ପିସିସି ସଭାପତି ଚୟନ ପରେ କଂଗ୍ରେସ ତତ୍ପର: ୧୮ରେ ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର,୧୪।୨: ଆସନ୍ତା ୧୮ରେ ଭୁବନେଶ୍ୱରରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହେବ। ବିମାନବନ୍ଦରରୁ ପୁରୀ ଯାତ୍ରା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସଂକଳ୍ପ ପଦଯାତ୍ରା ସମନ୍ବୟ ନେଇ ପିସିସି ପକ୍ଷରୁ କମିଟି ଗଠନ କରାଯାଇଛି। ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି କଠନ କରାଯାଇଛି। କମିଟିରେ ମୋକିମ, ରମେଶ ଜେନା, ରାଜନ ଏକ୍କା ପ୍ରମୁଖ ସଦସ୍ୟ ସାମିଲ ହେବେ। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ମୁଖିଆ ନିଯୁକ୍ତ କରିଥିଲେ। […] The post ପିସିସି ସଭାପତି ଚୟନ ପରେ କଂଗ୍ରେସ ତତ୍ପର: ୧୮ରେ ସଂକଳ୍ପ ପଦଯାତ୍ରା appeared first on Dharitri Odia News.

ପିସିସି ସଭାପତି ଚୟନ ପରେ କଂଗ୍ରେସ ତତ୍ପର: ୧୮ରେ ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର,୧୪।୨: ଆସନ୍ତା ୧୮ରେ ଭୁବନେଶ୍ୱରରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହେବ। ବିମାନବନ୍ଦରରୁ ପୁରୀ ଯାତ୍ରା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସଂକଳ୍ପ ପଦଯାତ୍ରା ସମନ୍ବୟ ନେଇ ପିସିସି ପକ୍ଷରୁ କମିଟି ଗଠନ କରାଯାଇଛି। ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି କଠନ କରାଯାଇଛି। କମିଟିରେ ମୋକିମ, ରମେଶ ଜେନା, ରାଜନ ଏକ୍କା ପ୍ରମୁଖ ସଦସ୍ୟ ସାମିଲ ହେବେ।

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ମୁଖିଆ ନିଯୁକ୍ତ କରିଥିଲେ। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ମଙ୍ଗଳବାର ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଥିଲା। ତେବେ ପିସିସି ସଭାପତି ହେବା ପରେଭକ୍ତ ଚରଣ ଦାସ ଗଣମାଧ୍ୟମ ଆଗରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ତରୁଣ, ବରିଷ୍ଠ ସମସ୍ତଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ଶୋଚନୀୟ ପରାଜୟ ପରେ ପୂର୍ବତନ ସଭାପତି ଶରତ ନାୟକ ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦବୀ ଖାଲି ପଡିଥିଲା।

The post ପିସିସି ସଭାପତି ଚୟନ ପରେ କଂଗ୍ରେସ ତତ୍ପର: ୧୮ରେ ସଂକଳ୍ପ ପଦଯାତ୍ରା appeared first on Dharitri Odia News.