କରାଯାଇଛି। ବିଶ୍ୱ ସ୍ତରରେ କୁସ୍ତି ଖେଳ ପରିଚାଳନା କରୁଥିବା ବିଶ୍ୱ ରେସଲିଂ ଫେଡେରେସନ୍ (UWW) ତାଙ୍କୁ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରିଛି।

ଏହାପୂର୍ବରୁ ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଏପ୍ରିଲ ୨୩ ତାରିଖରେ ବଜରଙ୍ଗଙ୍କୁ ସେ ରହୁଥିବା ସ୍ଥାନର ନିୟମ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରିଥିଲା। ନାଡାର ନିଲମ୍ବନ ସତ୍ତ୍ୱେ ବି ଭାରତୀୟ ଖେଳ ପ୍ରାଧିକରଣ(ସାଇ) ବଜରଙ୍ଗକୁ ଟ୍ରେନିଂ ଦେବାକୁ ବିଦେଶ ପଠାଇବା ପାଇଁ ୯ ଲକ୍ଷ ଟଙ୍କାର ସ୍ୱୀକୃତି ଦେଇଥିଲା। 

ନାଡା ନିଲମ୍ବିତ ନିର୍ଦ୍ଦେଶ ମିଳିବା ପରେ ପିଟିଆଇକୁ ପ୍ରତିକ୍ରିୟା ଦେଇ ଏହାକୁ ବିରୋଧ କରିଛନ୍ତି ବଜରଙ୍ଗ ପୁନିଆ। ସେ କହିଛନ୍ତି ଯେ ଡୋପ୍ ଟେଷ୍ଟ ପାଇଁ ମୁଁ ମନା କରି ନାହିଁ। ହେଲେ ସାମ୍ପଲ ଟେଷ୍ଟ ପାଇଁ ଅଣାଯାଇଥିବା କିଟ୍‌ର ଏକ୍ସପାୟର ଡେଟ୍ ଚାଲିଯାଇଥିବାରୁ ମୁଁ ଏଥିପାଇଁ ପ୍ରଶ୍ନ ଉଠାଇଥିଲି। କାହିଁକି କିଟ୍‌ଗୁଡ଼ିକର ଏକ୍ସପାୟାରି ଡେଟ୍ ଯାଇଛି ବୋଲି ପ୍ରଶ୍ନ କରିଥିଲି ବୋଲି ପୁନିଆ କହିଛନ୍ତି। 
ତେବେ ନାଡା ନିଲମ୍ବନକୁ ତାଙ୍କ ଓକିଲ ଜବାବ ଦେବେ ବୋଲି ବଜରଙ୍ଗ କହିଥିବା ବେଳେ UWW ନିଲମ୍ବିତ ସମ୍ପର୍କରେ ତାଙ୍କୁ ଜଣା ନାହିଁ ବୋଲି ସେ କହିଛନ୍ତି। ତେବେ ନାଡାର ନିଲମ୍ବନକୁ ସାଇ କିଭଳି ସ୍ୱୀକୃତି ଦେଲା ତାହା ଚିନ୍ତା ଜନକ ବୋଲି ସେ ପ୍ରଶ୍ନ କରିବା ସହ ସେ ବର୍ତ୍ତମାନ ନିଜ ଯୋଜନା ବନ୍ଦ କରିଛନ୍ତି। ସେ ଟ୍ରେନିଂ ପାଇଁ ଯିବେ ନାହିଁ ବୋଲି ବଜରଙ୍ଗ ପୁନିଆଁ କହିଛନ୍ତି।