ବଡ ଖବର: ରାଜ୍ୟରେ ବଜ୍ରାଘାତ ନେଲା ୮ ଜୀବନ...
ଆଜି ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।
ବର୍ତ୍ତମାନ ସମୟର ବଡ ଖବର। ରାଜ୍ୟରେ ବଜ୍ରାଘାତ ନେଲା ୮ ଜୀବନ। ଆଜି ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର ଓ ଢେଙ୍କାନାଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି।
ମୟୂରଭଞ୍ଜ ବୈଶିଙ୍ଗା ଥାନା ସିଙ୍ଗାରାପୁରାରେ ବିଲରେ କାମ କରୁଥିବା ବେଳେ ପ୍ରାଣ ହରାଇଛନ୍ତି ଦମ୍ପତି। ସେହିପରି ଭଦ୍ରକ ଆଗରପଡ଼ା ଥାନା ସାହୁପଡ଼ାରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭଦ୍ରକ ଆଗରପଡ଼ା ଥାନା ସାହୁପଡ଼ାର ଅମର ସେଠୀ।
ଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହେବାରୁ ସେ ସେଠାରେ ହିଁ ଟଳିପଡିଥିଲେ। ବଜ୍ରାଘାତରେ ଜଣେ ଗୁରୁତର ବି ହୋଇଛନ୍ତି। ସେହିପରି ତେଲକୋଇ ଗୁଡ଼ିକଂସରେ ବଜ୍ରାଘାତରେ ୨ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି।
ସେପଟେ ଉତ୍ତର ବଙ୍ଗୋପସାଗର ଓ ଆଖପାଖରେ ଲଘୁଚାପ ସକ୍ରିୟ ରହିଛି। ପରବର୍ତ୍ତୀ ଦୁଇ ଦିନରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ୱେଲମାର୍କଡ ଲୋ ପ୍ରେସରର ରୂପ ନେଇ ବାଂଲାଦେଶ ଉପକୂଳ ମୁହାଁ ହେବ। ପରେ ଆଗାମୀ ୩ ଦିନରେ ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆରମ୍ଭ ହୋଇଯାଇଛି ବର୍ଷା।