ବିସ୍ଫୋରଣ ପ୍ଲାନ୍‌ ଫେଲ୍‌ ! ISIS ଆତଙ୍କବାଦୀ ଲିଙ୍କ୍‌ରେ ୪ ରାଜ୍ୟରୁ ୮ ଗିରଫ

ତାଙ୍କ ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। ପ୍ରାୟ ୧୯ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ ।

ବିସ୍ଫୋରଣ ପ୍ଲାନ୍‌ ଫେଲ୍‌ ! ISIS ଆତଙ୍କବାଦୀ ଲିଙ୍କ୍‌ରେ ୪ ରାଜ୍ୟରୁ ୮ ଗିରଫ

ISIS ଆତଙ୍କବାଦୀ ଲିଙ୍କରେ ୮ ଗିରଫ । ୪ଟି ରାଜ୍ୟର ବିଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ଏମାନେ ଦେଶର ବିଭିନ୍ନ ସ୍ଥାନରେ ଆଇଇଡି ବିସ୍ଫୋରଣ କରିବା ପାଇଁ ଯୋଜନା କରିଥିଲେ । ହେଲେ ତାଙ୍କ ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। ପ୍ରାୟ ୧୯ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ ।

ଏପଟେ ଓଡ଼ିଶାରୁ ଧରାପଡ଼ିଥିବା ସନ୍ଦିଗ୍ଧ ଆତଙ୍କୀ ବୁଖାରୀର ରିମାଣ୍ଡ ମାଗିଲା କ୍ରାଇମବ୍ରାଞ୍ଚ। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଯାଜପୁର ଚଣ୍ଡୀଖୋଲ JMFC ରେ ଆବେଦନ କରିଛି STF । କୋର୍ଟଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। କୋର୍ଟ ହଁ କହିଲେ, ବୁଖାରିକୁ ରିମାଣ୍ଡରେ ନେଇ ଘାଣ୍ଟିବ କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଦରକାର ପଡ଼ିଲେ ତଦନ୍ତ ଲାଗି NIA ଆସିପାରେ ବୋଲି STF ଏସ୍.ପି କହିଛନ୍ତି। ଏଥିସହ ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡିଶା ଆସିପାରନ୍ତିବୋଲି ସୂଚନା ମିଳିଛି। ପାକିସ୍ତାନ ISI ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି।

ଆଶଙ୍କା କରାଯାଉଛି,ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇଛି ଦେଶର ସମ୍ବେଦନଶୀଳ ତଥ୍ୟ। ସେପଟେ ବୁଖାରିର ସ୍ତ୍ରୀ ଏକ ପ୍ରାଇଭେଟ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ସ୍ବାମୀର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।