ବିଜେଡି ଛାଡ଼ିବା ପରେ ଏମିତି କହିଲେ ବିମ୍ବାଧର କୁଅଁର

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ସୋମବାର ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ବିଜେଡି ଛାଡ଼ି ପୁଣି ଭାଜପାକୁ ଫେରିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ମେଲ୍‌ ଯୋଗେ ନିଜ ଇସ୍ତଫାପତ୍ର ପଠାଇ ଦେଇଥିବା କହିଛନ୍ତି । ଅନ୍ୟପଟେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଦଳର ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଆଜି ପଦ୍ମ ଧରିଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁ ସେ ବିଜେଡି […] The post ବିଜେଡି ଛାଡ଼ିବା ପରେ ଏମିତି କହିଲେ ବିମ୍ବାଧର କୁଅଁର appeared first on Dharitri Odia News.

ବିଜେଡି ଛାଡ଼ିବା ପରେ ଏମିତି କହିଲେ ବିମ୍ବାଧର କୁଅଁର

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ସୋମବାର ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ବିଜେଡି ଛାଡ଼ି ପୁଣି ଭାଜପାକୁ ଫେରିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ମେଲ୍‌ ଯୋଗେ ନିଜ ଇସ୍ତଫାପତ୍ର ପଠାଇ ଦେଇଥିବା କହିଛନ୍ତି । ଅନ୍ୟପଟେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଦଳର ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଆଜି ପଦ୍ମ ଧରିଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁ ସେ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ କରିଥିବା କହିଛନ୍ତି। ତେବେ ସାଧାରଣ ନିର୍ବାଚନ ସମୟରେ ତାଙ୍କ ଘରବାହୁଡ଼ା ବରଗଡ଼ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଉଲ୍ଳେଖଯୋଗ୍ୟ, କୁଅଁର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ୧୯୭୭ ନିର୍ବାଚନରେ ଜନତା ଦଳରୁ ନିର୍ବାଚିତ ହୋଇଥିବାବେଳେ ୨୦୦୦ ନିର୍ବାଚନରେ ଏହି ଆସନରେ ଭାଜପାରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ।

ସେହିପରି ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ସରକାର ଚାଲିଥିବାବେଳେ ସେ ୨୦୦୪ ନିର୍ବାଚନରେ ପୁଣି ବିଧାୟକ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଶ୍ରମ ଓ ନିଯୁକ୍ତି ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ। ତେବେ ୨୦୧୪ରେ କୁଅଁର ଭାଜପା ଛାଡ଼ି ବିଜେଡିରେ ମିଶିଥିଲେ। ଏହାପରେ ବିଜେଡି ତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଛାଡ଼ି ନ ଥିବାବେଳେ ଦଳର ରାଜ୍ୟ ଉପସଭାପତି(ସିନିଅର ଗ୍ରୁପ୍‌) ପଦବୀରେ ରହିଥିଲେ।

The post ବିଜେଡି ଛାଡ଼ିବା ପରେ ଏମିତି କହିଲେ ବିମ୍ବାଧର କୁଅଁର appeared first on Dharitri Odia News.