ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ମାମଲା ରୁଜୁ

ସମାଜ ଡିଜିଟାଲ ଡେସ୍କ: କ୍ରିକେଟର ବିରାଟ କୋହଲିଙ୍କ ବାଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ସୂଚନା ଅନୁସାରେ କ୍ୟୁବନ୍‍ ପାର୍କ ପୁଲିସ କୋଟପା ଅଧିନିୟମ (ତମାଖୁ ଉତ୍ପାଦ ଆଇନ, ୨୦୦୩) ଉଲ୍ଲଘଂନକୁ ଦୃଷ୍ଟିରେ ରଖି ଧାରା ୪ ଏବଂ ୨୧ ଅନୁଯାୟୀ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ପବ୍‍ ୱାନ୍‍ ୮ କମ୍ୟୁନ୍‍ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲାଟି ରେଷ୍ଟୁରାଣ୍ଟରେ ଥିବା ଧୂମପାନ ନିଷେଧ ସହିତ ଜଡିତ । ୱାନ୍‍ […]

ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ମାମଲା ରୁଜୁ

ସମାଜ ଡିଜିଟାଲ ଡେସ୍କ: କ୍ରିକେଟର ବିରାଟ କୋହଲିଙ୍କ ବାଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ସୂଚନା ଅନୁସାରେ କ୍ୟୁବନ୍‍ ପାର୍କ ପୁଲିସ କୋଟପା ଅଧିନିୟମ (ତମାଖୁ ଉତ୍ପାଦ ଆଇନ, ୨୦୦୩) ଉଲ୍ଲଘଂନକୁ ଦୃଷ୍ଟିରେ ରଖି ଧାରା ୪ ଏବଂ ୨୧ ଅନୁଯାୟୀ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ପବ୍‍ ୱାନ୍‍ ୮ କମ୍ୟୁନ୍‍ ବିରୋଧରେ ମାମଲା ରୁଜୁ ହୋଇଛି ।

ଏହି ମାମଲାଟି ରେଷ୍ଟୁରାଣ୍ଟରେ ଥିବା ଧୂମପାନ ନିଷେଧ ସହିତ ଜଡିତ । ୱାନ୍‍ ୮ କମ୍ୟୁନ୍‍ ରେଷ୍ଟୁରାଣ୍ଟରୁ କ୍ୟୁବନ୍‍ ପାର୍କ ପୁଲିସ ଷ୍ଟେସନର ଦୂରତା ମାତ୍ର ୨୦୦ମିଟର । ପୁଲିସ ରେଷ୍ଟୁରାଣ୍ଟରେ ପହଞ୍ଚି ଯାଞ୍ଚ କରିବା ସହ ସମ୍ବେଦନଶୀଳତା ଦର୍ଶାଇ ତୁରନ୍ତ ମାମଲା ରୁଜୁ କରିଥିଲା । ଧୂମ୍ରପାନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ନିୟମ ଅନୁସାରେ ଉଚିତ ବ୍ୟବସ୍ଥା କରାଯାଇନଥିବାରୁ ରେଷ୍ଟୁରାଣ୍ଟର ପରିଚାଳନ ଏବଂ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।