ବାବୁଙ୍କ ଠେଙ୍ଗା ପ୍ରାହାର ଉପରେ ଜବାବ ରଖିଲେ ରାଣୀ ପ୍ରିୟଦର୍ଶିନୀ: ଖଣ୍ଡଗିରିରେ ମୁଁ ନାଚିବି.. ନାଚିବି.. ନାଚିବି…  

ଭୁବନେଶ୍ୱର,୩।୨: କାଲି ହେବାକୁ ଥିବା ଖଣ୍ଡଗିରି ମେଳାକୁ ନେଇ  ଜୋରସୋରରେ ଚାଲିଛି ପ୍ରସ୍ତୁତି । ଖଣ୍ଡଗିରିକୁ ସାଧୁସନ୍ଥ ମଧ୍ୟ ଆସୁଛନ୍ତି। ଅନ୍ୟପକ୍ଷେ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ । ଅଶ୍ଲୀଳ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ। ଏଥିପାଇଁ ଆଜି ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକଙ୍କ ନେତୃତ୍ବରେ ଶହେ ଠେଙ୍ଗା ପୂଜା […] The post ବାବୁଙ୍କ ଠେଙ୍ଗା ପ୍ରାହାର ଉପରେ ଜବାବ ରଖିଲେ ରାଣୀ ପ୍ରିୟଦର୍ଶିନୀ: ଖଣ୍ଡଗିରିରେ ମୁଁ ନାଚିବି.. ନାଚିବି.. ନାଚିବି…   appeared first on Dharitri Odia News.

ବାବୁଙ୍କ ଠେଙ୍ଗା ପ୍ରାହାର ଉପରେ ଜବାବ ରଖିଲେ ରାଣୀ ପ୍ରିୟଦର୍ଶିନୀ: ଖଣ୍ଡଗିରିରେ ମୁଁ ନାଚିବି.. ନାଚିବି.. ନାଚିବି…  
ଭୁବନେଶ୍ୱର,୩।୨: କାଲି ହେବାକୁ ଥିବା ଖଣ୍ଡଗିରି ମେଳାକୁ ନେଇ  ଜୋରସୋରରେ ଚାଲିଛି ପ୍ରସ୍ତୁତି । ଖଣ୍ଡଗିରିକୁ ସାଧୁସନ୍ଥ ମଧ୍ୟ ଆସୁଛନ୍ତି। ଅନ୍ୟପକ୍ଷେ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ ।
ଅଶ୍ଲୀଳ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ। ଏଥିପାଇଁ ଆଜି ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକଙ୍କ ନେତୃତ୍ବରେ ଶହେ ଠେଙ୍ଗା ପୂଜା କରାଯାଇଛି। କେବଳ ଖଣ୍ଡଗିରି ନୁହେଁ ସାରା ଓଡ଼ିଶାରେ ଯୁବକ ଯୁବତୀଙ୍କ ନେତୃତ୍ୱରେ ଏଭଳି ପଦକ୍ଷେପ ନିଆଯିବ । ଅଶ୍ଲୀଳ ପ୍ରଦର୍ଶନକାରୀଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ । ସେମାନଙ୍କ ସମେତ ଅନ୍ୟ ଯେଉଁମାନେ ଏଭଳି ଚେଷ୍ଟା କରିବେ ସଠିକ ଉତ୍ତର ପାଇବେ ବୋଲି କହିଛନ୍ତି ବିଧାୟକ ବାବୁ ସିଂ ।
ସେପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବିଏମ୍‌ସି କମିଶନର ଚେତାବନୀ ଦେଇଛନ୍ତି । ପରମ୍ପରା ଓ ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶଣ ପାଇଁ ସେ କହିଛନ୍ତି । ସବୁ ଯାତ୍ରା କମିଟି ଏନେଇ ଅବଗତ ରହିଛନ୍ତି । ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ହବ ବୋଲି ବିଏମସି କମିଶନର କହିଛନ୍ତି । ଏହା ସହ ଖଣ୍ଡଗିରିରେ ପରିମଳ ବ୍ୟବସ୍ଥା, ସ୍ଥାୟୀ ଆଲୋକୀକରଣ, ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।
ତେବେ ବାବୁଙ୍କ ଠେଙ୍ଗା ପ୍ରଦର୍ଶନୀକୁ ନେଇ ମୁହଁ ଖୋଲିଲେ ରାଣୀ ପ୍ରିୟଦର୍ଶିନୀ ସେ  କହଛନ୍ତି, ଖଣ୍ଡଗିରିରେ ମୁଁ ନାଚିବି.. ନାଚିବି.. ନାଚିବି… !
ସେ କହିଛନ୍ତି ଯେଉଁମାନେ ଅଶ୍ଲୀଳତା କରୁଛନ୍ତି ସେମାନଙ୍କୁ ଠେଙ୍ଗାପାହାର। ଯେଉଁମାନେ ନିଜ ପେଟପାଟଣା ପାଇଁ ଆଇଟମ୍‌ ଡ୍ୟାନ୍‌ କରୁଛନ୍ତି ସେମାନଙ୍କୁ ନୁହେଁ। ଯଦି କହୁଛନ୍ତି ଖଣ୍ଡଗିରିକୁ ସାଧୁ, ସନ୍ଥ ଆସୁଛନ୍ତି ଆଧ୍ୟାତ୍ମକ ବାତାବରଣ ପାଇଁ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଯାତ୍ରାପାର୍ଟି କ’ଣ  କରୁଛି। ଯଦ ବନ୍ଦ ହେବାକଥା ସବୁ ବନ୍ଦକରାଯାଉ। ଯଦି ଏସବୁ ବନ୍ଦ ହେବନି ରାଣୀ  ପିୟଦର୍ଶିନୀଙ୍କୁ କେହି ଅଟକଇ ପାରିବେନି ଡ୍ରେସ୍‌ ପିନ୍ଧି ସାଲୁଆର ପିନ୍ଧି ମଞ୍ଚରେ ହେଉ ମଞ୍ଚ ବାହାରେ ହେଉ ଣ୍ଡଗିରିରେ ମୁଁ ନାଚିବି, ନାଚିବ, ନାଚିବି।

The post ବାବୁଙ୍କ ଠେଙ୍ଗା ପ୍ରାହାର ଉପରେ ଜବାବ ରଖିଲେ ରାଣୀ ପ୍ରିୟଦର୍ଶିନୀ: ଖଣ୍ଡଗିରିରେ ମୁଁ ନାଚିବି.. ନାଚିବି.. ନାଚିବି…   appeared first on Dharitri Odia News.