ବେଡ୍‌ , ଅକ୍ସିଜେନ ଓ ଔଷଧ ପ୍ରସ୍ତୁତ ରଖ : କରୋନା ନେଇ ହସ୍ପିଟାଲ ଗୁଡ଼ିକୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ : ଦେଶର ଅନେକ ସ୍ଥାନରେ ପୁଣି ଥରେ କରୋନା କାୟା ବିସ୍ତାର କଲାଣି। ଅନେକ ଲୋକଙ୍କ ଠାରେ କରୋନା ସଂକ୍ରମଣର ସ୍ପଷ୍ଟ ହୋଇଛି। ଦିଲ୍ଲୀ ନିକଟବର୍ତ୍ତୀ ଏନସିଆରରେ ମଧ୍ୟ କରୋନା ମାମଲା ସାମ୍ନାକୁ ଆସିଛି। ଏ ମଧ୍ୟରେ ଏବେ ଦିଲ୍ଲୀର ରେଖା ଗୁପ୍ତା ସରକାର ସତର୍କ ହୋଇଛନ୍ତି। କରୋନାର ମାମଲା ବୃଦ୍ଧିକୁ ଦେଖି ଦିଲ୍ଲୀ ସରକାର ଆଡଭାଇଜରୀ ଜାରି କରିଛନ୍ତି,ଯେଉଁଥିରେ ହସ୍ପିଟାଲ ଗୁଡ଼ିକରେ ବେଡ୍‌ , ଅକ୍ସିଜେନ , ଔଷଧ ଓ ଭାକ୍ସିନର ଉପଲବ୍ଧତା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହାସହ ସବୁ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଜିନୋମ ସିକ୍ୱେନ୍ସିଭ୍‌ ପାଇଁ ସବୁ ପଜିଟିଭ୍‌ କୋଭିଡ-୧୯ ସାମ୍ପଲ ଲୋକ ନାୟକ ହସ୍ପିଟାଲ ପଠାଇବାକୁ କୁହାଯାଇଛି।ଆଡଭାଇଜରୀରେ କୁହାଯାଇଛି ଯେ, ହସ୍ପିଟାଲକୁ ବେଡ୍ , ଅକ୍ସିଜେନ, ଆଣ୍ଟିବାୟୋଟିକ୍ସ, ଅନ୍ୟ ଔଷଧ ଓ ଭାକ୍ସିନର ଉପଲବ୍ଧତା ମାମଲାରେ ପ୍ରସ୍ତୁତି ସୁନିଶ୍ଚିତ କରିବା ଆବଶ୍ୟକ। ଭେଣ୍ଟିଲେଟର, ବାଇ-ବିଏପି , ଅକ୍ସିଜେନ କନ୍ସଣ୍ଟ୍ରେଟର ଓ ପିଏସଏ ଭଳି ସବୁ ଉପକରଣ କାର୍ଯ୍ୟକ୍ଷମ ଅବସ୍ଥାରେ ରହିବା ଆବଶ୍ୟକ। ଏହା ବ୍ୟତୀତ ଦିଲ୍ଲୀ ରାଜ୍ୟ ସ୍ୱାସ୍ଥ୍ୟ ଡାଟା ପ୍ରବନ୍ଧନ ପୋର୍ଟଲରେ ସବୁ ମାପଦଣ୍ଡ ଗୁଡ଼ିକୁ ଦୈନିକ ରିପୋର୍ଟିଂ ମଧ୍ୟ କରାଯିବା ଉଚିତ୍‌। ଏହି ଆଡଭାଇଜରୀ ଏମିତି ସମୟରେ ଜାରି କରାଯାଇଛି , ଯେତେବେଳେ ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମ ଓ ଫରିଦାବାଦରେ କରୋନା ଭାଇରସ ସଂକ୍ରମଣର ୩ଟି ମାମଲା

ବେଡ୍‌ , ଅକ୍ସିଜେନ ଓ ଔଷଧ ପ୍ରସ୍ତୁତ ରଖ : କରୋନା ନେଇ ହସ୍ପିଟାଲ ଗୁଡ଼ିକୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ : ଦେଶର ଅନେକ ସ୍ଥାନରେ ପୁଣି ଥରେ କରୋନା କାୟା ବିସ୍ତାର କଲାଣି। ଅନେକ ଲୋକଙ୍କ ଠାରେ କରୋନା ସଂକ୍ରମଣର ସ୍ପଷ୍ଟ ହୋଇଛି। ଦିଲ୍ଲୀ ନିକଟବର୍ତ୍ତୀ ଏନସିଆରରେ ମଧ୍ୟ କରୋନା ମାମଲା ସାମ୍ନାକୁ ଆସିଛି। ଏ ମଧ୍ୟରେ ଏବେ ଦିଲ୍ଲୀର ରେଖା ଗୁପ୍ତା ସରକାର ସତର୍କ ହୋଇଛନ୍ତି। କରୋନାର ମାମଲା ବୃଦ୍ଧିକୁ ଦେଖି ଦିଲ୍ଲୀ ସରକାର ଆଡଭାଇଜରୀ ଜାରି କରିଛନ୍ତି,ଯେଉଁଥିରେ ହସ୍ପିଟାଲ ଗୁଡ଼ିକରେ ବେଡ୍‌ , ଅକ୍ସିଜେନ , ଔଷଧ ଓ ଭାକ୍ସିନର ଉପଲବ୍ଧତା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହାସହ ସବୁ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଜିନୋମ ସିକ୍ୱେନ୍ସିଭ୍‌ ପାଇଁ ସବୁ ପଜିଟିଭ୍‌ କୋଭିଡ-୧୯ ସାମ୍ପଲ ଲୋକ ନାୟକ ହସ୍ପିଟାଲ ପଠାଇବାକୁ କୁହାଯାଇଛି।

ଆଡଭାଇଜରୀରେ କୁହାଯାଇଛି ଯେ, ହସ୍ପିଟାଲକୁ ବେଡ୍ , ଅକ୍ସିଜେନ, ଆଣ୍ଟିବାୟୋଟିକ୍ସ, ଅନ୍ୟ ଔଷଧ ଓ ଭାକ୍ସିନର ଉପଲବ୍ଧତା ମାମଲାରେ ପ୍ରସ୍ତୁତି ସୁନିଶ୍ଚିତ କରିବା ଆବଶ୍ୟକ। ଭେଣ୍ଟିଲେଟର, ବାଇ-ବିଏପି , ଅକ୍ସିଜେନ କନ୍ସଣ୍ଟ୍ରେଟର ଓ ପିଏସଏ ଭଳି ସବୁ ଉପକରଣ କାର୍ଯ୍ୟକ୍ଷମ ଅବସ୍ଥାରେ ରହିବା ଆବଶ୍ୟକ। ଏହା ବ୍ୟତୀତ ଦିଲ୍ଲୀ ରାଜ୍ୟ ସ୍ୱାସ୍ଥ୍ୟ ଡାଟା ପ୍ରବନ୍ଧନ ପୋର୍ଟଲରେ ସବୁ ମାପଦଣ୍ଡ ଗୁଡ଼ିକୁ ଦୈନିକ ରିପୋର୍ଟିଂ ମଧ୍ୟ କରାଯିବା ଉଚିତ୍‌। 

ଏହି ଆଡଭାଇଜରୀ ଏମିତି ସମୟରେ ଜାରି କରାଯାଇଛି , ଯେତେବେଳେ ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମ ଓ ଫରିଦାବାଦରେ କରୋନା ଭାଇରସ ସଂକ୍ରମଣର ୩ଟି ମାମଲା ସାମ୍ନାକୁ ଆସିଛି। ଏହା ବ୍ୟତୀତ ଗାଜିଆବାଦରେ ମଧ୍ୟ ୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ଅଧିକାରୀ କହିଛନ୍ତି ଯେ , ଗୁରୁଗ୍ରାମରୁ ଦୁଇ ଓ ଫରିଦାବାଦରୁ ସଂକ୍ରମଣର ଗୋଟିଏ ମାମଲା ସାମ୍ନାକୁ ଆସିଛି। ଅଧିକାରୀଙ୍କ ମୁତାବିକ, ଗୁରୁଗ୍ରାମରେ ନିକଟରେ ମୁମ୍ୱାଇରୁ ଫେରିଥିବା ୩୧ ବର୍ଷିୟା ଜଣେ ମହିଳାଙ୍କ ଠାରେ କରୋନା ଭାଇରସ ସଂକ୍ରମଣ ସ୍ପଷ୍ଟ ହୋଇଛି, ଅନ୍ୟପଟେ ୬୨ ବର୍ଷିୟ ଆଉ ଜଣେ ବ୍ୟକ୍ତିଙ୍କ ଠାରେ ମଧ୍ୟ ସଂକ୍ରମଣ ସ୍ପଷ୍ଟ ହୋଇଛି। ଉଭୟ ରୋଗୀଙ୍କୁ ଆଇସୋଲେସନକୁ ପଠାଇ ଦିଆଯାଇଛି। 

ଫରିଦାବାଦରେ ପଲ୍ଲା ଅଞ୍ଚଳର ସେହତପୁରର ୨୮ ବର୍ଷିୟ ଜଣେ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ଥିବା ଜଣାପଡ଼ିଛି। ଅନେକ ଦିନରୁ ସେ ଜ୍ୱର , କାଶ ଓ ଥଣ୍ଡାରେ ପୀଡିତ ହେବା ପରେ ଚିକିତ୍ସା ପାଇଁ ଦିଲ୍ଲୀର ସଫରଦରଜଙ୍ଗ ହସ୍ପିଟାଲ ଯାଇଥିଲେ।

ଅଧିକାରୀ କହିଛନ୍ତି , ସେଠାରେ କରାଯାଇ ଥିବା ପରୀକ୍ଷଣରେ ତାଙ୍କ ଠାରେ କରୋନା ଭାଇରସର ସଂକ୍ରମଣ ସ୍ପଷ୍ଟ ହୋଇଛି। ତାଙ୍କୁ ଆଇସୋଲେସନକୁ ପଠାଇ ଦିଆଯାଇଛି।