ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏକାଠି ଆସିବେ ରାହୁଲ-ଅଖିଳେଶ, ତାରିଖ ସହ ଭେନ୍ୟୁ ହେଲା ଘୋଷଣା
ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ମିଳିତ ସହଯୋଗ ପରେ ବର୍ତ୍ତମାନ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଏକାଠି ଦେଖିବାକୁ ମିଳିବ। ୨୫ ଫେବୃଆରୀରେ ଆଗ୍ରାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ। ନ୍ୟାୟ ଯାତ୍ରାର ସଂଯୋଜକ ପିଏଲ ପୁନିଆ ସମାଜବାଦି ପାର୍ଟି କାର୍ଯ୍ୟାଳୟରେ ନିମନ୍ତ୍ରଣ ନେଇ ପହଞ୍ଚିଛନ୍ତି। ୟୁପି କଂଗ୍ରେସ ସଭାପତି ଅଜୟ ରାୟ ଏଏନଆଇ ସହ ସୂଚନା ଦେଇ କହିଛନ୍ତି ଯେ ଆମେ ଗୁରୁବାର(ଫେବୃଆରୀ ୨୨) […] The post ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏକାଠି ଆସିବେ ରାହୁଲ-ଅଖିଳେଶ, ତାରିଖ ସହ ଭେନ୍ୟୁ ହେଲା ଘୋଷଣା appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ମିଳିତ ସହଯୋଗ ପରେ ବର୍ତ୍ତମାନ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଏକାଠି ଦେଖିବାକୁ ମିଳିବ। ୨୫ ଫେବୃଆରୀରେ ଆଗ୍ରାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ। ନ୍ୟାୟ ଯାତ୍ରାର ସଂଯୋଜକ ପିଏଲ ପୁନିଆ ସମାଜବାଦି ପାର୍ଟି କାର୍ଯ୍ୟାଳୟରେ ନିମନ୍ତ୍ରଣ ନେଇ ପହଞ୍ଚିଛନ୍ତି।
ୟୁପି କଂଗ୍ରେସ ସଭାପତି ଅଜୟ ରାୟ ଏଏନଆଇ ସହ ସୂଚନା ଦେଇ କହିଛନ୍ତି ଯେ ଆମେ ଗୁରୁବାର(ଫେବୃଆରୀ ୨୨) ଭାରତ ଯୋଡୋ ନ୍ୟାୟା ଯାତ୍ରାରେ ଯୋଗଦେବାକୁ ଅଖିଳେଶ ଯାଦବଙ୍କୁ ଆମନ୍ତ୍ରଣ କରିବାକୁ ଯାଉଛୁ। ସେ ଫେବୃଆରୀ ୨୫ରେ ଆଗ୍ରାରେ ଯୋଗଦେବେ। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ଏବଂ ଏସପିଙ୍କ ମଧ୍ୟରେ ଏକ ମିଳିତ ମେଣ୍ଟ ଥିଲା। ଉତ୍ତରପ୍ରଦେଶରେ କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେଉଥିବାବେଳେ ମଧ୍ୟପ୍ରଦେଶରେ ଏସପି ନିଜ ପ୍ରାର୍ଥୀଙ୍କୁ ଗୋଟିଏ ଆସନରେ ଦେବେ।
The post ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏକାଠି ଆସିବେ ରାହୁଲ-ଅଖିଳେଶ, ତାରିଖ ସହ ଭେନ୍ୟୁ ହେଲା ଘୋଷଣା appeared first on Dharitri Odia News.