ବୋନସ ଦାବି ତେଜିଲା…
ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍ ଏମ୍ପ୍ଲୟିଜ୍ ଟ୍ରେଡ୍ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦୨୩ ଫେବୃଆରୀ ୮ରେ ହୋଇଥିବା ଇସ୍ପାତ ଶ୍ରମିକ ସ୍ବାର୍ଥ ବିରୋଧୀ ବୋନସ ଚୁକ୍ତିନାମା ପ୍ରତ୍ୟାହାର ତଥା ଇସ୍ପାତ ଶ୍ରମିକଙ୍କୁ ଚଳିତ ପୂଜା ବୋନସ୍ ୪୦ହଜାର ୫ଶହ ଟଙ୍କାରୁ ଅଧିକ ଓ ଠିକା ଶ୍ରମିକଙ୍କୁ ୨୦ ପ୍ରତିଶତ ବୋନସ୍, ସଫଳ ଏନ୍ଜେସିଏସ୍ ଚୁକ୍ତିନାମା ଆଦି ଦାବିରେ […] The post ବୋନସ ଦାବି ତେଜିଲା… appeared first on Dharitri Odia News.
ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍ ଏମ୍ପ୍ଲୟିଜ୍ ଟ୍ରେଡ୍ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦୨୩ ଫେବୃଆରୀ ୮ରେ ହୋଇଥିବା ଇସ୍ପାତ ଶ୍ରମିକ ସ୍ବାର୍ଥ ବିରୋଧୀ ବୋନସ ଚୁକ୍ତିନାମା ପ୍ରତ୍ୟାହାର ତଥା ଇସ୍ପାତ ଶ୍ରମିକଙ୍କୁ ଚଳିତ ପୂଜା ବୋନସ୍ ୪୦ହଜାର ୫ଶହ ଟଙ୍କାରୁ ଅଧିକ ଓ ଠିକା ଶ୍ରମିକଙ୍କୁ ୨୦ ପ୍ରତିଶତ ବୋନସ୍, ସଫଳ ଏନ୍ଜେସିଏସ୍ ଚୁକ୍ତିନାମା ଆଦି ଦାବିରେ ଉକ୍ତ ବିକ୍ଷୋଭ କରାଯାଇଥିଲା।
ଏହି ଅବସରରେ ସାଧାରଣ ସମ୍ପାଦକ ବସନ୍ତ ନାୟକ କହିଥିଲେ, ସେଲ୍ କର୍ତ୍ତୃପକ୍ଷ ମୁନାଫା କମାଇଛନ୍ତି। ବାରମ୍ବାର ଦାବି କରାଯାଇଥିବା ସତ୍ତ୍ୱେ ଗତବର୍ଷ ସ୍ଥାୟୀ କର୍ମଚାରୀମାନଙ୍କୁ ମାତ୍ର ୨୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଚଳିତ ଥର ସିଟୁ ବୋନସ୍ ଦାବି କରିବା ପରେ ସେଲ୍ କର୍ତ୍ତୃପକ୍ଷ ଅକ୍ଟୋବର ୧ ତାରିଖରେ ବୈଠକ ପାଇଁ ଟ୍ରେଡ୍ ୟୁନିୟନମାନଙ୍କୁ ଡାକିଛନ୍ତି। ତେବେ ଏଥରକ ୪୦ହଜାର ୫ଶହ ଟଙ୍କାରୁ ଊର୍ଦ୍ଧ୍ୱ ବୋନସ୍ ପ୍ରଦାନ ସହ ଏକ ସଫଳ ଏନ୍ଜେସିଏସ୍ ଚୁକ୍ତିନାମା କରାଯାଉ ବୋଲି ନାୟକ କହିଥିଲେ।
ବିକ୍ଷୋଭରେ ବିମାନ ମାଇତି, ଶ୍ରୀମନ୍ତ ବେହେରା, ରତ୍ନାକର ନାୟକ, ବି. ପି. ମହାପାତ୍ର, ରାଜକିଶୋର ପ୍ରଧାନ, ଯଜ୍ଞେଶ୍ୱର ସାହୁ, ଲକ୍ଷ୍ମୀଧର ନାୟକ, ଅଜୟ ଶର୍ମା, ଜୀବନ ବରିହା, ଦିବାକର ମହାରଣା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଜେ.କେ. ସାହୁ, ସଂଗ୍ରାମ ସାମଲ, ସଞ୍ଜୟ ନାୟକ, କୈଳାଶ ଦାସ, ସୁଦର୍ଶନ ଜେନା, ପ୍ରଭାତ ମହାନ୍ତି, ବିଶ୍ୱଜିତ ମାଝୀ, ବିଶ୍ୱରଞ୍ଜନ ମଲ୍ଲିକ, ପିତାମ୍ବର ବେହେରା, ପି. କେ. ଷଡଙ୍ଗୀ, ଶିବରାମ ବେହେରା, ଅକ୍ଷୟ ରାଉତ, ବୁବୁନ ମାଇତି, ସୁରେନ୍ଦ୍ର ବେହେରା, ଋଷି ଜେନା ପ୍ରମୁଖ ସହଯୋଗ କରିଥିଲେ।
The post ବୋନସ ଦାବି ତେଜିଲା… appeared first on Dharitri Odia News.