ବିପକ୍ଷ ବ୍ୟାଟ୍ସମ୍ୟାନ୍ଙ୍କ ବ୍ୟାଟ୍ ଛଡାଇଲେ ଚହଲ, ତା’ପରେ ଘଟିଲା ଏମିତି: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୦।୪: ଆଇପିଏଲ ୨୦୨୪ର ୨୪ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଅଭ୍ୟାସ ସେଶନର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ୟୁଜବେନ୍ଦ୍ର ଚହଲ ଜିଟି ପ୍ଲେୟାର ସହିତ ଅଜବ କାର୍ଯ୍ୟ କରୁଥିବା ଦେଖାଯାଉଛି। ଏହା ପରେ ଜିଟି ପ୍ଲେୟାର ୟୁଜବେନ୍ଦ୍ରଙ୍କ କେଶ ଧରିଥିଲେ। ଭିଡିଓରେ ଦେଖାଯାଏ ମୋହିତ ଶର୍ମା, ସନ୍ଦୀପ ଶର୍ମା ଏବଂ ରାହୁଲ ତେୱଟିଆ ନିଜ ମଧ୍ୟରେ କଥାବାର୍ତ୍ତା ହେଉଥିଲେ। ଏହା ପରେ ୟୁଜବେନ୍ଦ୍ର ଚହଲ […] The post ବିପକ୍ଷ ବ୍ୟାଟ୍ସମ୍ୟାନ୍ଙ୍କ ବ୍ୟାଟ୍ ଛଡାଇଲେ ଚହଲ, ତା’ପରେ ଘଟିଲା ଏମିତି: ଦେଖନ୍ତୁ ଭିଡିଓ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୪: ଆଇପିଏଲ ୨୦୨୪ର ୨୪ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଅଭ୍ୟାସ ସେଶନର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ୟୁଜବେନ୍ଦ୍ର ଚହଲ ଜିଟି ପ୍ଲେୟାର ସହିତ ଅଜବ କାର୍ଯ୍ୟ କରୁଥିବା ଦେଖାଯାଉଛି। ଏହା ପରେ ଜିଟି ପ୍ଲେୟାର ୟୁଜବେନ୍ଦ୍ରଙ୍କ କେଶ ଧରିଥିଲେ।
ଭିଡିଓରେ ଦେଖାଯାଏ ମୋହିତ ଶର୍ମା, ସନ୍ଦୀପ ଶର୍ମା ଏବଂ ରାହୁଲ ତେୱଟିଆ ନିଜ ମଧ୍ୟରେ କଥାବାର୍ତ୍ତା ହେଉଥିଲେ। ଏହା ପରେ ୟୁଜବେନ୍ଦ୍ର ଚହଲ ପ୍ରବେଶ କରନ୍ତ। ଚହଲ ପହଞ୍ଚିବା ମାତ୍ରେ ସେ ରାହୁଲଙ୍କ ବ୍ୟାଗ୍ରୁ ବ୍ୟାଟ ବାହାର କରି ବ୍ୟାଟିଂ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟରେ ରାହୁଲ ବିରକ୍ତ ହୁଅନ୍ତି। ଏହା ପରେ ରାହୁଲ ଚହଲଙ୍କ କେଶ ଧରିଛନ୍ତି। ତା’ପରେ ସେଠାରେ ଥିବା ସମସ୍ତେ ହସିବା ଆରମ୍ଭ କରନ୍ତି।
ଏହା ଏକ ମଜାଦାର ଭିଡିଓ, ଯାହା ଗୁଜୁରାଟ ଟାଇଟାନ୍ସର ସୋସିଆଲ ମିଡିଆ ପେଜ୍ରେ ଶେୟାର କରାଯାଇଛି।
— Gujarat Titans (@gujarat_titans) April 9, 2024
The post ବିପକ୍ଷ ବ୍ୟାଟ୍ସମ୍ୟାନ୍ଙ୍କ ବ୍ୟାଟ୍ ଛଡାଇଲେ ଚହଲ, ତା’ପରେ ଘଟିଲା ଏମିତି: ଦେଖନ୍ତୁ ଭିଡିଓ appeared first on Dharitri Odia News.