ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ: ଧରାପଡ଼ିଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

ବାଲିଗୁଡା,୧୪।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ଏଥିସହ ଅବକାରୀ ବିଭାଗ ଏକ କାର(ନଂ.ଏମ୍‌ପି୧୯-ଜେଡଡି୨୭୧୫) ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢାଉ ବେଳେ କର୍ମଚାରୀମାନେ କାରକୁ ପିଛା କରି ଲଣ୍ଡାଗାଁ ଛକରେ ଧରିଥିଲେ। ଗାଡି ଯାଞ୍ଚ ବେଳେ କାର୍‌ ଭିତରୁ ୫୦କେଜି ଗଞ୍ଜେଇ ଜବତ କରିବା ସହିତ […] The post ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ: ଧରାପଡ଼ିଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ appeared first on Dharitri Odia News.

ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ: ଧରାପଡ଼ିଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

ବାଲିଗୁଡା,୧୪।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ଏଥିସହ ଅବକାରୀ ବିଭାଗ ଏକ କାର(ନଂ.ଏମ୍‌ପି୧୯-ଜେଡଡି୨୭୧୫) ଜବତ କରିଛି।

ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢାଉ ବେଳେ କର୍ମଚାରୀମାନେ କାରକୁ ପିଛା କରି ଲଣ୍ଡାଗାଁ ଛକରେ ଧରିଥିଲେ।
ଗାଡି ଯାଞ୍ଚ ବେଳେ କାର୍‌ ଭିତରୁ ୫୦କେଜି ଗଞ୍ଜେଇ ଜବତ କରିବା ସହିତ ୩ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ସୋନି(୩୨)। ତାଙ୍କ ଘର ଛତିଶଗଡ଼ ରାଜ୍ୟର ବିଳାସପୁର ଅଞ୍ଚଳରେ। ରବି ରାଜ ସିଂ (୨୪) ଘର ମଧ୍ୟପ୍ରଦେଶ ସନ୍ତା ଜିଲାର ମାଧାଗ୍ରାମ ଓ ସନ୍ଦୀପ ସିଂ ବେଘାଲ ମଧ୍ୟପ୍ରଦେଶ ସନ୍ତା ଜିଲାର ଶୁକ୍ଲ ବର୍ଘାଧ ଗ୍ରାମର ବୋଲି ଜଣାପଡ଼ିଛି ।

ବାଲିଗୁଡା ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧିକାରୀ ସୁମିତ୍ରା ଦଳେଇ ସୂଚନା ଦେଇଛନ୍ତି । କନ୍ଧମାଳ ଅବକାରୀ ବିଭାଗ ଏସ୍‌ପି ଝସକେତନ ବାରିଆଙ୍କ ନିର୍ଦ୍ଦେଶରେ ବାଲିଗୁଡା ଅବକାରୀ ବିଭାଗର ଏଏସ୍‌ଆଇ ଜିମୁତା ବେହେରା ଦଳେଇ, ଏଏସ୍‌ଆଇ ରାଧାକୃଷ୍ଣ ସାହୁ, ଏଏସ୍‌ଆଇ ପ୍ରଦୀପ କୁମାର ମଳିକ ଏବଂ କନେଷ୍ଟବଳ ଜ୍ଞାନ ପ୍ରସାଦ ସାହୁ ଓ ସଂଜୀବ ଭୁକ୍ତା ପ୍ରମୁଖ ସାମିଲ ଥିଲେ ।

The post ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ: ଧରାପଡ଼ିଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ appeared first on Dharitri Odia News.